’
ଅସ୍ତରଙ୍ଗ: ଅସ୍ତରଙ୍ଗ ବ୍ଲକ ଅଧିନ ଅସ୍ତରଙ୍ଗ ଗ୍ରା.ପ.ରେ ମାଳଦା ଗ୍ରାମଟି ଅବସ୍ଥିତ । ଗ୍ରାମର ଲୋକସଂଖ୍ୟା ୭୨୫ ରହିଥିବା ବେଳେ, ଏହି ଗ୍ରାମରେ ୨ ଗୋଟି ଅଙ୍ଗନୱାର୍ଡି କେନ୍ଦ୍ର କାର୍ଯ୍ୟ କରୁଅଛି । ୧ ନମ୍ବର ଅଙ୍ଗନୱାର୍ଡି କେନ୍ଦ୍ରରେ ଦିପ୍ତିମୟୀ ବେହେରା ୱାର୍କର ରହିଥିବା ବେଳେ, ଏହାର ଜନସଂଖ୍ୟା ୪୧୦ । ସେହିପରି ୨ ନମ୍ବର କେନ୍ଦ୍ରର ଜନସଂଖ୍ୟା ୩୧୫ ରହିଥିବା ସ୍ଥେ. ରଞ୍ଜନା ସମନ୍ତରାୟ ଏହାର ୱାର୍କର ଅଟନ୍ତି । ଏହି ୨ ଗୋଟି କେନ୍ଦ୍ରରେ ଛତ୍ର ଛାତୀ ସଂଖ୍ୟା ୧୦-୧୦ କାଗଜପତ୍ରରେ ରହିଥିଲେ ମଧ୍ୟ, ପକୃତ ଛାତ୍ର ଛାତ୍ରୀ ହେଉଛନ୍ତି ୪ ଏବଂ ୬ ।
ହେଲେ ବିଦ୍ୟାଳୟର ପରିଷରରେ ଚାଲୁଥିବା ଏହି ୨ ଗୋଟି ଅଙ୍ଗନୱାର୍ଡି କେନ୍ଦ୍ରରେ ଆଜକୁ ୩ବର୍ଷ ହେବ ଗର୍ଭବତି , ପ୍ରସୁତି, ପୃଷ୍ଟି ହିନତା ଶିଶୁ ଓ ଦୁଇ ଗୋଟି କେନ୍ଦ୍ରରେ ପଢ଼ୁଥିବା କୋମଳମତି ଶିଶୁ ମାନଙ୍କୁ ଅଣ୍ଡାଟିଏ ଦିଆଯାଇନାହିଁ । ଏ ବିଷୟରେ ଅସ୍ତରଙ୍ଗ ବ୍ଲକ ସିଡିପିଓ ଅରୁଣିମା କରଙ୍କୁ ଜଣାଇଥିଲେ ମଧ୍ୟ , ସିଡିପିଓ ଉକ୍ତ କେନ୍ଦକୁ ଆସି ସମସ୍ତ ଘଟଣା ଜାଣି ଅଦ୍ୟାବଧି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରି ନାହାନ୍ତି । ଯଦି, ଯୋଗ୍ୟ ହିତାଧିକାରୀ ମାନେ , ଏହି ଭଳି ଏକ ସମ୍ବେଦନଶୀଳ ସରକାରୀ ଅନୁଷ୍ଠାନରୁ ବର୍ଷ ବର୍ଷ ଧରି ବଂଚିତ ହେବେ , ତାହାଲେ ସରକାର ମହିଳା ଶିଶୁ ବିକାଶ କ୍ଷେତ୍ରରେ ପ୍ରଚାର ଓ ପ୍ରସାର ପାଇଁ ଡିଡିମ୍ବ ପିଟୁଥିବା , ଏହା କେତେଦୁର ସଫଳ ରୁପାୟନ ହେବ ତାହା ଅନୁମୟ ।
ଏ ବିଷୟରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ, ମାଳଦା ଗ୍ରାମବାସୀ ଓଡିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱୁଟ୍ର ଯୋଗେ ଅଭିଯୋଗ କରିଥିବା ବେଳେ, ଏ ସମ୍ବଦ୍ଧରେ ବିଭାଗୀୟ ମନ୍ତ୍ରୀ ଟୁକିନି ସାହୁ, ମୂଖ୍ୟ ଶାସନ ସଚିବ , ଉପଜିଲ୍ଲାପାଳ ପୁରୀ, ବିଡିଓ ଅସ୍ତରଙ୍ଗ, ସର୍ବପରି ମାନ୍ୟବର ରାଜ୍ୟ ପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଅଛି । ରାଜ୍ୟ ସରକାର , ଏଥିପ୍ରତି ଦୃଷ୍ଟି ଦେଇ କଣ ପାଇଁ ଏହି ଦୁଇ ଗୋଟି ଅଙ୍ଗନୱାର୍ଡି କେନ୍ଦ୍ରରେ ଅଚଳା ଅବସ୍ଥା ସୃଷ୍ଟି ହେବା ଦ୍ୱାରା , ସରକାରଙ୍କର ମହିଳା ଶିଶୁ ବିକାଶ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ , ସେଥିପ୍ରତି ଦୃଷ୍ଟି ଦେଇ ସମାଧାନର ବାଟ ବାହାର କରିବା ପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି ।