ଆରଡି : ଓଡିଶାର ସର୍ବପୁରାତନ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସର ଓ ପୀଠର ମାଷ୍ଟରପ୍ଲାନ କାର୍ଯ୍ଯକାରୀ ପାଇଁ ପୂର୍ବ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ୨ଟି ପ୍ରଯ୍ଯାୟରେ ୪୮କୋଟି ଟଙ୍କାର କାର୍ଯ୍ଯ କିପରି ଚାଲିଛି ତାହାର ସ୍ଥିତି ପରଖିବା ପାଇଁ ଗୁରୁବାର ଗ୍ରାମ୍ଯ ଉନୟନ ବିଭାଗର ସଚିବ ଗୁହୁ ପୁନମ ତାପସ କୁମାର ଓ ଭଦ୍ରକ ଜିଲାପାଳ ଦିଲିପ କୁମାର ରାଉତରାୟ, ଚାନ୍ଦବାଲି ବିଡିଓ ଅସିତ ମହାନ୍ତି, ଜିଲା ଗ୍ରାମ୍ଯ ଉନ୍ୟନୟନ ଅଧିକାରୀ ସରୋଜକୁମାର ଦତ୍ତ ପ୍ରମୁଖ ଆରଡିପୀଠରେ ପହଁଚି ପ୍ରଥମେ ମଣିବାବାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ମନ୍ଦିର ପରିସର ବେଢା ବୁଲିବା ସହିତ ପ୍ରଥମ ପ୍ରଯ୍ଯାୟରେ ହୋଇଥିବା କାର୍ଯ୍ଯ ବେଢା ଚଟାଣ, ପ୍ରାଚେରୀ, ୪ଦ୍ବାରର ମୁଖଚାଳି, ଶ୍ରାବଣୀମଣ୍ଡପ, ସିଂହ ଦ୍ବାର ଆଦି ବୁଲି ଦେଖିଥିଲେ। ପରେ ମନ୍ଦିର କାର୍ଯ୍ଯାଳୟରେ ୨ପ୍ରଯ୍ଯାୟରେ ଚାଲୁଥିବା ଶିବପ୍ଲାଜା, ଗାଡିପାର୍କିଂ ଓ ଶିବଗଙ୍ଗା ପୁଷ୍କରିଣୀର ଉନ୍ନତି କରଣ କାର୍ଯ୍ଯର ସଚିବ ଜିଲାପାଳଙ୍କ ସହ ସମୀକ୍ଷା କରିବା ପରେ କାର୍ଯ୍ଯ ହେଉଥିବା ସ୍ଥାନକୁ ଯାଇ ସ୍ଥିତି ପରଖିଥିଲେ।
ଏହି କାର୍ଯ୍ଯ ଦୀର୍ଘ ୧ବର୍ଷ ଧରି ଚାଲୁଥିଲେ ମଧ୍ଯ ବିଭାଗୀୟ ଅଧିକାରୀ ପୂର୍ତ୍ତ ବିଭାଗର ଅଣଦେଖା ଯୋଗୁ କାର୍ଯ୍ଯରତ ଠିକାଦାର ମନଇଛା କାର୍ଯ୍ଯ କରୁଥିବାରୁ ସମୟ ଅତିବାହିତ ହୋଇଥିଲେ ମଧ୍ଯ କାର୍ଯ୍ଯ ସରୁନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ସଚିବ। ଏପରିକି ଶିବଗଙ୍ଗା ପୁଷ୍କରିଣୀ ପାବଛ, ଶିବପ୍ଲାଜା ଓ ଗାଡିପାର୍କିଂ କାମ ଅତିନିମ୍ନମାନର ହେଉଥିବା ସ୍ଥାନୀୟ ଲୋକ ସଚିବଙ୍କ ନିକଟରେ ଅଭିଯୋଗ କରିପାରିବା ପରେ ବିଭାଗୀୟ ଅଧିକାରୀଙ୍କ ଠାରୁ ପଚାରି ବୁଝିବା ସହ ଅସନ୍ତୋଷ ବ୍ଯକ୍ତ କରିଥିଲେ। ବିଶେଷକରି ଆରଡିପୀଠ ବନ୍ଯା, ବାତ୍ଯା ଅଞ୍ଚଳ ହୋଇଥିବାରୁ ଅତଧିକ ପବନ ହେଲେ ନିର୍ମିତ ହୋଇଥିବା ୫୧ଫୁଟର ଶିବ ପ୍ରତିମା କ୍ଷତିଗ୍ରସ୍ତ ହେବ ବୋଲି ସଚିବ ତାପସକୁମାର ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ତୁରନ୍ତ ଏହି କାର୍ଯ୍ଯର ସ୍ଥାୟୀତ୍ବ କରିବା ପାଇଁ ପୃର୍ତ୍ତ ବିଭାଗର ଅଧିକାରୀଙ୍କୁ କଡା ତାଗିଦ କରିଥିଲେ।