ଆନନ୍ଦପୁର ସ-ବ୍ୟୁ ଘଷିପୁରା ବ୍ଲକ ଦରଡ଼ିପାଳ ଗ୍ରାମ ପଞ୍ଚାୟତ ବାଲିପାଳ ହାଟ ପଡ଼ିଆରେ ସର୍ବ ପୁରାତନ ସ୍ବେଛାସେବୀ ସଂଗଠନ ଗରିବ ସେବା ସଦନ ଶାଳାପଡା ତରଫରୁ ୫୦ଜଣ ଦିବ୍ୟାଙ୍ଗ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି ।ସମାଜସେବୀ ତଥା ସଭାପତି ଡ଼ ଶମ୍ଭୁନାଥ ରାଉତଙ୍କ ନେତୃତ୍ୱରେ ସଦନର ସଦସ୍ୟ ସଦସ୍ୟା ଉପସ୍ଥିତି ରହି ସେମାନଂକର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।ଶତ ପ୍ରତିଶତ ଡାକ୍ତରୀ ପ୍ରମାଣପତ୍ର ଥାଇ ୭୦୦ଟଙ୍କା ଓ ହୁଇଲ ଚେୟାର ନ ପାଇବା ବଡ କ୍ଷୋଭର ବିଷୟ ବୋଲି ପ୍ରତିକ୍ରିୟା ରଖିବା ସହ ଜିଲ୍ଲା ଅଧିକାରୀଙ୍କୁ ଜଣାଇଥିଲେ ।ବିଭିନ୍ନ ପଞ୍ଚାୟତରୁ ଆସିଥିବା ହିତାଧିକାରୀଙ୍କ ପାଇଁ ମଧ୍ୟାଣ୍ଣ ଭୋଜନର ବ୍ୟବସ୍ଥା କରାଯାଇଥିଲା ।ସଦନର ସଭ୍ୟ ସଭ୍ୟାଙ୍କ ସହ ଗ୍ରାମର ଶୁଭେଚ୍ଛୁ ଯଥା ତପନ ଧୀର,ମନମୋହନ ସା, ସଂଧ୍ୟାରଣୀ ପଣ୍ଡା,ମାନସ ଆଚାର୍ଯ୍ୟ,ଅଜୟ ନାୟକ,ମହାଦେବ ସାହୁ,ପ୍ରଶାନ୍ତ ସାହୁ,ଜୟନ୍ତ ସେଠି,ବ୍ରଜ କିଶୋର ଓଝା,ବୁଦ୍ଧଦେବ ମହାରଣା ପ୍ରମୁଖ ସହଯୋଗ କରିଥିଲେ ।
