ମେନୋପଜ୍ ପ୍ରତ୍ୟେକ ମହିଳା ଙ୍କ ଜୀବନ ର ଗୋଟିଏ ସ୍ଵାଭାବିକ ଅବସ୍ଥା ଅଟେ । ଯେତେବେଳେ ମହିଳା ମାନେ ୪୦-୫୦ ବର୍ଷ ମଧ୍ୟରେ ପହଂଚି ଥାଆନ୍ତି ସେତେବେଳେ ରିପ୍ରଡକ୍ଟିଭ୍ ହର୍ମନ ଖାଇବାକୁ ଲାଗିଥାଏ ଓ ଏହା ଅନେକ ଗୁଡ଼ିଏ ହର୍ମୋନାଲ ପରିବର୍ତ୍ତନ ର କାରଣ ହୋଇଥାଏ । ଏହି ସମୟରେ ମହିଳା ମାନଙ୍କ ଶରୀରରେ ଅନେକ ପରିବର୍ତନ ଦେଖିବାକୁ ମିଳିଥାଏ । ଯେବେକି ଅଚାନକ ଝାଳ ବୋହିବା ଓ ଥଣ୍ଡା ଲାଗିବା , ମୁଣ୍ଡ ବୁଲାଇବା ଇତ୍ୟାଦି ଦେଖା ଯାଇଥାଏ । ବିଶେଷଜ୍ଞ ଙ୍କ ମତରେ ଏହି ସମୟରେ କ୍ୟାଲସିୟମ , ଭିଟାମିନ ଡି, ଭିଟାମିନ କେ , ମଗ୍ନେଶୀୟମ, ସେଲେନୀୟମ ଓ ପର୍ଯ୍ୟାପ୍ତ ପ୍ରୋଟିନ ର ଆବଶ୍ୟକତା ମେନୋପଜ୍ ସମୟରେ ରହିଥାଏ ।
ଆହାର ବିଶେଷଜ୍ଞ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଙ୍କ ମତରେ ଏଭଳି କିଛି ଖାଦ୍ୟ ରହିଛି ଯାହା ମେନୋପାଜ୍ ସମୟରେ ମହିଳାଙ୍କ ଶରୀର ପାଇଁ ନିହାତି ଆବଶ୍ୟକ ।
* ରାଶି –
ରାଶିରେ ପ୍ରଚୁର ପରିମାଣ ରେ କ୍ୟାଲସିୟମ ର ଗୋଟିଏ ଉତ୍କୃଷ୍ଟ ସ୍ରୋତ ରହିଥାଏ । ଯାହା ଆମର ହାଡ ର ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ର ସୂଚନା ଅନୁସାରେ ମେନୋପାଜ ମହିଳାଙ୍କ ନିକଟରେ ୩୦ ପ୍ରତିଶତ ଅଷ୍ଟ୍ରିୟୋପୋରସିସ ଦେଖିବାକୁ ମିଳିଥାଏ । ଆପଣଙ୍କ ଆହାର ଅଷ୍ଟ୍ରିୟୋ ପରୋଷିସ ସମସ୍ୟା କୁ ଅନେକ ମାତ୍ରାରେ କମ୍ କରିବାରେ ସାହାଯ୍ୟ କରିଥାଏ ।
* ଦହି –
ଦହି ଭଳି ପୁଷ୍ଟିକର ଖାଦ୍ୟ ମହିଳାଙ୍କ ବିଭିନ୍ନ ସମସ୍ୟା ପାଇଁ ହିତକର ଅଟେ । ଦହି ଫର୍ମେଣ୍ଟେଡ ହୋଇ ପ୍ରୋ ବାୟୋଟିକ୍ ଭାବରେ ଶରୀର ରେ କାର୍ଯ୍ୟ କରିଥାଏ ଓ ଅନ୍ତ କୋଷକୁ ସୁରକ୍ଷିତ ରଖିଥାଏ । ଏହାଛଡା ଏହା ମେନୋପଜ ସମସ୍ୟା ପାଇଁ ମଧ୍ୟ ଉପଯୋଗୀ ।
