Odisha news

ସମବାୟ ଚିନି ଶିଳ୍ପ ରେ ଚଳିତବର୍ଷ ର ଆଖୁପେଡ଼ା ଆରମ୍ଭ: ଚାଷୀ ଆଶ୍ବସ୍ତ

0

ଆସିକା : ଆସିକା ସମବାୟ ଚିନି ଶିଳ୍ପ ରେ ଚଳିତବର୍ଷ ର ଆଖୁ ପେଡ଼ା ମଙ୍ଗଳବାରରୁ ଶୁଭାରମ୍ଭ ହୋଇଛି।ସକାଳୁ ପରିଚାଳନା ନିର୍ଦ୍ଦେଶକ ଗାୟତ୍ରୀ ଦତ୍ତ  ନାୟକ ଙ୍କ ସଂଯୋଜନାରେ ଏଥିନିମନ୍ତେ ବ୍ୟାପକ ପୂଜାର୍ଚ୍ଚନା, ହୋମ ଯଜ୍ଞାନୁଷ୍ଠାନ ଓ ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା।ହର୍ଷ ଓ ଉଲ୍ଲାସ ମଧ୍ୟରେ ଚିନି ଶିଳ୍ପ ର ଆଖୁ ନାଳ ରେ ଆଖୁ ପ୍ରେରଣ କରି ଆଖୁ ପେଡା ଆରମ୍ଭ ହୋଇଥିଲା। ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନାୟକ  ଆସିକା ସମବାୟ ଚିନି ଶିଳ୍ପ ଏହି ୬୧ ତମ ଆଖୁ ପେଡ଼ା କୁ ନିଆରା ଢ଼ଙ୍ଗରେ ଆରମ୍ଭ କରି ସହର ର ବହୁ ବୁଦ୍ଧିଜିବୀ, ରାଜନୈତିକ,ଶ୍ରମିକ,ଚାଷୀ ସଂଗଠନ ଓ ଗଣ ମାଧ୍ୟମର ପ୍ରତିନିଧି ଙ୍କ ଉପସ୍ଥିତି ରେ ସମ୍ପାଦନ କରିଥିଲେ।ସ୍ଥାନୀୟ ବିଧାୟିକା ମଞ୍ଜୁଳା ସ୍ୱାଇଁ, ଚିନି ଶିଳ୍ପ ପରିଚାଳନା ପରିଷଦର ସଭାପତି ରବୀନ୍ଦ୍ର ପଣ୍ଡା,ବସନ୍ତ ଦଳେଇ,ପୂର୍ଣ୍ଣ ଚନ୍ଦ୍ର ବରାଡ, ଏନ୍ ଏ ସି ଅଧ୍ୟକ୍ଷା ବୀନେତା ସ୍ୱାଇଁ,ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ସଭାପତି ମଙ୍ଗଳୁ ସାହୁ, ଆଖୁ ଚାଷୀ ନେତା ସମୀର ପ୍ରଧାନ, ବିଦେଶୀ ନାୟକ,ବିଶ୍ୱେଶ୍ୱର୍ ପ୍ରଧାନ,ଶିବ ନାହାକ, ଭଗବାନ ସାହୁ,ସନ୍ତୋଷ ପାଣିଗ୍ରାହୀ,ସୂର୍ଯ୍ୟ ପରିଡ଼ା,ଦିଲ୍ଲୀପ ପାଣିଗ୍ରାହୀ,ଅନୀମା ପରିଡ଼ା, ଶିବ ନାହାକ,ଭଗବାନ ସାହୁ ପ୍ରମୁଖ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚିନି ଶିଳ୍ପ ସମ୍ପାଦକ ଆର୍. ଚନ୍ଦ୍ର ଶେଖର ରେଡି, ଚିଫ ଇଞ୍ଜିନିଅର ବସନ୍ତ କୁମାର ଦାସ , ସିନିଅର ମ୍ୟାନେଜର ଶ୍ରୀନିବାସ ମହାପାତ୍ର ଙ୍କ ସମେତ ଚିନି ଶିଳ୍ପ ର ବହୁ କର୍ମ ଚାରି ଉପସ୍ଥିତ ଥିଲେ l ଚଳିତ ବର୍ଷ ଆଖୁ ପେଡା ଋତୁରେ ଚାଳିଶି ହଜାର ଟନ୍ ରୁ ଉର୍ଦ୍ଧ୍ବଆଖୁ ୪୫ ଦିନ ରେ ପେଡା ଯିବା ଯୋଜନା ରହିଥିବା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନାୟକ ସୂଚନା ଦେଇ ଛନ୍ତି lଆଖୁ ପେଡ଼ା ନେଇ ପ୍ରାଥମିକ ପ୍ରକ୍ରିୟା ବଏଲର ପ୍ଲାଣ୍ଟ ରେ ଅଗ୍ନି ସଂଯୋଗ ଵିଧି ବଧ ଭାବେ ପୂଜା ଅର୍ଚନା କରି ଗତ ୨୦ ତାରିଖରେ କରାଯାଇଥିଲା । ଚିନି ଶିଳ୍ପରେ ଆଖୁପେଡ଼ା ଆରମ୍ଭ ହୋଇଥିବାରୁ ଆଖୁ ଚାଷୀ ଙ୍କ ମଧ୍ୟରେ ସନ୍ତୋଷ ଦେଖାଦେଇଛି।

Nalco
Leave A Reply