Odisha news

ଟ୍ରେନରୁ ନିରୁଦ୍ଧିଷ୍ଟ ବୃଦ୍ଧ ପୁରୁଣାବନ୍ଧ ରୁ ଉଦ୍ଧାର

0
ଗଞ୍ଜାମ :13,12 : ଗତ ନଭେମ୍ବର 26 ତାରିଖରେ ବିହାର ରୁ ବାଙ୍ଗାଲୋର ଦ୍ରୁତଗାମୀ ଟ୍ରେନରେ ଯାଉଥିବା ଜୈନେକ ବୃଦ୍ଧ ବାଲୁଗାଁ ଷ୍ଟେସନ ରୁ ନିରୁଦ୍ଧିଷ୍ଟ ହୋଇଯାଇଥିବା ବେଳେ ତାଙ୍କୁ ମଙ୍ଗଳବାର ଗଞ୍ଜାମ ବ୍ଲକର ପୁରୁଣାବନ୍ଧ ଗ୍ରାମରୁ ଉଦ୍ଧାର କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି l  ନିରୁଦ୍ଧିଷ୍ଟ ବୃଦ୍ଧ ଜଣଙ୍କ ହେଲେ ବିହାର ରାଜ୍ୟର ଔରଙ୍ଗାବାଦ ଜିଲ୍ଲାର ବୁଧିବନ୍ତ ଗ୍ରାମର କାମେଶ୍ଵର ପାଲ (65) l
 ପ୍ରାପ୍ତ ସୂଚନାନୁଯାୟୀ ବାଲୁଗାଁ ଷ୍ଟେସନ ରେ ଟ୍ରେନଟି ରହିବା ପରେ ବୃଦ୍ଧ ଜଣଙ୍କ ଓଲ୍ଲାଇ ଥିବା ବେଳେ ଟ୍ରେନ ଛାଡ଼ିଦେଇଥିଲା l ଫଳରେ ସେ ଷ୍ଟେସନ ରେ ରହିଯାଇଥିଲେ l ପରେ ସେ ଜାତୀୟ ରାଜପଥ ଦେଇ ଚାଲିଚାଲି ଗତ ଶୁକ୍ରବାର ଦିନ ପୁରୁଣାବନ୍ଧ ଗ୍ରାମରେ ପହଞ୍ଚିଥିଲେ l ଗ୍ରାମର ଯୁବ ସ୍ବେଛାସେବୀ ପ୍ରସାଦ କୁମାର ବେହେରା,କେ. ଜଗଦୀଶ ରାଓ, ପି. ଦୀନବନ୍ଧୁ ରାଓ, ରମେଶ ବେହେରା ପ୍ରମୁଖ ତାଙ୍କୁ ତାଙ୍କୁ ପଚାରା ଉଚ୍ଚାରା କରିବା ସହ ତାଙ୍କର ଖାଇବା ପିଇବା ବ୍ୟବସ୍ଥା କରିଥିଲେ l ପରେ ପୂର୍ବତନ ସମିତିସଭ୍ୟ ଛାୟାକାନ୍ତ ପ୍ରଧାନ ଓ ଗଞ୍ଜାମ  ଥାନା ଅଧିକାରୀ ଙ୍କୁ ଅବଗତ କରାଇଥିଲେ l ଥାନା ଅଧିକାରୀ ବୃଦ୍ଧ ଙ୍କ ଠିକଣାରେ ତଦନ୍ତ କରି ସେଠାକାର ପୋଲିସ ସହଯୋଗରେ
ବୃଦ୍ଧ ଙ୍କ ପରିବାର ବର୍ଗ ଙ୍କୁ ଜଣାଇଥିଲେ l ମଙ୍ଗଳବାର ଗଞ୍ଜାମ ଥାନା ରେ ତାଙ୍କ ପରିବାରବର୍ଗ ପହଞ୍ଚିବା ପରେ ନିରୁଦ୍ଧିଷ୍ଟ ବୃଦ୍ଧଙ୍କୁ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା l ପରିବାର ବର୍ଗ ସ୍ବେଛାସେବୀ ମାନଙ୍କ ଉତ୍ତମ କାର୍ଯ୍ୟ ପାଇଁ ଉଚ୍ଚ ପ୍ରଶଂସା କରିଥିଲେ l
Nalco
Leave A Reply