ଅନୁଗୁଳ: ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଏକ ଶିଳ୍ପ ସଂସ୍ଥାରେ ଆଜି ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୪ ଜଣଙ୍କର କୋ÷ଣସି ଲକ୍ଷଣ ନଥାଇ ନମୁନା ପଜିଟିଭ୍ ଜଣାପଡିବା ପରେ ଆଜି ସେମାନଙ୍କ ମଧ୍ୟରୁ ଜଣଙ୍କୁ ତାଳଚେର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ସମ୍ପୃକ୍ତ ଶିଳ୍ପ ସଂସ୍ଥାର ଆଇସୋଲେସନ ୱାର୍ଡରେ ରଖାଯାଇଛି । ଏହି ସମସ୍ତ ୪ ଜଣ ଯାକ ହୋମ କ୍ୱାରେଟାଂଇନ ରେ ଥିଲେ । ୪୨ ବର୍ଷୀୟ ମହିଳା ବିହାରରୁ ଆସିଥିବା ବେଳେ ଏକ ୯ ବର୍ଷର ଶିଶୁ ପଶ୍ଚିମବଙ୍ଗରୁ ଆସିଥିଲେ ।
ସେହିପରି ଏକ ୨୫ ବର୍ଷୀୟ ଯୁବକ ଛତିଶଗଡ଼ରୁ ଆସିଥିବା ବେଳେ ୨୯ ବର୍ଷୀୟ ଏକ ଯୁବକ ଦିଲ୍ଲୀରୁ ଆସିଥିଲେ । ଏହି ୪ ଜଣ ପଜିଟିଭ୍ ଆକ୍ରାନ୍ତଙ୍କର ସମ୍ପୁର୍ଣ୍ଣ ଯାତ୍ରା ବିବରଣୀ ଓ କାହା ସାଥିରେ ମିଳାମିଶା କରିଛନ୍ତି ତାହାର ଅନୁସନ୍ଧାନ ଜାରି ରହିଛି । ଏହି ୪ ଜଣ ପଜିଟିଭ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪ରେ ପହଁଚିଲା । ଭୁବନେଶ୍ୱର ଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ଯୁବକ ଗତକାଲି ସୁସ୍ଥ ହୋଇ ଆଦର୍ଶ କୋଭିଡ୍ କେୟାର ସେଟଂରକୁ ସ୍ଥାନାନ୍ତର ହୋଇଛନ୍ତି । ପୂର୍ବରୁ ୪୭ ସୁସ୍ଥକୁ ମିଶାଇ ଜିଲ୍ଲାରେ ସମୁଦାୟ ୪୮ ଜଣ ସୁସ୍ଥ ହେଲେଣି ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି