Odisha news

ଶଙ୍ଖପୁର ଛକକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା

0

ବନ୍ତଳା: ସମଗ୍ର ଦେଶରେ କରୋନା ର କାୟା ବଢ଼ି ବଢ଼ି ଚାଲିଛି । ରାଜ୍ୟକୁ ପ୍ରବାସୀ ଓଡିଆ ଅନ୍ୟ ରାଜ୍ୟରୁ ଫେରୁଛନ୍ତି । ସେମାନଙ୍କ ରହିବା ପାଇଁ ଜିଲ୍ଲାସ୍ତର ଠାରୁ ପଚାଂୟତ ସ୍ତରରେ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଖାଲି ସେତିକି ନୁହେଁ ଏହା କିପରି ଗ୍ରାମାଚଂଳ ମାନଙ୍କରେ ସଠିକ୍ ଭାବରେ କାର୍ଯ୍ୟକାରୀ ହେବ ସେଥିପାଇଁ ରାଜ୍ୟ ସରକାର ପଚାଂୟତ ସରପଚଂ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି ।

ଜିଲ୍ଲାପାଳ କ୍ଷମତା ମିଳିବା ପରେ ଅନୁଗୁଳ ବ୍ଲକ ଶଙ୍ଖପୁର ପଚାଂୟତ ସରପଚଂ ଗୁରୁବାର ସକାଳ ସମୟରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଶଙ୍ଖପୁର ଛକକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲାରେ କରୋନା ର ମୁକାବିଲା ପାଇଁ ପ୍ରତ୍ୟେକ ପଚାଂୟତ ରେ କରୋନା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ବା ସଙ୍ଗରୋଧ ଗୃହ ସ୍କୁଲ ମାନଙ୍କରେ ବ୍ୟବସ୍ଥା କରାଯାଇଛି । ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡିଆ ମାନଙ୍କ ପାଇଁ ରହିବା, ଖାଇବା ଓ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସମସ୍ତ ସୁବିଧା କରାଯାଇଛି ।

ଶଙ୍ଖପୁର ପଚାଂୟତର ଶଙ୍ଖପୁର ଉ.ପ୍ରା ବିଦ୍ୟାଳୟ ଠାରେ ସଙ୍ଗରୋଧ ଗୃହ ଖୋଲା ଯାଇ ସେଠାରେ ବିଭିନ୍ନ ପଚାଂୟତର ୨୩ ଜଣ ପ୍ରବାସୀ ଓଡିଆଙ୍କୁ ରଖାଯାଇଛି । ଅନୁଗୁଳ ତହସିଲଦାର ନେହେରୁ ମାଝୀ ବୁଧବାର ପରିଦର୍ଶନରେ ଆସି ସରପଚଂ ମନୋଜ କୁମାର ପ୍ରଧାନ ଙ୍କ ସହ ଆଲୋଚନା କରିଥିଲେ । ସ୍କୁଲ ପରିସରରେ ଲାଗି ପ୍ରାୟ ୨୦ଟି ଦୋକାନ ଛକ ଉପରେ ଥିବାରୁ ଓ ଏହି ଛକ ଦେଇ ନିତିଦିନ ଶହ ଶହ ଲୋକ ଯିବା ଆସିବା କରନ୍ତି । ସଂକ୍ରମଣ କୁ ରୋକିବା ପାଇଁ ସରପଚଂ ମନୋଜ କୁମାର ପ୍ରଧାନ ଗୁରୁବାର ସକାଳ ସମୟରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଦୋକାନ ବଜାର ବନ୍ଦ କରିବା ସହ ସଟ୍ ଡାଉନ୍ ପାଇଁ ନିଦେ୍ର୍ଦଶ ଦେଇଛନ୍ତି ।

ନିୟମ ଖିଲାପକାରୀଙ୍କ ବିରୋଧରେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲୋକ ମାନଙ୍କୁ ଜଣାଇଛନ୍ତି । ଘରୁ ନ ବାହାରିବା ଓ କାମ ନଥାଇ ବାହାରେ ବୁଲିବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି । ସେହିପରି ଅନୁଗୁଳ ବ୍ଲକ ବଡକେରା ପଚାଂୟତ ସରପଚଂ ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ବଡକେରା ଛକକୁ ଲକ୍ ଡାଉନ୍ ଘୋଷଣା କରିବା ସହ ୭ଟି ଅତ୍ୟାବଶ୍ୟକ ଦୋକାନ ସକାଳ ୭ଟାରୁ ୧୧ଟା ସମୟ ପର୍ଯ୍ୟନ୍ତ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ସେହିପରି ଆଠମଲ୍ଲିକ ବ୍ଲକ କନ୍ତପଡା ସରପଚଂ ସୁଜ୍ଞାନୀ ପ୍ରଧାନ ମଧ୍ୟ ପଚାଂୟତକୁ ୧୭ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଥିବା ଜଣାପଡିଛି । ସରପଚଂ ମାନେ ଏଭଳି ସ୍ଥିତିରେ ନେଇଥିବା ପଦକ୍ଷେପ କୁ ଅଚଂଳବାସୀ ପ୍ରଶଂସା କରିଛନ୍ତି ।

Leave A Reply