Odisha news

ଚୁଲି ନିଆଁରେ ପୋଡିହୋଇ ବୃଦ୍ଧା ଗୁରୁତର

0

ଭଞ୍ଜନଗର – ଚୁଲି ନିଆଁ ରେ ପୋଡ଼ି ଯିବାରୁ , ଗୁରୁତର ଆହତ ହୋଇଛନ୍ତି ବୃଦ୍ଧା ।  ଭଞ୍ଜନଗର ଥାନା ଅନ୍ତର୍ଗତ ବାଇବାଲି ଗ୍ରାମ ରେ ଘଟିଛି ଏଭଳି ଘଟଣା । ଆହତ ଜଣକ କାଆନ୍ତା ନାୟକ (୮୦) । ଗୁରୁତର ଅବସ୍ଥାରେ  ତାଙ୍କୁ ଉଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଖବର ନେବାରେ ଜଣାପଡିଛି , ମଙ୍ଗଳବାର ସକାଳେ , ନିଜ ଘର ପଛପଟେ ଥିବା ଚୁଲି ନିକଟ କୁ ଯାଇଥିଲେ । ସେଠାରେ ଶୀତ ଯୋଗୁଁ ,  ଚୁଲି  ନିଆଁ ନିକଟ ରେ ଠିଆ ହୋଇ ନିଆଁ ପଉଁଥିଲେ । ଅସାବଧାନତା ବଶତଃ , ତାଙ୍କ ପିନ୍ଧା ଲୁଗାରେ ନିଆଁ ଲାଗିଯାଇଥିଲା । ଘଟଣା ସ୍ଥଳରେ ହିଁ , ତାଙ୍କ ଶରୀର ର କିଛି ଭାଗ ପୋଡି ଯାଇଥିଲା ।  ତୁରନ୍ତ ତାଙ୍କୁ ଭଂଜନଗର ମେଡିକାଲ ରେ ଭର୍ତି କରାଯାଇଥିଲା । ଆହତ ବୃଦ୍ଧା ଜଣକ , ଗରୀବ ପରିବାର ର ହୋଇଥିବାରୁ , ତାଙ୍କ ପାଇଁ ଏବେ ସରକାରୀ ସହାୟତା ଜରୁରୀ ହୋଇଛି ବୋଲି , ସାଧାରଣରେ କୁହାଯାଇଛି ।

IEC 2 years
Leave A Reply