ବାଲିଆପାଳ: ସ୍ୱେଚ୍ଛାସେବୀ ସଂଗଠନ ବୁଞ୍ଜ ଓ ଅରୂପା ପକ୍ଷରୁ ବାଲିଆପାଳ ଅଂଞ୍ଚଳର ୧୦୦ ଜଣ ସବାଇଘାଷ ହସ୍ତଶିଳ୍ପ କାରିଗରଙ୍କର ପରିବାରକୁ ରେସନ ସାମଗ୍ରୀ ବଂଟନ କରାଯାଇଛି । ମହାମରୀ କରୋନା ସମୟରେ କାରିଗର ମାନେ କାମ ହରାଇ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ବାଲିଆପାଳ ବ୍ଲକରେ ପାଖାପାଖି ୪୦୦ ଜଣ ମହିଳା ସବାଇଘାସ କାରିଗର ରହିଛନ୍ତି । ସେମାନଙ୍କ ଦ୍ୱାରା ନିର୍ମିତ ସାମଗ୍ରୀ ବିକ୍ରୀ ବଟା ନହେବା, କଂଚା ମାଲ ନମିଳିବା, ବିଭିନ୍ନ ସ୍ଥାନରେ ହେଉଥିବା ପ୍ରଦର୍ଶନୀ ବନ୍ଦ ରହିବା ଫଳରେ ଏହି ମହିଳା କାରିଗରମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି ।
ଏହାକୁ ଲକ୍ଷ କରି ଅରୂପା ୧୦୦ ଜଣ ଅର୍ଥôକ ଦୁର୍ବଳ ମହିଳା ସବାଇଘାସ କାରିଗରଙ୍କୁ ସହାୟତା ଦେବା ପାଇଁ ଆଗେଇ ଆସିଛି । ସୂଚନାଯୋଗ୍ୟ ଯେ ଭୂବନେଶ୍ୱରରେ କାର୍ଯ୍ୟକରୁଥିବା ଅରୂପା (ଓଡିଶା ଗ୍ରାମାଂଚଳ ଓ ସହାରାଂଚଳ ଉତ୍ପାଦନ ସଂଘ) ୧୯୯୦ ମସିହାରୁ ଓଡିଶାରେ ହସ୍ତଶିଳ୍ପ କାରିଗର ତଥା ବୁଣାକାର ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିଆସୁଅଛି । ହସ୍ତଶିଳ୍ପ ସାମଗ୍ରୀ ବିକ୍ରୀ ବଟାରୁ ଆରମ୍ଭ କରି କୌଶଳ ବୃଦ୍ଧି, ନୂତନ ଡିଜାଇନ୍ ପ୍ରସ୍ତୁତି,ବିଭିନ୍ନ ଜିଲ୍ଲାର ସଦର ମହକୁମାରେ ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜନ କରି କାରିଗରମାନଙ୍କର ଉକôର୍ଷତା ପ୍ରଦର୍ଶନ କରିବା, ଉପଯୁକ୍ତ କଂଚାମାଲର ଯୋଗାଣ, କାରିଗମାନଙ୍କର ଜୀବନ ବୀମା, ସ୍ୱାସ୍ଥ୍ୟ ବୀମା, ହସ୍ତଶିଳ୍ପ ସାମଗ୍ରୀ ରପ୍ତାନୀ ଆଦି କାର୍ଯ୍ୟ କରି ପ୍ରଶଂସିତ ହୋଇପାରିଛି ।
କେବଳ କାରିଗର କିମ୍ବା ବୁଣାକାର ନୁହେଁ ଗ୍ରାହକ, ଗବେଷକ, କଳାପ୍ରେମୀ ସରକାରୀ ଏବଂ ବେସରକାରୀ ସଂସ୍ଥା ମାନଙ୍କ ଦ୍ୱାରା ଆଦୃତ ହୋଇପାରିଛି । ବାଲିଆପାଳ ବ୍ଲକର ବଡାଶ ପଂଚାୟତର ପାକମୁଡି ଗ୍ରାମରେ ଏବଂ ପ୍ରତାପୁର ପଂଚାୟତର ସୁରୁଡିହା ବାତ୍ୟା ଅଶ୍ରୟସ୍ଥଳୀ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାକମୁଡି ଗ୍ରାମର ୩୦, ବେତଗଡିଆ ଗ୍ରାମର ୨୨, ନାରାୟଣପୁର ଗ୍ରାମର ୧୩ ଏବଂ ସୁରୁଡିହା ଗ୍ରାମର ୩୫ଟି ପରିବାରକୁ ରେସନ ସାମଗ୍ରୀ ବଂଟନ କରାଯାଇଛି । ରେସନ ପ୍ୟାକେଟରେ ଚାଉଳ, ଅଟା, ଡାଲି, ସୋରିଷ ତେଲ, ଲୁଣ, ସୋୟାବିନ ବଡି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧଣିଆ ଗୁଣ୍ଡ, ସାବୁନ, ମାସ୍କ, ସେନିଟାରୀ, ନାପକିନ ଭଳି ମୋଟ ହଜାରେ ଟଙ୍କା ମୂଲ୍ୟର ସାମଗ୍ରୀ ଥିବା ଜଣାଯାଇଛି ।
ଉକ୍ତ କାର୍ଯ୍ୟକ୍ରମକୁ ଅରୂପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପରିଚାଳନା କରିଥିଲେ । ସେହିପରି ବୁଞ୍ଜ ସଂସ୍ଥାର ଓଡିଶା ମୁଖ୍ୟ ସୁରେଶ କୁମାର, ବିକ୍ରୟ ପ୍ରତିନିଧି ଶଙ୍କର୍ଷଣ କୁହାଁଣ ପ୍ରମୁଖ ଉପସ୍ଥିତ ଥିଲେ । ପାକମୁଡି କାର୍ଯ୍ୟକ୍ରମରେ ଅତିଥି ଭାବେ ବଡାଶ ସମିତି ସଦସ୍ୟ ବିଭୂତି କରଣ, ନାୟବ ସରପଂଚ ମନୋରଞ୍ଜନ ଜେନା, ବାଲିଆପାଳ ବ୍ଲକ ଶିଳ୍ପ ତାଲିମ ଅଧିକାରୀ କ୍ଷୀତିଶ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ, ସୁରୁଡିହା କାର୍ଯ୍ୟକ୍ରମରେ ପ୍ରତାପୁର ସରପଂଚ ଅନନ୍ତ କୁମାର ଜେନା, ସମିତି ସଭ୍ୟ ପୁରୁଷୋତ୍ତମ ଜେନା, ୱାର୍ଡ ସଭ୍ୟ ଅରୁଣ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ହରେକୃଷ୍ଣ ପାତ୍ର, ଅବସରପ୍ରାପ୍ତ ଶିକ୍ଷକ ଶରତଚନ୍ଦ୍ର ସାହୁ, କାରିଗର ପାର୍ବତୀ ପାତ୍ର, ସୁମତୀ ପାତ୍ର, ବନ୍ଦନା ଦେ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।