ଅସ୍ତରଙ୍ଗ,୩୦/୧୧-ଅସ୍ତରଙ୍ଗ ପୀର ଜାହାନିଆଁ ବେଳାଭୂମିରେ ଦୁଇ ଦିନ ବ୍ୟାପୀ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଅସ୍ତରଙ୍ଗ ବେଳାଭୂମି ମହୋତ୍ସବ ମହା ସମାରୋହରେ ଉଦଯାପିତ ହୋଇଯାଇଛି। ଅସ୍ତରଙ୍ଗ ପୀର୍ ଜାହାନିଆ ବେଳାଭୂମି ମହୋତ୍ସବକୁ କାକଟପୁର ଯୁବ ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକଙ୍କ ଓ ଏହାର ମୁଖ୍ୟ ସୁତ୍ରଧର ବେଳାଭୂମି ସାହିତ୍ୟ ସଂସଦ ର ସଂପାଦକ ସଫଳ ପ୍ରଚେଷ୍ଟାରେ ଆଜି ଅସ୍ତରଙ୍ଗ ମାଟିରେ ଏହି ମହୋତ୍ସବ ପ୍ରଥମ ଥର ଆରମ୍ଭ ହୋଇ ସଫଳତା ଲାଭ କରିଛି। ମଙ୍ଗଳବାର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, ସମ୍ମାନିତ ଅତିଥି ରୂପେ ଜଗତସିଂହପୁର ସାଂସଦ ଡ଼ଃ. ରାଜଶ୍ରୀ ମଲ୍ଲିକ ପ୍ରଦୀପ ଉଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଲୋକାଭିମୁଖୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ଲୋକନୃତ୍ୟ ମଲଖମ୍ବ ନୃତ୍ୟ ଦର୍ଶକଙ୍କ ମନମୋହି ଥିଲା। ତା ସହିତ ସମ୍ବଲପୁରୀ ଲୋକ ନୃତ୍ୟ , କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କ ସଙ୍ଗୀତ ଦର୍ଶକଙ୍କ ବିମୋହିତ କରିଥିଲା।ମହୋତ୍ସବର ଶେଷ ସନ୍ଧ୍ୟାରେ ବେଳାଭୂମି ମହୋତ୍ସବରେ ପାଖାପାଖି ୧୦ ହଜାର ଲୋକଙ୍କ ସମାଗମ ହୋଇଥିଲା। ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନିମାପଡା ଏସଡିପିଓଙ୍କ ନେତୃତ୍ୱରେ କାକଟପୁର ଓ ଅସ୍ତରଙ୍ଗ ପୋଲିସ ତରଫରୁ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ମଧ୍ୟରେ ଥିଲା। କାର୍ଯ୍ୟକ୍ରମର ଶେଷରେ ଉପାଦକ୍ଷ ସ୍ଵାଧୀନ କୁମାର ନାୟକ ଉପସ୍ଥିତ ଜନସାଧାରଣ, ଗଣମାଧ୍ୟମ ପ୍ରତିନିଧି, ସ୍ଥାନୀୟ ବାସିନ୍ଦାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଅସ୍ତରଙ୍ଗ କାକଟପୁର ଅଞ୍ଚଳରେ ମା ମଙ୍ଗଳା, ମା ଉକୁଳେଇଙ୍କ କୃପାରୁ ଅଞ୍ଚଳ ବାସୀମାନେ ପାନ, ଧାନ, ମୀନ କୃଷି ପାଇଁ ରାଜ୍ୟରେ ପରିଚିତ ହୋଇପାରିଛି।ଅସ୍ତରଙ୍ଗ ବେଳାଭୂମି ମହୋତ୍ସବକୁ ରାଜ୍ୟରେ ପରିଚିତ କରେଇବାର ମହତ ଉଦ୍ଦେଶ୍ୟ କେବଳ ବେଳାଭୂମି ମହୋତ୍ସବର ଲକ୍ଷ ବୋଲି ମନ୍ତ୍ରୀ ତଥା ମହୋତ୍ସବର ସଭାପତି ଶ୍ରୀ ବେହେରା ବାର୍ତ୍ତା ଦେଇଥିଲେ। ମହୋତ୍ସବ କମିଟିର ସମସ୍ତ ସଭ୍ୟ ତଥା , ସ୍ୱୋପନେଶ୍ୱର ସାହୁ,ଦୁଃଶାସନ ନାୟକ,ପ୍ରସନ୍ନ ବିଶ୍ଵାଳ, ସୋଭାକର ବେହେରା,ଋତୁରାଜ ରାଉତ,ଉଲ୍ଲାସ ନାୟକ,ପ୍ରତାପ ନାୟକ ଙ୍କୁ ଅତିଥି ମାନେ କୃତଜ୍ଞତା ଜଣାଇବା ସହିତ ଆଗାମୀ ଦିନରେ ମହୋତ୍ସବକୁ ଦୁଇ ଦିନ ଠାରୁ ପାଞ୍ଚ ଦିନ କରିବା ପାଇଁ ଚେଷ୍ଟା କରାଯିବ ବୋଲି ମତ ଦେଇଥିଲେ।ମହୋତ୍ସବ ପାଇଁ ଆର୍ଥିକ ସହାୟତା ର ହାତ ବଢ଼ାଇ ଥିବା ବ୍ୟକ୍ତି ବିସେଶଙ୍କୁ ଉପାଦକ୍ଷ ଧନ୍ୟବାଦ ଦେଇଥିଲେ।ଆଗାମୀ ବର୍ଷ ପାଇଁ ଏହି ପରି ଭାବେ ସାହାଯ୍ୟ ସହଯୋଗ ସମସ୍ତଙ୍କ ଠାରୁ କାମନା କରିଥିଲେ। ମନ୍ତ୍ରୀ ଶ୍ରୀଯୁକ୍ତ ଘଡେଇ ଓ ସାଂସଦ ଶ୍ରୀମତୀ ମଲ୍ଲିକଙ୍କୁ ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା, ମହୋତ୍ସବ ଫଳକ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।
