ବାରିପଦା : ମୟୂରଭଞ୍ଜ ଜିଲ୍ଲାରୁ ରବିବାର ସକାଳେ ଏସଟିଏଫ୍ ୩.୨୮ କିଲୋଗ୍ରାମ ବ୍ରାଉନ୍ସୁଗାର ଜବତ କରିଥିବା ନେଇ ଡିଜି ଅଭୟ ଟୁଇଟ୍ କରି ସୂଚନା ଦେଇଛନ୍ତି । ଜବତ ହୋଇଥିବା ବ୍ରାଉନ୍ସୁଗାର ମୂଲ୍ୟ ପ୍ରାୟ ସାଢେ ୩କୋଟି ଟଙ୍କାର ବୋଲି ସୂଚନା ମିଳିଛି । ମୟୂରଭଞ୍ଜ ଜିଲ୍ଲାରୁ ୩.୨୮ କେଜି ବ୍ରାଉନ୍ସୁଗାର ଜବତ ଓ ଏହି ମାମଲାରେ ଜଣଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଅଟକ ରଖିଥିବା ଟୁଇଟ୍ କରି ଅଭୟ ସୂଚନା ଦେଇଛନ୍ତି ।
ଆଜି ସକାଳେ ଓଡିଶା ପୋଲିସର ଏସଟିଏଫ୍ ମୟୂରଭଞ୍ଜର ଏକ ସ୍ଥାନରୁ ପ୍ରାୟ ୩.୨୮ କେଜି ବ୍ରାଉନ୍ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ ମଧ୍ୟ କରିଛନ୍ତି ଏବଂ ଏହା ଏସଟିଏଫର ଏକ ବଡସଫଳତା ବୋଲି କୁହାଯାଉଛି । ଏନେଇ ଅଧିକ ଖୋଲତାଡ ଚାଲିଥିବାବେଳେ ରାଜ୍ୟରେ ବ୍ରାଉନ୍ସୁଗାର ଅଭିଯାନ ଜାରି ରହିବ ଏବଂ ୨୦୨୦ ମସିହାରେ ଏଯାଏଁ ୧୫କେଜି ୬୪୮ ଗ୍ରାମ ପରିମାଣର ବ୍ରାଉନ୍ସୁଗାର ଜବତ କରାଯାଇଥିବା ନେଇ ଏଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ଏବଂ ରାଜ୍ୟରୁ ଏହାର ମୂଳୋତ୍ପାଟନ ଏସଟିଏଫର ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି ।
