Odisha news

ଜାନୁୟାରୀ ୩୧ ତାଳଚେର ବ୍ଲକ ଘେରାଉ କରିବ ବିଜେପି

0

ତାଳଚେର ତା ୩୦/୦୧ ତାଳଚେର ଡେରା ଠାରେ ବିଜେପିର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ପରିବାର ମୁଣ୍ଡ ଉପରେ ଛାତ ଘର ପାଇଁ ମିଶନ ମୋଡ଼ରେ ୨୦୨୨ ସୁଦ୍ଧା ଶେଷ କରିବାକୁ ନେଇ ପ୍ରଚୁର ଅର୍ଥ ପ୍ରଦାନ କରିଛନ୍ତି । ଓଡିଶା ରେ ରାଜ୍ୟ ସରକାର ୨୫ ଲକ୍ଷ ଆବାସ ଘର ଦରକାର ବୋଲି ପ୍ରକାଶ କରିଥିଲେ, ମୋଦୀ ସରକାର ୧୮ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଦେଇଥିବା ବେଳେ ଏବେ ନଅ ଲକ୍ଷ ୫୯ ହଜାର ଘର ଅର୍ଥାତ ପାଖାପାଖି ୨୮ଲକ୍ଷ ଆବାସ ଦେଇଛନ୍ତି, କିନ୍ତୁ ରାଜ୍ୟରେ ପ୍ରକୃତ ହିତାଧିକାରୀ ଅଦ୍ୟାବଧି ଘର କାହିଁକି ପାଇନାହାନ୍ତି ବୋଲି ଶ୍ରୀ ସାମଲ ପ୍ରଶ୍ନ କରିଛନ୍ତି । ସେହିଭଳି ତାଳଚେର ବ୍ଲକ ରେ ୨ହଜାରୁ ଉର୍ଦ୍ଧ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ପାଇଁ ଦରଖାସ୍ତ କରିଥିବା ବେଳେ ମାତ୍ର ୩୫୧ଜଣ ଙ୍କୁ ଘର ଦିଆଯିବା ପାଇଁ ନୋଟିସ ବାହାରିଛି, ପୁଣି ରାଜ୍ୟ ବିଜେଡି ସରକାର ପ୍ରକୃତ ହିତାଧିକାରୀ ଚୟନ ନକରି ଗାଁ ଗାଁରେ ମାଡ଼ ଲଗାଇ ବିଶୃଙ୍ଖଳା ଓ ଅଶାନ୍ତିର ବାତାବରଣ ସୃଷ୍ଟି କରିଛନ୍ତି । ଏହାକୁ ନେଇ ବିଜେପି ଗତ ୨୫ତାରିଖ ରେ ବିଡ଼ିଓଙ୍କୁ ନୋଟିସ ଦେଇଥିଲା । ଆଗାମୀ ୩୧ଜାନୁୟାରୀରେ ବିଜେପି ତାଳଚେର ବ୍ଲକ ଘେରାଉ କରିବ ବୋଲି ଶ୍ରୀ ସାମଲ ଚେତାବନୀ ଦେଇଛନ୍ତି । ଆଜିର ବୈଠକରେ ପ୍ରଭାରୀ ସୁଦିପ ଗଡ଼ନାୟକ, ପ୍ରକାଶ ମହାରଣା, ପର୍ଶୁରାମ ବାରିକ, ମନୋଜ ପ୍ରଧାନ, କାଳନ୍ଦି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

Nalco
Leave A Reply