ଢେଙ୍କାନାଳ (ପୂର୍ଣ୍ଣଚନ୍ଦ୍ର ସାହୁ ) : ଢେଙ୍କାନାଳ ଜିଲ୍ଲାରେ କରୋନା ତାର କାୟାବିସ୍ତାର କରିଛି । ମହୁଳପାଳର ଦୁଇ ଭାଇ କରୋନା ପଜେଟିଭି ଜଣାପଡିବା ପରେ ପ୍ରଶାସନ ଚଳଚଂଚଳ ହୋଇ ଉଠିଛି । ଗାଁ ଠାରୁ ଭୁବନ ସହର ଯାଏ ହାଲହୁଲୁରୀ ପଡିଛି । ଏହି ସମୟରେ ରେଙ୍ଗାଳୀ ବାମ କେନାଲ ତରଫରୁ ପ୍ରବାସୀ ଉସôାହୀ ଯୁବକଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଛତୁ ଚାଷର ସରଜ୍ଞାମ ଯୋଗାଇ ଦିଆଯାଇଛି ଚରୋନା କାରଣରୁ ମହୁଳପାଳ ପଚାଂୟତର ନିଳକଣ୍ଠପୁର ଗ୍ରାମର ସ୍ୱର୍ଗତ ମଲ୍ଲିକଙ୍କ ଏକମାତ୍ର ପୁଅ କାମଧନ୍ଦା ଅନ୍ୱେଷଣରେ ଜିଲ୍ଲା ବାହାରେ ଭୁବନେଶ୍ୱରରେ ରହି ମାସକୁ ୭ହଜାର ଟଙ୍କା ବିନିମୟରେ କାମକରୁଥିଲେ । ଲକଡାଉନ ଫଳରେ ଗାଁ କୁ ପଳାଇଆସିଲେ । ଗାଁରେ କୈଣସି ସୁବିଧା ନଥିବାରୁ କାମଧନ୍ଦା ନପାଇଁ ହାତ ବାନ୍ଧି ବସିଥିଲେ । ଘର ଚଲାଇବା ମଧ୍ୟ ସୁବିଧା ହେଉନଥିଲା । ଫଳରେ ଛତୁ ଚାଷ କରିବା ପାଇଁ ମନ ବଳାଇଲା । ୟୁ ଟୁବରୁ ଛତୁ ଚାଷ ସଂର୍ପକିତ ସମସ୍ତ ବିଷୟରେ ଜାଣିବା ପରେ ଢେଙ୍କାନାଳରୁ ଛତୁ ମଞ୍ଜି ଆଣି ଚାଷ କରିବାକୁ ମନସ୍ତ କଲେ । ଘର ପାଖରେ ଥିବା ବାଉଁଶ ବୁଦା ମୁଳେ ଛତୁ ବେଡ ତିଆରୀ କରି ଚାଷ ଆରମ୍ଭ କଲେ ।
ବର୍ଷା ଫଳରେ ଛତୁ ବେଡ ଗୁଡିକ ଅଲ୍ପ ଦିନରେ ନଷ୍ଟ ହେବାକୁ ଲାଗିଲା । ମନଉଣା ହୋଇଆସୁଥିବା ବେଳେ ରେଙ୍ଗାଳି ବାମ କେନାଲର ପ୍ରେଜେକ୍ଟ ମ୍ୟାନେଜର ଙ୍କ ପାରିପାଶ୍ୱିକ ଯୋଜନା ଅନୁଯାୟୀ କ୍ଲଷ୍ଟର କୋଅଡିନେଟର ଭାବରେ ଭୂମିହୀନ ଚାଷୀ ଭାବରେ ଜଳ ଓ ଭୂମି ପରିଚାଳନା ସଂସ୍ଥାର ମିଶ୍ର ଙ୍କ ନଜରକୁ ଆସିଥିଲେ । ଛତୁ ଚାଷକୁ ଆଗେଇ ନେବା ଲାଗି ପାଲ , ଜରି , ସ୍ପେୟର ପ୍ରଦାନ କରାଯାଇଥିଲା । ଏହିସବୁ ଯନ୍ତ୍ରାଂଶ ଦ୍ୱାରା ଜଣେ ଯୁବ ଚାଷୀଙ୍କୁ ମାନସିକ ବଳ ଯୋଗାଇଦିଆଯିବା ସହ କିଭଳି ନିଜେ ଆତ୍ମନିର୍ଭରଶୀଳ ହୋଇପାରିବ ସେ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ରେଙ୍ଗାଳୀ ବାମ କେନାଲ , ସୁକିନ୍ଦା ପ୍ରୋଜେକ୍ଟର ମୁଖ୍ୟ ଯନ୍ତ୍ରୀ ବଂଶୀଧର ସାହୁ ପ୍ରକାଶ କରିଥିଲେ । ଛତୁ ଚାଷୀ , କୁକୁଡା ଚାଷୀଙ୍କୁ ବିଭିନ୍ନଉପକରଣ ପ୍ରଦାନ କରାଯାଇଥିଲା ।
ଏହି ସମୟରେ ସୁପରେଟେଣ୍ଟଣ୍ଟ ଇଂ ବାମାଚରଣ ବିଶ୍ୱାଳ , ସହକାରୀ ପ୍ରୋଜେକ୍ଟ ଡାଇରେକ୍ଟର ଦାମୋଦର ସାହୁ , ଡେପୁଟି ଡାଇରେକ୍ଟର ଇଂ ବଶୀଧର ସ୍ୱାଇଁ , ଡେପୁଟି ଡାଇରେକ୍ଟର ଅକ୍ଷୟ କୁମାର ସ୍ୱାଇଁ , ଡେପୁଟି ଡାଇରେକ୍ଟର ଆମୋଦ କୁମାର ପ୍ରଧାନ , ଡେପୁଟି ଡାଇରେକ୍ଟର ପ୍ରଶାନ୍ତ ପ୍ରଧାନ , ଭୁବନ ନିର୍ବାହୀ ଯନ୍ତ୍ରୀ ଦୀପକ କୁମାର ବେହେରା , ଡୁବୁରୀ ନିର୍ବାହୀ ଯନ୍ତ୍ରୀ ରଂଜନ କୁମାର ପାତ୍ରଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ । ଜଳସେଚନ ହେବା ସହ ଆନୁଷଙ୍ଗିକ ଛେଳି ଚାଷ , କୁକୁଡା ଚାଷ , ଛତୁ ଚାଷ ପାରମ୍ପରିକ ପଦ୍ଧତିରୁ ନଜର ହଟାଇ ଉନ୍ନତ ଜ୍ଞାନ କୈଶଳର ପ୍ରୟୋଗ କରାଇବା ଲକ୍ଷରେ ଭୁବନ ବ୍ଲକ ଅଚଂଳର ୧୦ ଜଣ ଚାଷୀଙ୍କୁ ଆନୁଷଙ୍ଗିକ ସାମଗ୍ରୀ ପ୍ରଦାନ କରାଯାଇଛି । ୩ଜଣ ଛତୁ ଚାଷୀ , ୩ ଜଣ ଘର ଅଗଣାରେ କୁକୁଡା ଚାଷ କରୁଥିବା ଚାଷୀ , ୨ ଜଣ ବ୍ରଏଲର ଚାଷୀ , ୨ ଜଣ ଛେଳି ଚାଷୀଙ୍କୁ ପ୍ରଦାନ କରାଯାଇଛି ।
