ଉତ୍ତରପ୍ରଦେଶ ରାଜନୀତିରେ ବର୍ତମାନ ଗୋଟିଏ ଖବରକୁ ନେଇ ଖୁବ ଚର୍ଚା ଚାଲିଛି, ସମାଜବାଦୀ ପାର୍ଟି ର ମୁଖିଆ ଅଖିଳେସ ଯାଦବ ଙ୍କ ଭାଇ ପ୍ରତୀକ ଯାଦବ ନିଜ ପତ୍ନୀ ଓ ବିଜେପି ନେତ୍ରୀ ଅପର୍ଣ୍ଣା ଯାଦବ ଙ୍କ ନିକଟରୁ ଛାଡପତ୍ର ନେବାପାଇଁ ଘୋଷଣା କରିଛନ୍ତି, ମୁଲାୟମ ସିଂ ଙ୍କ ସାନପୁଅ ପ୍ରତୀକ ଯାଦବ ନିଜ ପତ୍ନୀଙ୍କୁ ନେଇ କହିଛନ୍ତି ଏହି ସ୍ୱାର୍ଥପର ମହିଳା ନିକଟରୁ ଖୁବ ଶୀଘ୍ର ଛାଡପତ୍ର ନେବି, ସେ ମୋ ପାରିବାରିକ ସମ୍ପର୍କ କୁ ନଷ୍ଟ କରିଛନ୍ତି l
ପ୍ରତୀକ ନିଜ ଇନ୍ସଟା ଗ୍ରାମ ରେ ପୋଷ୍ଟ କରି ଲେଖିଛନ୍ତି – ‘ ମୁଁ ଏହି ମଟଳବି ସ୍ତ୍ରିଲୋକ ନିକଟରୁ ଖୁବ ଶୀଘ୍ର ଛାଡପତ୍ର ନେବାକୁ ଯାଉଛି, ସେ ମୋ ପରିବାରର ସମ୍ପର୍କ କୁ ବିଗାଡି ଦେଇଛି, ସେ କେବଳ ଫେମସ ହେବାକୁ ଚାହୁଁଚି, ବର୍ତମାନ ମୋର ମେଣ୍ଟାଲ ହେଲଥ ଖୁବ ଖରାପ, କିନ୍ତୁ ତାକୁ କୌଣସି ଫରକ ପଡୁନି, ମୁଁ ଏତେ ବେକାର ସ୍ତ୍ରୀଲୋକ କୋଉଠି ବି ଦେଖିନାହିଁ ‘ l
ଅପର୍ଣ୍ଣା ଯାଦବ ହେଉଛନ୍ତି ସମାଜବାଦୀ ପାର୍ଟି ସଂସ୍ଥାପକ ମୁଲାୟମ ସିଂ ଯାଦବ ଙ୍କର ସାନ ବୋହୁ, ତାଙ୍କ ପିତା ଜଣେ ପତ୍ରକାର ଏବଂ ମା ଲଖନଉ ନଗର ନିଗମରେ ଅଫିସର, ୨୦୧୭ ରେ ଅପର୍ଣ୍ଣା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ରେ ଲଖନଉ କ୍ୟାଣ୍ଟନମେଣ୍ଟ ସିଟ ରୁ ନିର୍ବାଚନ ଲଢ଼ିଥିଲେ, କିନ୍ତୁ ସେ ହାରି ଯାଇଥିଲେ, ଏବଂ ୨୦୨୨ ରେ ବିଜେପି ଜଏନ କରିଥିଲେ ଏବଂ ଉତ୍ତରପ୍ରଦେଶ ରାଜ୍ୟ ମହିଳା ଆୟୋଗ ର ଉପଧାକ୍ଷ ହୋଇଥିଲେ l
ଯେତେବେଳେ ଅପର୍ଣ୍ଣା ବିଜେପି ରେ ମିଶିଥିଲେ ଉତ୍ତରପ୍ରଦେଶ ର ଡେପୁଟି ଚିଫ ମିନିଷ୍ଟାର କେଶବ ପ୍ରସାଦ ମୌର୍ଯ୍ୟ ବିଜେପି ରେ ସାମିଲ କରାଇଥିଲେ, ଅପର୍ଣ୍ଣା ଙ୍କର ଏହି ନିଷ୍ପତି ଦେଶଶୂର ଅଖିଳେସ ଙ୍କ ପାଇଁ ବଡ଼ ଝଟକା ଥିଲା, କିନ୍ତୁ ଅପର୍ଣ୍ଣା କହିଥିଲେ ପରିବାର ରାଜନୀତିର ମୈଦାନ ନୁହେଁ, କିନ୍ତୁ ଏହାକୁ ଠିକ ରେ ଗ୍ରହଣ କରିପାରି ନଥିଲେ ଯାଦବ ପରିବାର l
ପ୍ରତୀକ ହେଉଛନ୍ତି ଅଖିଳେସ ଙ୍କର ସାବତ ଭାଇ, ଅର୍ଥାତ ମୁଲାୟମ ଙ୍କ ଦ୍ଵିତୀୟ ପତ୍ନୀ ସାଧନା ଗୁପ୍ତା ଙ୍କ ପୁଅ, ପ୍ରତୀକ ରାଜନୀତି ଠାରୁ ଦୁରେଇ ରୁହନ୍ତି ସେ ରିଆଲି ଷ୍ଟେଟ ବିଜନେସ ରେ ସମ୍ପୃକ୍ତ l ଅପର୍ଣ୍ଣା ଓ ପ୍ରତୀକ ୧୧ ବର୍ଷ ପର୍ଯ୍ୟନ୍ତ ଡେଟ କରିବା ପରେ ୨୦୧୧ ଉଭୟ ପରିବାର ସଦସ୍ୟଙ୍କ ସହଯୋଗ ରେ ବିବାହ କରିଥିଲେ l
ସୌଜନ୍ୟ – ଜାତୀୟ ଗଣମାଧ୍ୟମ ଏବିପି ନିୟୁଜ l