ଆସିକା : ସୋମବାର ରାତ୍ରରୁ ଅଵିଶ୍ରାନ୍ତ ଭାବେ ଲଗାଣ ବର୍ଷା ଆସିକା ଓ ଅାଖ ପାଖ ଅଞ୍ଚଳ ରେ ଜନ ଜୀବନ କୁ ବିପର୍ଯ୍ୟସ୍ତ କରିଛି। ତୁହା କୁ ତୁହା ଲଗାଣ ବର୍ଷା ହେବାରୁ ଲୋକେ ଭୟ ଓ ଆତଙ୍କ ରେ ଅଛନ୍ତି।ଆସିକା ସହରର ଉଭୟ ପାର୍ଶ୍ୱରେ ପ୍ରବାହିତ ଋଷିକୂଲ୍ୟା ଓ ବାଡ଼ନଦୀ ଦୁଇ କୂଳ ଛୁଇଁଥିଲେ ମଧ୍ୟ ଏହା ବିପଦ ସଂକେତ ତଳେ ପ୍ରଭାବିତ ହେଉଛି।ତଥାପି ନଈ କୁଳିଆ ଲୋକେ ପୂର୍ବ ବନ୍ୟା କଥାକୁ ଭୁଲିନପାରି ଭୟ ଓ ଆତଂକରେ ଅଛନ୍ତି। ବିଶେଷ କରି ତଳିଆ ବସ୍ତି ବାସିନ୍ଦାଙ୍କ କଥା କହିଲେ ନସରେ।ବ୍ୟବସାୟୀ ମାନେ ବନ୍ୟା ଭୟର ପ୍ରମାଦ ଗଣିଲେଣି। ସହର ମଧ୍ୟରେ ବିଭିନ୍ନ ସାହି ବସ୍ତି ରେ ନର୍ଦ୍ଦମା ଓ ବିଲ ପାଣି ପ୍ରବେଶ କରି ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।
ଚାଷଜମି,ରାସ୍ତା ଘାଟ,ନଈ ନାଳ ବର୍ଷା ଜଳରେ ଭର୍ତ୍ତି ହୋଇପଡିଛି।ଆସିକାକୁ ସଂଯୋଗ କରୁଥିବା ଢ଼ଉଗାଁ ନିକଟ କଇଠିରା ରାସ୍ତା ଉପରେ ଦୁଇ ଫୁଟ ପାଣି, କଲେଜ ଛକ ଗଡାଣି ରେ ଦୁଇ ଫୁଟ ଏବଂ ବ୍ରହ୍ମପୁର ରାସ୍ତା ପିତ୍ତଳ ନିକଟରେ ଦୁଇ ଫୁଟରୁ ଅଧିକ ବର୍ଷା ଜଳ ପ୍ରଭାହିତ ହେବାରୁ ଯାନବାହନ ଚଳାଚଳ ରେ ବ୍ୟଘାତ ସୃଷ୍ଟି ହୋଇଛି।ଏ ଲଗାଣ ବର୍ଷା ସମସ୍ତ ବର୍ଗ ପାଇଁ ଦୁଃଖ ନେଇ ଆସିଛି।ପ୍ରଶାସନ ପକ୍ଷରୁ ବନ୍ୟା ଆଶଙ୍କା କରି ସମସ୍ତ ପ୍ରସ୍ତୁତି କରିଥିବା ସୂଚନା ମିଳିଛି।