Odisha news

ଶାଳପଡା ବୈତରଣୀ ଜଳ ସେଚନ ବିଭାଗ ପକ୍ଷରୁ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ ଅନୁଷ୍ଠିତ

0
ଆନନ୍ଦପୁର ଶାଳପଡା ବୈତରଣୀ ଜଳ ସମ୍ପଦ ବିଭାଗ ଓଡିଶା ସରକାରଙ୍କ ନିର୍ଦେଶ କ୍ରମେ ପାଣି ପଞ୍ଚାୟତ ପକ୍ଷ ପାଳନ 16 ତାରିଖ ଠାରୁ 30 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଳନ କରାଯାଉଥିବା ବେଳେ ଆଜି ଶାଳପଡା ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ବିଭାଜନ ସ୍ତରୀୟ ପକ୍ଷ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି ll ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ସଂମ୍ମାନିତ ଅତିଥିଭାବେ ଘସିପୁରା ତହସିଲଦାର ନୀଳକଣ୍ଠ ବେହେରା, ଝାଡ଼େଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଘଡେଇ, ବନ୍ତ ବ୍ଲକ କୃଷି ଅଧିକାରୀ ଅନିରୁଦ୍ଧ ବେହେରା, ଘସିପୁରା ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ପ୍ରଧାନ, ଆନନ୍ଦପୁର ସହକାରୀ କୃଷି ଅଧିକାରୀ ଯୋଗେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ll ପ୍ରଥମେ ମା ତାରିଣୀଙ୍କ ଫୋଟୋ ଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଦୀପ ପ୍ରଜ୍ଜଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ll ଆଜିର ଏହି କାର୍ଯ୍ୟକ୍ରମରେ ଦୀପ୍ତି ରଞ୍ଜନ ରାଉତ ପ୍ରଥମେ ସ୍ୱାଗତ ଭାଷଣ ଦେବା ପରେ ଅଧିକ୍ଷଣ ଯନ୍ତ୍ରୀ ଲକ୍ଷ୍ମଣ ମାର୍ଣ୍ଡି ଆଜିର ଏହି ପାଣି ପଞ୍ଚାୟତ ପକ୍ଷ ପାଳନ ଦିବସକୁ ସଭାପତିତ୍ୱ କରିଥିବା ବେଳେ ପାଣି ପଞ୍ଚାୟତ ପକ୍ଷ 2024 ଅବସରରେ ଉପସ୍ଥିତ ଚାଷି ମାନଙ୍କୁ ଉଦବୋଧନ ଦେଇଥିଲେ ll ତାଙ୍କ ଉଦବୋଧନରେ 78 ଟି ପାଣି ପଞ୍ଚାୟତ ଗଠନ ହୋଇଥିବା ବେଳେ 72ଟି ପାଣି ପଞ୍ଚାୟତ କାର୍ଯ୍ୟକ୍ରମ ଥିବା ବେଳେ 6 ଗୋଟି କୌଣସି କାରଣ ବଶତଃ କାର୍ଯ୍ୟକ୍ରମ ହୋଇପାରି ନାହିଁ ll ପାଣି ପଞ୍ଚାୟତ ପକ୍ଷ ପାଳନ ଦ୍ୱାରା କିଭଳି ଚାଷି ଉପକୃତ ହୋଇପାରିବେ ସେ ତାଙ୍କର ମନ୍ତବ୍ୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ଘସିପୁରା ବିଧାୟକ ପାଣି ପଞ୍ଚାୟତ ପକ୍ଷ 2024 ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଇଥିବା ବାର୍ତ୍ତା ସମ୍ବଦ୍ଧରେ ଉଲ୍ଲେଖ ପାତ କରିଥିଲେ ll 16 ରୁ 30 ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହି ପକ୍ଷ ପାଳନ ଉତ୍ସବ ପାଳନ ହେଉଥିବା ବେଳେ 2023 -24 ଆର୍ଥିକ ବର୍ଷରେ ରାଜ୍ୟରେ 50 ହଜାର 027 ହେକ୍ଟର ଚାଷ ଜମିରେ ସେଚନାଳି ଏବଂ 8900 ହେକ୍ଟର ଜମିରେ ପୁରୁଣା ସେଚନାଳିର ପୁନଃରୁଦ୍ଧାର ବ୍ୟବସ୍ଥା କରାଯାଇଛି ll କ୍ଷେତ୍ରନାଳି ନିର୍ମାଣ କରି ଚକରେ ଥିବା ସମସ୍ତ ଜମିକୁ ଜଳ ସେଚିତ କରାଯାଇଛି ll କୃଷକ ତାଲିମ ଶିବିର ମାଧ୍ୟମରେ ଚାଷି ମାନଙ୍କୁ ଆଧୁନିକ ଚାଷ ସମ୍ବଦ୍ଧରେ ଶିକ୍ଷା ଦିଆଯାଇଛି ll ସେଚ ସୁପଚାଳନ କରି ଧାନ ବଦଳରେ ଅର୍ଥକାରୀ ଫସଲ ଚାଷି କରି ପାରିଛି ll ସରକାରୀ ସହାୟତା ଅନୁଦାନ ଯୋଜନାକୁ ମିଳୁଥିବା ପାଣ୍ଠିକୁ ଉପଯୋଗ କରି କେନାଲ ଶଯ୍ୟାରୁ ବାଲି ପଟୁମାଟି ଘାସ ସଫା କରାଯାଇ ପାଣି ପଞ୍ଚାୟତ ମାଧ୍ୟମରେ ସରକାରଙ୍କ ପକ୍ଷରୁ ସବୁ ସୁଯୋଗ ଦିଆଯାଇଛି ll ଏବଂ ବୈଜ୍ଞାନିକ ପଦ୍ଧତିରେ ଖୁଦ୍ର ଜଳ ଭଣ୍ଡାରରେ ମହିଳା ସୋୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ମାଛ ଚାଷ କରାଯାଇ ପାରିଅଛି ବୋଲି ମୁଖ୍ୟ ଅତିଥି ଅଭିଭାଷଣ ରଖିଥିବା ବେଳେ ପାଣି ପଞ୍ଚାୟତ ପକ୍ଷ ପାଳନ ଉତ୍ସବ ନିମନ୍ତେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅର୍ଥ ରାଶି ସହ ମାନପତ୍ର ପ୍ରଦାନ କରିଥିଲେ ll
Leave A Reply