Odisha news

ଅନୁଷ୍କା ହେବେ ମା’

0

ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ଘରକୁ ଖୁବ୍‌ଶୀଘ୍ର ନୂଆ ସଦସ୍ୟ ଆସିବେ । ସେମାନେ ସୋସାଲ ମିଡିଆରେ ଏହି ଖବର ସେୟାର କରିଛନ୍ତି । ଅନୁଷ୍କା ଲେଖିଛନ୍ତି, ‘ଆମେ ତିନି ହେବୁ । ଜାନୁୟାରୀ ୨୦୨୧ରେ ଛୋଟ ସଦସ୍ୟ ଆସିବ ।’ ପୂର୍ବରୁ ଅନୁଷ୍କାଙ୍କୁ ମୁମ୍ବାଇରେ ଏକ କ୍ଲିନିକ୍‌ ବାହାରେ ଦେଖି ଅନୁମାନ କରାଯାଉଥିଲା ଯେ ସେ ଗର୍ଭବତୀ ଅଛନ୍ତି । ତାଙ୍କର ଏହି ପୋଷ୍ଟ ପରେ ଫ୍ୟାନ୍‌ମାନେ ତାଙ୍କୁ ୱିଶ୍‌ କରିବା ଆରମ୍ଭ କରିଦେଇଛନ୍ତି । ବିରୁଷ୍କାଙ୍କ ପ୍ରଶଂସକ ନୂଆ ସଦସ୍ୟ ଆସିବା ଖବରରେ ବେଶ୍‌ ଉତ୍ସାହିତ ଅଛନ୍ତି । ଅନୁଷ୍କା ଶେଷ ଥର ଶାହରୁଖ୍‌ ଖାନଙ୍କ ସହ ଫିଲ୍ମ ‘ଜିରୋ’ରେ ନଜରକୁ ଆସିଥିଲେ । ଏହି ଫିଲ୍ମରେ କ୍ୟାଟ୍ରିନା କୈଫ୍‌ ବି ମୁଖ୍ୟ ଭୂମିକାରେ ଥିଲେ । ଅଭିନୟ ସହିତ ଅନୁଷ୍କା ନିଜ ପ୍ରଡକ୍ସନ ହାଉସ୍‌ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ବିରାଟ-ଅନୁଷ୍କାଙ୍କ ଲଭ୍‌ଷ୍ଟୋରୀ ଶାମ୍ପୁ ବିଜ୍ଞାପନ ସୁଟିଂରୁ
ଆରମ୍ଭ ହୋଇଥିଲା ।

Leave A Reply