* ସୋୟା ବିନ୍ସ –
ସୋୟା ବିଂସ ରେ ଫାଇଟୋଏଷ୍ଟ୍ରୋଜନ୍ ନାମକ ତତ୍ତ୍ଵ ରହିଛି । ମେନୋପଯ ସମୟରେ ମହିଳା ମାନଙ୍କର ଦୃତ ଗତିରେ ଓଜନ ବୃଦ୍ଧି ହୋଇଥାଏ, ତେଣୁ ଶୋୟବିନ ରେ ଥିବା ତତ୍ତ୍ଵ ଓଜନ ବୃଦ୍ଧି ଉପରେ ରୋକ୍ ଲଗାଇବାରେ ସାହାଯ୍ୟ କରିଥାଏ ।
* ଡ୍ରାଏ ଫ୍ରୁଟସ -:
ମେନୋପଜ୍ ସମୟରେ ବିଭିନ୍ନ ପ୍ରକାର ର ଡ୍ରାଏ ଫ୍ରୁଟସ ଶରୀର ପାଇଁ ଖୁବ୍ ଆବଶ୍ୟକ ଅଟେ । ଏଥିରେ ଥିବା ଫ୍ୟାଟି ଏସିଡ ମୁଣ୍ଡ ବୁଲାଇବା ରେ ରୋକ ଲଗାଇ ଥାଏ । ତେଣୁ ପ୍ରତିଦିନ ଏଥିରୁ ସାମାନ୍ୟ ମାତ୍ରାରେ ସେବନ କରିବା ଆବଶ୍ୟକ ।
* ସବୁଜ ପନିପରିବା –
ଯେପରିକି ବିଭିନ୍ନ ପ୍ରକାରର ଶାଗ ରେ ଭିଟାମିନ କେ , କ୍ୟାଲସିୟମ , କ୍ୟାଲସିୟମ ଆଦି ପ୍ରଚୁର ମାତ୍ରାରେ ରହିଥାଏ । ଆପଣ ନିଜ ଆହାର ରେ ସବୁ ଶାଗ କୁ କିଛି କିଛି ସାମିଲ କରି ପାରିବେ । ଯାହା ମେନୋପଜ୍ ସମସ୍ୟା କୁ ଠିକ୍ କରିବାରେ ସାହାଯ୍ୟ କରିବ ।
* ବିଭିନ୍ନ ଫଳ –
ବିଭିନ୍ନ ପ୍ରକାରର ଫଳ ଖଣିଜ ତତ୍ତ୍ଵ ଓ ଭିଟାମିନ ରେ ଭରପୁର ଅଟେ । ମେନୋପଜ୍ ସମୟରେ ଏହି ଲକ୍ଷଣ କୁ କମ୍ କରିବା ପାଇଁ ଫଳ ନିହାତି ସେବନ କରିବା ଆବଶ୍ୟକ । ବିଶେଷ ଭାବରେ ଅଁଳା , ଷ୍ଟ୍ରବେରୀ, ଜାମୁ କୋଳି ଇତ୍ୟାଦି ଫଳରେ ପ୍ରଚୁର ମାତ୍ରାରେ ଆନ୍ଟିଅକ୍ସୀଡ଼ାଣ୍ଟ ରହିଥାଏ । ଯାହା ମହିଳାଙ୍କ ପାଇଁ ନିହାତି ଆବଶ୍ୟକ ।
* ବିଭିନ୍ନ ପ୍ରକାର ଶସ୍ୟ ଜାତୀୟ ଖାଦ୍ୟ –
ଗୋଟା ଶସ୍ୟ ଫାଇବର ର ଗୋଟିଏ ଭଲ ସ୍ରୋତ ଅଟେ । ଯାହାକି ଭୋଜନ ରେ ପୋଷାକ ତତ୍ତ୍ଵ କୁ ବୃଦ୍ଧି କରିଥାଏ ଓ ମେନୋପଜ ସମୟରେ ମଧୁମେହ ଓ ହୃଦରୋଗ ସମସ୍ୟା ଉପରେ ରୋକ ଲଗାଇ ଥାଏ । ତେଣୁ ମହିଳା ମାନେ ବାଜରା, ଉଷୁନା ଚାଉଳ , ଜ ଇତ୍ୟାଦିକୁ ନିଜ ଭୋଜନ ରେ ସାମିଲ କରି ପାରିବେ ।
