Odisha news

ଅନୁଗୁଳ ବ୍ଲକ ଶିକ୍ଷକ/ଶିକ୍ଷୟତ୍ରୀ ଓ କର୍ମଚାରୀ ମାନଙ୍କର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଗୋଟିଏ ଦିନର ଦରମା ପ୍ରଦାନ

0

ଅନୁଗୁଳ: କୋଭିଡ-୧୯ ମହାମାରୀର ଏହି ଦୁର୍ଦ୍ଦିନରେ ରାଜ୍ୟ ସରକାରଙ୍କୁ ଏହାର ନିରାକରଣ ନିମିତ ଅନୁଗୁଳ ବ୍ଲକରେ କାର୍ଯ୍ୟରତ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ସହିତ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ନିଜର ଏପ୍ରିଲ ମାସ ଦରମାରୁ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦୁଇଟି ବ୍ୟାଙ୍କ ଡ୍ରାଫ୍ଟ ନଂ ୪୩୨୯୭୧ ଓ୦୦୩୭୬୭ ରେ ଯଥାକ୍ରମେ ଟ.୮,୪୦,୩୮୩ ଓ ଟ.୪୧,୦୬୫ କୁ ଶିକ୍ଷକ ସଂଘର କର୍ମକର୍ତା ପ୍ରକାଶ ପାଗଳ, ପ୍ରଦ୍ୟୁମ୍ନ କୁମାର ମିଶ୍ର, ଦିଲ୍ଲିପ ସାହୁ, ହାଡିବନ୍ଧୁ ସାହୁ, ଅମର ମୁଦୁଲି, ସରିତା ପ୍ରଧାନ ଏବିଇଓ ନ୍ଦ୍ବ ପ୍ରଧାନଙ୍କ ସହିତ ରୋହିତ ନାଥ, ରାଜନ ବେହେରା, ଚିତରଜଂନ ମିଶ୍ର ଟ.୮,୮୧,୪୪୮ ର ଦୁଇଟି ବ୍ୟାଙ୍କ ଡ୍ରାଫ୍ଟ କୁ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥି ଓ ପି.ଡି.ଡିଆର.ଡି.ଏ ଅତୁଲ୍ୟ କୁମାର ଚମ୍ପତିରାୟଙ୍କୁ ପ୍ରଦାନ କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଲୋପାମୁଦ୍ରା ପଟ୍ଟନାୟକଙ୍କୁ ସହଯୋଗ ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଧନ୍ୟବାଦ ଦେଇଛନ୍ତି ।

Leave A Reply