Odisha news

ନିଖିଳ ଓଡ଼ିଶା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ମହାସଂଘ,ଅନୁଗୁଳ ଶାଖାର କାର୍ଯ୍ୟ ନିର୍ବାହୀ କମିଟି ବୈଠକ

0

ଅନୁଗୁଳ: ନିଖିଳ ଓଡ଼ିଶା କେନ୍ଦ୍ର୍ର ସମବାୟ ବ୍ୟାଙ୍କ କର୍ମଚାରୀ ମହାସଂଘ, ଅନୁଗୁଳ ଶାଖାର କାର୍ଯ୍ୟ ନିର୍ବାହୀକମିଟିର ଏକ ଜରୁରୀକାଳୀନ ବୈଠକ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାଗୃହରେ ସଂଘର ସଭାପତି ସୁଜିତ୍ କୁମାର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ କର୍ମଚାରୀ ମାନଙ୍କ ବିଭିନ୍ନ ସୁବିଧା, ଅସୁବିଧା ବିଷୟରେ ଆଲୋଚନା କରାଯାଇଥିଲା । ମାତ୍ର ବିଗତ କେତେଦିନ ଧରି ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ବିରୋଧରେ ଦୈନିକ ଓଡ଼ିଆ ଖବର କାଗଜ ମାଧ୍ୟମରେ କେତେ ଗୁଡିଏ ତଥ୍ୟ ପ୍ରକାଶିତ ହେଉଅଛି ଏବଂ ଉକ୍ତ ତଥ୍ୟକୁ ଅତିରଜିଂତ କରି ବ୍ୟାଙ୍କକୁ ବଦ୍ନାମ କରିବା ପାଇଁ ବାରମ୍ବାର ପ୍ରକାଶ କରି କର୍ମଚାରୀ ତଥା ଗ୍ରାହକ ମାନଙ୍କର ମାନସିକତା ଉପରେ କୁଠାରଘାତ ହେଉଅଛି ।

ଯ ଦ୍ୱାରା କି ବ୍ୟାଙ୍କର ପ୍ରଭୁତ କ୍ଷତି ସାଧନା ହେବା ସହିତ କର୍ମଚାରୀ ମହଲରେ ଅସନ୍ତୋଷର ବହ୍ନି ପ୍ରଜ୍ଜ୍ୱଳନ ହେଉଅଛି । ଉକ୍ତ ସଭାରେ ଆଲୋଚନା ମାଧ୍ୟମରେ ବ୍ୟାଙ୍କ ଦୀର୍ଘ ବର୍ଷ ଧରି କ୍ରମାଗତ ଭାବରେ ନିକର ଲାଭ କରିବା ସହିତ ବ୍ୟାଙ୍କ ପାଖାପାଖି ୨୦୦୦ କୋଟି ଟଙ୍କାର ବ୍ୟବସାୟ କରୁଅଛି ଏବଂ ୧୭ ଗୋଟି ଶାଖା ଓ ମୁଖ୍ୟ କାର୍ଯ୍ୟାଳୟର ପ୍ରାୟ ୧୩୬ ଜଣ କର୍ମଚାରୀ ଏହା ଉପରେ ନିର୍ଭର କରି ଜୀବନ ଜୀବିକା ନିର୍ବାହ କରୁଛନ୍ତି । ତତ୍ ସହିତ ବ୍ୟାଙ୍କ ଅଧୀନରେ କାର୍ଯ୍ୟ କରୁଥିବା ୧୮୩ ଗୋଟି ପ୍ରାଥମିକ କୃଷି ସମବାୟ ସମିତିର ହାରାହାରି ୫୦୦ କର୍ମଚାରୀ ସାଧାରଣ କୃଷକ ଓ ଜମାକାରୀଙ୍କ ସହିତ କୃଷି ଋଣ ଏବଂ କୃଷି ଆନୁସଙ୍ଗିକ ଋଣ ତଥା ଜମା ସଂଗ୍ରହ କାର୍ଯ୍ୟ କରୁଅଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହିପରି ତଥ୍ୟ ଗୁଡିକ ବାରମ୍ବାର ପ୍ରକାଶ କରିବା ଦ୍ୱାରା କର୍ମଚାରୀଙ୍କର ମନୋବଳ ଭାଙ୍ଗିଯିବା ସଙ୍ଗେ ସଙ୍ଗେ ବ୍ୟାଙ୍କର ଦୈନିକ କାର୍ଯ୍ୟ ଉପରେ ଯଥେଷ୍ଟ ପ୍ରଭାବ ପଡୁଛି, ଯଦିବା ଏହି ତଥ୍ୟ ଉପରେ ଭିତିକରି ବ୍ୟାଙ୍କଆଇନ୍ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସୁଛି ଏବଂ ଭବିଷ୍ୟତରେ ମଧ୍ୟ କରିବା ପାଇଁ ବଦ୍ଧପରିକର ।

ମାତ୍ର ଏ ସମସ୍ତ ବିଷୟରେ ଗ୍ରହଣ କରାଯାଇଥିବା ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଉପରେ ଅବଗତ ହେଲାପରେ ମଧ୍ୟ କେଉଁ କେଉଁ ଉଦେ୍ଦଶ୍ୟରଖି ବାରମ୍ବାର ଏ ପ୍ରକାର ତଥ୍ୟ ପ୍ରକାଶ କରାଯାଉଅଛି ତାହା ବର୍ତମାନ କର୍ମଚାରୀ ମହଲରେଏକ ଆଲୋଚ୍ୟର ବିଷୟ ହୋଇପଡିଛି । ଏହା ଉପରେ ଆଲୋଚନା କରାଯାଇ କ୍ଷୋଭ ପ୍ରକାଶ କରିବା ସହିତ ଏକ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା । ପୁନଶ୍ଚ ଉକ୍ତ ବିଷୟରେ ନିଖିଳ ଓଡିଶା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ମହାସଂଘକୁ ଅବଗତ କରାଯିବା ସହିତ ସାରା ଓଡ଼ିଶାରେ ଥିବା ସମବାୟ ବ୍ୟାଙ୍କ, ସମିତିର କର୍ମଚାରୀ ଏବଂ ସମବାୟ ପ୍ରେମୀ ଭାଇ ଓ ଭଉଣୀ ମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅନୁରୋଧ କରିବା ନିମନ୍ତେ ସଭାରେ ନିଷ୍ପତି ଗ୍ରହଣ କରାଯାଇଥିଲା । ଉକ୍ତ ସଭାରେ କାର୍ଯ୍ୟକାରୀ ସଭାପତି ଅନୀଲ କାମାର ନାଏକ, ଉପସଭାନେତ୍ରୀ ଶ୍ରୀମତୀ ବିନୋଦିନୀ ସିଂହ, ମନୋରଜଂନ ସିଂହ, ସାଧାରଣ ସମ୍ପାଦକ ରୁଦ୍ରମୋହନ ମିଶ୍ର, ବରିଷ୍ଠ ସଭ୍ୟ ପ୍ରଦୀପ କୁମାର ପରିଡା, ଅକ୍ଷୟ କୁମାର ପୃଷ୍ଟି, ଶାଖା ପରିଚାଳକଙ୍କ ସମେତ ସଂଘର ଅନ୍ୟ ସଭ୍ୟ/ସଭ୍ୟା ମାନେ ବୈଠକରେ ଉପସ୍ଥିତ ଥିଲେ ।

Nalco
Leave A Reply