Odisha news

ଚୋରାମଦ କାରବାର ଅଭିଯୋଗ ରେ ଦୁଇ ମହିଳା ସହ ସାତ ଗିରଫ ,୨୮୦ ଲିଟର ମଦ ଜବତ

0

ଆସିକା  : ଆସିକା ଥାନା ଅନ୍ତର୍ଗତ  ପାକଲା ପଲ୍ଲୀ ଏରୋଗଲା ବସ୍ତି ରେ ବେଆଇନ ଭାବେ ଚାଲିଥିବା ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି ସ୍ଥାନ ଉପରେ ଶୁକ୍ରବାର ଭୋର  ରେ ଆସିକା ପୋଲିସ ଚଢ଼ାଉ କରିଛି। ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ପୁଲିସ ଟିମ ଏହି ଗ୍ରାମରେ ଅତର୍କିତ ଚଢ଼ାଉ କରି  ୨୦୦୦ ଲିଟର ମୋଲାସିସ ନଷ୍ଟ କରିବା ସହ ୨୮୦ ଲିଟର ମଦ ଓ ବହୁ ମଦ ପ୍ରସ୍ତୁତି ସରଞ୍ଜାମ ଜବତ କରିଥିଲା।ଏଥିରେ  ସମ୍ପୂର୍କ୍ତ ଥିବା ଅଭିଯୋଗ ରେ ଦୁଇ ମହିଳା ସହ ସାତ ଜଣ ଅଭିଯୁକ୍ତଙ୍କୁ ଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା ପୃଥକ୍ ପୃଥକ୍ ୭ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

Leave A Reply