Odisha news

ନୀତିନ ଗଡ଼କରୀଙ୍କୁ ସାକ୍ଷାତ କଲେ ସାଂସଦ ଅପରାଜିତା : ନୂଆ ଜଗନ୍ନାଥ ସଡ଼କକୁ ଜାତୀୟ ରାଜପଥ ମାନ୍ୟତା ପାଇଁ କଲେ ଦାବି

0
ନିରାକାରପୁର, ୧୩/୧୨:  ଭୁବନେଶ୍ୱର ସାଂସଦ, ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ଆନ୍ତର୍ଜାତୀୟ ଆଇପିୟୁ କାର୍ଯ୍ୟବାହୀ ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ମହୋଦୟଙ୍କୁ ସାକ୍ଷାତ କରି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଦେଇ ନୟାଗଡ଼ ରୁ ପୁରୀ ଯାଇଥିବା ନୂଆ ଜଗନ୍ନାଥ ସଡ଼କ କୁ ଜାତୀୟ ରାଜପଥ ମାନ୍ୟତା ପାଇଁ ଦାବି କରିଛନ୍ତି । ଅଞ୍ଚଳ ବାସୀଙ୍କ ତରଫରୁ ଏହି ଜଗନ୍ନାଥ ସଡ଼କ କୁ ଜାତୀୟ ରାଜପଥ ମାନ୍ୟତା ଦାବି କରି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା। ସେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲି କି ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରିଙ୍କୁ ଦେଖା ହୋଇ ଦାବି କରି ଏହି ସଡ଼କ କୁ ଜାତୀୟ ରାଜପଥ ମାନ୍ୟତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଜି
ମନ୍ତ୍ରୀଙ୍କୁ ସାକ୍ଷାତ କରି ନୂଆ ଜଗନ୍ନାଥ ସଡ଼କକୁ ଜାତୀୟ ରାଜପଥ ମାନ୍ୟତା ପ୍ରଦାନ ପାଇଁ ଲିଖିତ ଆବେଦନ ଏବଂ ଅନୁରୋଧ କରିବା ସହ କ୍ୟାପିଟାଲ ରିଜିନ ରିଙ୍ଗ ରୋଡ   ନିର୍ମାଣ ପାଇଁ ବି ଅନୁରୋଧ କରିଥିଲେ। ପ୍ରକାଶ ଥାଉ କି ସାଂସଦଙ୍କ ଅନୁରୋଧ କ୍ରମେ ବିଗତ ତିନି ବର୍ଷରେ ହୋଇଥିବା ମୋଟ ୭୦୨୮ କୋଟି ମୂଲ୍ୟର ବିଭିନ୍ନ କାମ ପାଇଁ ଧନ୍ୟବାଦ ଜ୍ଞାପନ କରିବା ସହ ଆଶୀର୍ବାଦ ଏବଂ ମାର୍ଗଦର୍ଶନ କାମନା କରିଥିଲେ । ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଏହି ପଦକ୍ଷେପ ପାଇଁ ନିରାକାରପୁର ଅଞ୍ଚଳ ବାସୀଙ୍କ ତରଫରୁ ତାଙ୍କୁ କୃତଜ୍ଞତା ଜଣାଯାଇଛି
IEC 2 years
Leave A Reply