Odisha news

ପ୍ରଶାସନ ପକ୍ଷ ରୁ ହତାଡ଼ିହି ବ୍ଲକ ଅଞ୍ଚଳ ବନ୍ୟା ପରିସ୍ଥ୍ହିତି ଅନୁଧ୍ୟାନ

0

ଆନନ୍ଦପୁର : କେନ୍ଦୁଝର ଜିଲ୍ଲାରେ ୩ଦିନ ଧରି ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବଡ଼ ଧରଣର ବନ୍ୟାଜଳ ଯୋଗୁଁ ନଦୀ କୁଳ ବର୍ତ୍ତି ଗ୍ରାମ ଗୁଡିକରେ ବନ୍ୟାଜଳ ପଶି ବହୁତ କ୍ଷୟକ୍ଷତି ଘଟିଛି ଆନନ୍ଦପୁର ଠାରେ ବୈତରଣୀ ନଦୀର ବିପଦ ସଙ୍କେତ ୩୮.୩୬୦ଅତିକ୍ରମ କରି ୪୦.୮୩୦ମିଟରରେ ବନ୍ୟାଜଳ ପ୍ରବାହିତ  ହେବାରୁ ଅନେକ ଗାଁ ଜଳବନ୍ଦୀ ହୋଇପଡିଛି ଗତ ମଙ୍ଗଳବାର ସନ୍ଧ୍ୟା ପରେ ବନ୍ୟାଜଳ ମାଡ଼ି ଆସି ଘରେ ପଶି ଯିବାରୁ ଗ୍ରାମବାସୀ ମାନଙ୍କ ଧାନ ଚାଉଳ ଓ ଆସବାବପତ୍ର ପାଣିରେ ନଷ୍ଟ ହୋଇଯାଇଛି l

ପରଦିନ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଯୋଗେ ସତର୍କ ସୂଚନା ଦିଆଯାଇ କେତେକ କ୍ଷତି ଗ୍ରସ୍ତଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା ବନ୍ୟାଜଳ ଘେରରେ ଥିବା ଲୋକେ ନାହିଁ ନଥିବା ଦୁର୍ଦଶା ଭୋଗ କରୁଥିବା ଜଣାଯାଇଛି ଆଜି l ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ବନ୍ୟାଜଳ ଘେରରେ ଥିବା ଲୋକମାନଙ୍କ ଅବସ୍ଥା ଅନୁଧ୍ୟାନ କରିବା ପାଇଁ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି l ଅତିରିକ୍ତ ଜିଲ୍ଲାପାଳ ଭକ୍ତ ଚରଣ ପ୍ରଧାନପ୍ରକଳ୍ପ ନିର୍ଦେଶକ ଉଦ୍ଧବ ଚରଣ ମାଝୀ ଓ ଆନନ୍ଦପୁର ଭରପ୍ରାପ୍ତ ଉପଜିଲ୍ଲାପାଳ ଙ୍କ ସହିତ ଶ୍ରୀ ଭାଗିରଥି ସେଠୀ ସମଣା ଗେଡ଼ମା ଆଇତିପୁର ହାବେଳେସ୍ୱର ଆମ୍ବ ପଞ୍ଚୁଗୋଛିଆ ପଞ୍ଚାୟତ ର ପ୍ରାୟ ୩୦ରୁ ଉର୍ଦ୍ଧ୍ଵ ଗାଁ କୁ ଯାଇ ପରିସ୍ଥିତି ର ଅନୁଧ୍ୟାନ କରିବା ସହିତ ଓଡ୍ରାଫ ଟିମ ବୋଟ ଦ୍ୱାରା ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସହଯୋଗ କରିଥିଲେ l

ପରେ ବିଡ଼ିଓ  ଜୟଦେବ ଦାସ ତହସିଲଦାର ଗାୟତ୍ରୀ ସୋରେନ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ତୁରନ୍ତ କ୍ଷୟକ୍ଷତି ର ଆକଳନ କରି ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ  ତେବେ ହାଟଡିହି ତହସିଲ ପକ୍ଷରୁ ଆରଆଇ ମାନଙ୍କ ଜରିଆରେ କ୍ଷୟକ୍ଷତି ର ଆକଳନ କରାଯିବା ସହିତ ବନ୍ୟା କ୍ଷତିଗ୍ରସ୍ତ ମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି ବୋଲି ଆନନ୍ଦପୁର ଭାରପ୍ରାପ୍ତ ଉପଜିଲ୍ଲାପାଳ ତପନ କୁମାର ନାୟକ ଙ୍କ ଠାରୁ ସୂଚନା ମିଳିଛି.

Leave A Reply