ଆନନ୍ଦପୁର : ଆନନ୍ଦପୁର ଶାଳପଡା ଠାରେ ପ୍ରତିଷ୍ଠିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ବାର୍ଷିକୋତ୍ସବ ହୋଇ ଯାଇଛି।ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ବାର୍ଷିକୋତ୍ସବ ଅନୁଷ୍ଠିତ ହେବା ସହ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଯୋଗ ଦେଇ ବିଦ୍ୟାଳୟକୁ ଛାତ୍ର ଛାତ୍ରୀ ମାନେ ମନ୍ଦିର ଶଦୃସ୍ୟ ମନେକରି ବିଦ୍ୟାଳୟ କଲେ ଭବିଷ୍ୟତରେ ନିଜର ଲକ୍ଷହାସଲ କରିପାରିବେ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର କହିଥିଲେ ଯେ ଗୁରୁଜନମାନେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଭଳି ନିଜ ପୁଅ ଝିଅଙ୍କୁ ଦେଖିବା ନିତ୍ୟାନ୍ତ ଆବଶ୍ୟକ ଛାତ୍ର ଛାତ୍ରୀ ମାନେ ପ୍ରତିଯୋଗିତା ମନୋଭାବ ନେଇ ଶିକ୍ଷା ଗ୍ରହଣ କଲେ ସମାଜରେ ଭବିଷ୍ୟତରେ ଉଜ୍ଜଳ ତାରକା ଭଳି ଫୁଟିଉଠିବେ ବିଧାୟକ ଭାଗୀରଥି ସେଠୀ ଓ ଆନନ୍ଦପୁର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ କାମନା କରିଥିଲେ। ମୂଖ୍ୟ ବକ୍ତା ଭାବେ ଅଧ୍ୟାପକ ଶୁଦ୍ଦାକର ଦାସ ଯୋଗ ଦେଇ ଶିକ୍ଷା ହିଁ ମାନବ ଜୀବନର ସାର୍ଥକ ବୋଲି କହିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ସୈମ୍ୟରଞ୍ଜନ ବେହେରା ଓ ପୂର୍ବତନ ଅଧ୍ୟକ୍ଷ ସତ୍ୟବ୍ରତ ସାମଲ ସାମଲ ଯୋଗ ଦେଇଥିଲେ।ମିୟୁଜିକ୍ ଟିଚର ଯଶୋବନ୍ତ ପାଢ଼ୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାକୁ ଶିକ୍ଷୟିତ୍ରୀ ଆରତୀ ସାହୁ, ପ୍ରଭାସିନୀ ପାତ୍ର,ମିତାଲୀ ରାଉତରାୟ, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଛାତ୍ର ଛାତ୍ରୀଙ୍କ ଦ୍ଵାରା ଓଡ଼ିଶା ଶିକ୍ଷା ସମ୍ବନ୍ଧୀୟ ନୃତ୍ୟ, ଲୋକ ନୃତ୍ୟ ଓ ଆଧୁନିକ ଗୀତ ଓ ସଙ୍ଗୀତ ପ୍ରଭୁତି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
