Odisha news

ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ଅଶ୍ୱିନୀ ମିଶ୍ରଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

0

ଭୁବନେଶ୍ୱର,ତା.୦୫/୪: ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ଅଶ୍ୱିନୀ ମିଶ୍ରଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।
ସ୍ୱର୍ଗତଃ ମିଶ୍ର ଜଣେ ସମାଜସେବୀ ଏବଂ ଦକ୍ଷ ଆଇନଜୀବୀ ବେଶ ଜଣାଶୁଣା ଥିଲେ । କଲେଜ ଜୀବନରେ ସେ ଜଣେ ଛାତ୍ର ନେତା ଥିଲେ । ସମାଜ ସେବା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ମୋର ତାଙ୍କ ସହ ବ୍ୟକ୍ତିଗତ ବନ୍ଧୁତା ଥିଲା । ତାଙ୍କ ବିୟୋଗ ପୂରା ସମାଜ ପାଇଁ ଏକ ଅପୂରଣୀୟ କ୍ଷତି । ସ୍ୱର୍ଗତଃ ମିଶ୍ରଙ୍କ ବିୟୋଗରେ ଶ୍ରୀ ମହାନ୍ତି ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.