ମାଘ ମାସ ର ଅମାବାସ୍ୟା ମୌନୀ ଅମାବାସ୍ୟା ନାମରେ ପରିଚିତ । ଚଳିତ ବର୍ଷ ମୌନୀ ଅମାବାସ୍ୟା ଜାନୁଆରୀ ୨୧ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ । ମାଘ ମାସର ଅମାବାସ୍ୟା ୨୦୨୩ ର ପ୍ରଥମ ଅମାବାସ୍ୟା ଅଟେ । ମାନ୍ୟତା ଅନୁସାରେ ମୌନୀ ଅମାବାସ୍ୟା ରେ ଗଙ୍ଗା ସ୍ନାନ କରିବା ଦ୍ୱାରା ପୂର୍ବ ଜନ୍ମ ର ପାପ କ୍ଷୟ ହୋଇଥାଏ ।
ଏହି ଅମାବାସ୍ୟା ରେ ମୌନ ବ୍ରତ ଧାରଣ କରିବାର ଖୁବ୍ ମହତ୍ତ୍ଵ ରହିଛି । ଶାସ୍ତ୍ର ଅନୁସାରେ ଏହି ଅମାବାସ୍ୟା ଦିନ ମଉନ ବ୍ରତ ଧାରଣ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ । ଆସନ୍ତୁ ଜାଣିବା ମୌନୀ ଅମାବାସ୍ୟା ରେ ମଉନ ବ୍ରତ ଧାରଣ କରିବାର ମହତ୍ତ୍ଵ ।
* ମୌନୀ ଅମାବାସ୍ୟା ରେ ମଉନ ବ୍ରତ ଧାରଣ କରିବା ଦ୍ୱାରା ୭ଜନ୍ମ ର ପାପ ଧୋଇ ହୋଇ ଯାଇଥାଏ । ଏହାଛଡା ମଉନ ବ୍ରତ ଧାରଣ କରିବା ଦ୍ୱାରା ବ୍ୟକ୍ତି ମନରେ ବିକାର ଭାବ ନଷ୍ଟ ହୋଇଥାଏ । ଇନ୍ଦ୍ରିୟ ମାନଙ୍କ ଉପରେ ନିୟନ୍ତ୍ରଣ ରଖିବା ଦ୍ଵାରା ବିକାର ଭାବ ନଷ୍ଟ ହୋଇଥାଏ । ବାଣୀ ଦୋଷ ଦୂର ହୋଇଥାଏ । ଏହିଦିନ ଦାନ ସ୍ନାନ ର ମହତ୍ତ୍ଵ ରହିଥିବା କାରଣରୁ ଆତ୍ମବିଶ୍ବାସ ବୃଦ୍ଧି ହୋଇଥାଏ ଓ ବ୍ୟକ୍ତି ମଧ୍ୟରେ ଆଧ୍ୟାତ୍ମିକ ବିକାଶ କରାଇଥାଏ ।
* ମୌନୀ ଅମାବାସ୍ୟା ରେ ମଉନ ବ୍ରତ କରି ଭଗବାନ ବିଷ୍ଣୁ ଙ୍କୁ ସ୍ମରଣ କରିବା ଦ୍ୱାରା ପିତୃ ପୁରୁଷ ଙ୍କ ଶାନ୍ତି ମିଳିଥାଏ ଓ କାଳସର୍ପ ଦୋଷ ଦୂର ହୋଇଥାଏ । ଏହିଦିନ ବିଷ୍ଣୁ ଙ୍କ ମନ୍ତ୍ର ଜପ କରିବା ଦ୍ୱାରା ପୁଣ୍ୟ ଲାଭ ହୋଇଥାଏ ।
* ମୌନୀ ଅମାବାସ୍ୟା ଦିନ ମନୁ ଙ୍କ ର ଜନ୍ମ ହୋଇଥିଲା । ମଉନ ବ୍ରତ ଦୁଃଖ , ଗ୍ଲାନି, ଅବସାଦ ଓ କଷ୍ଟ କୁ ଦୂର କରିଥାଏ । ଏହି ଦିନ ମଉନ ବ୍ରତ ଧାରଣ କରିବା ଦ୍ୱାରା ଜୀବନ ରୁ ଶୋକ ଦୂର ହୋଇଥାଏ ।
