Odisha news

ଗବେଷକ ଙ୍କ ମତରେ ଶୀତଋତୁ ରେ ଅଧିକ ଲାଉ ସେବନ ଶରୀର ପାଇଁ ଖୁବ୍ ହିତକର

0
ଆମ ମାନେ ପ୍ରାୟ ସମସ୍ତେ ଲାଉ ର ହିତକର ଗୁଣ ବିଷୟରେ ଖୁବ୍ କମ୍ ଜାଣିଛୁ । କିନ୍ତୁ ଏହାକୁ ନିୟମିତ ସେବନ କରିବା ଦ୍ଵାରା ଶରୀର କୁ ମିଳିଥାଏ ଚମତ୍କାର ଲାଭ । ନିକଟରେ ଭର୍ଜିନିଆ ର ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ଲାଉ ରେ ୯୨ ପ୍ରତିଶତ ଜଳୀୟ ଅଂଶ ରହିଛି । ଯାହା ଶରୀରରେ ଜଳୀୟ ଅଂଶ କୁ ସୁଧାରିବା ରେ ସାହାଯ୍ୟ କରିଥାଏ ।
* ଶୀତଋତୁ ରେ ସାଧାରଣ ଭାବରେ ଆମ ଶରୀର ରେ କୋଲେଷ୍ଟ୍ରାଲ ବୃଦ୍ଧି ପାଇଥାଏ । ଯେଉଁ ଦୃଷ୍ଟିରୁ ଲାଉ ଆମ କଲେଷ୍ଟ୍ରାଲ ସ୍ତର କୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ । ତେଣୁ ଶୀତଋତୁ ରେ ଲାଉ ଯୁସ୍, ଲାଉ ତରକାରୀ ଇତ୍ୟାଦି ସେବନ କରିବା ଆବଶ୍ୟକ ଅଟେ ।
* ଲାଉ ଶୀତଋତୁ ରେ ମଧୁମେହ ସମ୍ବନ୍ଧୀୟ ସମସ୍ୟା ପାଇଁ ଖୁବ୍ ହିତକର । ତେଣୁ ମଧୁମେହ ରୋଗୀ ମାନେ ଯଦି ନିୟମିତ ଲାଉ ଯୁସ ସେବନ କରିବେ ତେବେ ରକ୍ତ ଶର୍କରା ନିୟନ୍ତ୍ରିତ ହୋଇଥାଏ ।
* ଲାଉ ରେ କୋଲିନ ର ମାତ୍ରା ଖୁବ୍ ଅଧିକ ରହିଥାଏ । ଯାହା ସ୍ମୃତି ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ତେଣୁ ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ବୟସ ବୃଦ୍ଧି ସମୟରେ ନିହାତି ପ୍ରତିଦିନ ଲାଉ ଖାଇବା ଜରୁରୀ ।
* ଲାଉ ରେ ପୋଟାସିୟମ ର ମାତ୍ରା ଖୁବ୍ ଅଧିକ ରହିଥାଏ । ଯାହାକି ସେହି ଲୋକଙ୍କ ପାଇଁ ହିତକର ଯେଉଁମାନେ ଉଚ୍ଚ ରକ୍ତଚାପ ସମସ୍ୟା ରେ ଗତି କରୁଛନ୍ତି । ପୋଟାସିୟମ ଉଭୟ ରକ୍ତଚାପ ଓ କଲେଷ୍ଟ୍ରାଲ୍ ପାଇଁ ହିତକର ।
* ଲାଉ ରେ ଫାଇବର ପ୍ରଚୁର ପରିମାଣ ରେ ରହିଥାଏ । ଶୀତଋତୁ ରେ ବିଶେଷ ଭାବରେ ଓଜନ ବୃଦ୍ଧି ସମସ୍ୟା ଦେଖା ଯାଇଥାଏ । ତେଣୁ ଶୀତଋତୁ ରେ ଯଦି ନିୟମିତ ଲାଉ ଜୁସ ସେବନ କରିବେ ତେବେ ଓଜନ ହ୍ରାସ ହେବାରେ ସାହାଯ୍ୟ କରିବ ।
* ଲାଉ ହାର୍ଟ ସମସ୍ୟା ପାଇଁ ମଧ୍ୟ ହିତକର । ଲାଉ ରେ ଥିବା ତତ୍ତ୍ଵ ହାର୍ଟ ବ୍ଳକେଜ୍ କୁ ଠିକ୍ କରିଥାଏ । ତେଣୁ ହାର୍ଟ ସମସ୍ୟା ରୋଗୀ ମାନେ ନିୟମିତ ଲାଉ ଜୁସ୍ ନିହାତି ସେବନ କରିବା ଆବଶ୍ୟକ ।
Nalco
Leave A Reply