Odisha news

ଟ୍ରକ ଧକ୍କା ରେ ବାଇକ୍ ଆରୋହୀ ମହିଳା ଙ୍କ ମୃତ୍ୟୁ

0

ଆସିକା :  ଆସିକା -ବ୍ରହ୍ମପୁର ମୁଖ୍ୟ ରାସ୍ତା ର କାଳଷଣ୍ଢ ପୁର ନିକଟରେ ଆଜି ଅପରାହ୍ନ ରେ ଏକ ଟ୍ରକ  ମୋଟର ବାଇକ୍ କୁ ଧକ୍କା ଦେବା ଫଳରେ ବାଇକ ଆରୋହୀ ମହିଳାଙ୍କ ଶୋଚନୀୟ ମୂର୍ତ୍ତ୍ୟୁ ହୋଇଛି। ମୃତ ମହିଳା ଭଞ୍ଜନଗର ଅଞ୍ଚଳ  ରିତା ମହାପାତ୍ର (୪୬) । ଭଞ୍ଜନଗର ର ପଦ୍ମ ଚରଣ ତ୍ରିପାଠୀ ନିଜ ସ୍ତ୍ରୀ ରିତା ଓ ଛୋଟ ଝିଅ ସହିତ ବାଇକ ରେ  ବ୍ରହ୍ମପୁର ରୁ ଫେରୁଥିବା ବେଳେ ଆସିକା ବ୍ରହ୍ମପୁର ମୁଖ୍ୟ ରାସ୍ତା ରେ କାଳଷଣ୍ଢ ପୁର ନିକଟରେ ଟ୍ରକ ଓଆର ୦୭ଜେଡ ୦୩୬୩ ଅତି ବେପରୁଆ ଭାବେ ଆସି ବାଇକକୁ ଧକ୍କା ଦେଇଥିଲା। ଧକ୍କା ପରେ ମହିଳା ଜଣକ ରାସ୍ତା ରେ ଛିଟିକି ପଡି ଯାଇଥିଲେ ଓ ଟ୍ରକ ତାଙ୍କ ଉପରେ ମାଡି ଯାଇଥିଲା। ଘଟଣା ସ୍ଥଳ ରେ ରିତା ମହାପାତ୍ର ଙ୍କ ମୃତ୍ୟ ହୋଇଥିଲା। ଖବର ପାଇ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରଖିଛି। ଦୁର୍ଘଟଣା ଘଟାଇ ଥିବା ଟ୍ରକ କୁ ଜବତ କରିବା ସହିତ ଟ୍ରକ କୁ ଅଟକ ରଖି ତଦନ୍ତ କରୁଛି।

Nalco
Leave A Reply