ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ୨୦୧୮-୧୯ ଶିକ୍ଷାର ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷା ଫଳ ପ୍ରକାଶ କରାଯାଇଛି ।ଏହି ପରୀକ୍ଷାରେ ଜିଲ୍ଲା ଟପର ଭାବରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପାଇବାରେ ସଦର ବ୍ଲକ ଶାଳଗାଁର ଅଭିଜିତ ଭୁୟାଁ ଯୋଗ୍ୟ ବିବେଚିତ ହୋଇ ଜିଲ୍ଲାପାଇଁ ଗୌରବ ଆଣିଛନ୍ତି ।
ସମଗ୍ର ଜିଲ୍ଲାରେ ୧୫୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବା ବେଳେ ଅଭିଜିତ ଏହି ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି ।ଅଭିଜିତ ପାଠ ପଢା ସମୟରେ ବିଶେଷ ଭାବରେ ଗଣିତ ବିଷୟ ପ୍ରତି ରୁଚି ରଖିଥିବା ବେଳେ ଆଜି ସେ ଏହି ଗୌରବର ଅଧିକାରି ହୋଇଛନ୍ତି ।ସେ ଏହି ବୃତ୍ତି ପାଇବା ପାଇଁ ଦୈନିକ ଆଠ ରୁ ଦଶ ଘଣ୍ଟା ପରିଶ୍ରମ କରୁଥିବା କହିଛନ୍ତି ।ତାଙ୍କର ବାପା ପ୍ରଭାତ ଭୁୟାଁ ଜଣେ ଶିକ୍ଷକ ହୋଇଥିବା ବେଳେ ମାଆ ଜଣେ ଗୃହିଣୀ ଅଟନ୍ତି ।ବାପା ଓ ମାଆଙ୍କ ପ୍ରେରଣା ତାଙ୍କୁ ଏହି ସୋପାନରେ ପହଞ୍ଚାଇଛି ବୋଲି ଅଭିଜିତ କହିଛନ୍ତି ।