Odisha news

ପୂଜ୍ୟପୂଜା ପରମ୍ପରା ସମାଜକୁ ରକ୍ଷା କରିପାରିବ : ବଦ୍ରି ପାତ୍ର

0

ଆନନ୍ଦପୁର : ସାଂପ୍ରତିକ ସମାଜରେ ଅତ୍ୟାଧୁନିକ ଜୀବନଶୈଳୀ ଶାନ୍ତି ଓ ସଂହତିକୁ ବିପନ୍ନ କରୁଛି। ପୂର୍ବରୁ ପ୍ରଚଳିତ ଯଐଥ ପରିବାର ଓ ସମାଜ ମଧ୍ୟରେ ଯେପରି ପରସ୍ପର ମଧ୍ୟରେ ସୁସମ୍ପର୍କ ରହି ଥିଲା ତାହା କ୍ରମଶଃ ଶିଥିଳ ହୋଇ ପଡ଼ୁଛି।ବିଜ୍ଞାନ ଓ ବୈଷୟିକ ବିଦ୍ୟାର ଯେତେ ଅଗ୍ରଗତି ଘଟୁଛି ସମାଜରୁ ମୂଲ୍ୟ ବୋଧ ଓ ନୈତିକତା ସେତିକି ପରିମାଣରେ ହ୍ରାସ ପାଇଥିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆଦର୍ଶ ସ୍ଥାନୀୟ ବ୍ୟକ୍ତି ମାନଙ୍କୁ ନୀତିକୁ ମନେପକାଇବା ସହିତ ତାହାକୁ ଅନୁସରଣ କରିବା ଦ୍ବାରା ସମାଜକୁ ଅଧୋଗତିରୁ ରକ୍ଷା କରିହେବା ବାତୋ ସ୍ଥିତ ବନମାଳୀ ପଣ୍ଡା ସ୍ମୃତି ପରିଷଦର ଅଷ୍ଟମ ବାର୍ଷିକ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଘସିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ମତବ୍ୟକ୍ତ କରିଛନ୍ତି। ସଂସଦର ସଭାପତି ଯଦୁନାଥ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୂଖ୍ୟ ବକ୍ତା ଭାବରେ ବିଶିଷ୍ଟ ସାହିତ୍ୟିକ ଜିତେନ୍ଦ୍ର ନାରାୟଣ ଦାସ ମୂଖ୍ୟ ବକ୍ତା ଭାବରେ ଯୋଗଦେଇ ଗ୍ରାମାଞ୍ଚଳରେ ବାସ୍ତବରେ ନୈତିକତା ଓ ମୂଲ୍ୟବୋଧ ଭଳି ଆଦର୍ଶ ବଞ୍ଚିରହିଛି ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବରେ ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ,ମାତା ଶାନ୍ତି ଦାସ, ନାରାୟଣ ଶୀ , ଭାସ୍କରଚନ୍ଦ୍ର ଖୁଣ୍ଟିଆ, ଚିନ୍ତାମଣି ନାୟକ, ମମତାବାଳା ତ୍ରିପାଠୀ, ଯୋଗଦେଇ ସ୍ବର୍ଗତ ବନମାଳୀ ପଣ୍ଡାଙ୍କ ସ୍ମୁତି ଚାରଣ କରିଥିଲେ।ସାହିତ୍ୟିକ ରତ୍ନାକର ଦାସ ସଭା ସଂଯୋଜନା କରିଥିବାବେଳେ ସଂପାଦକ ନରହରି ରାଉତ ବିବରଣୀ ପାଠ କରିଥିଲେ। ଏହି ଉସ୍ରବରେ ଚଳିତ ବର୍ଷର କୁଞ୍ଜବନ ସମ୍ମାନ ସାହିତି୍କ ଦାଶ ଓ ବାବା ବକୁଳି ଗୋସ୍ବାମୀ ସମ୍ମାନ,ମାତା ଦାସଙ୍କୁ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସଂସଦର ମୁଖପତ୍ର କୁଞ୍ଜବନ ଲୋକାର୍ପିତ ହୋଇଥିଲା।ସଭା ପ୍ରାରମ୍ଭରେ ଅଧ୍ୟାପିକା ନିବେଦିତା ପଣ୍ଡା ପ୍ରରମ୍ଭିକ ସଙ୍ଗୀତ ଗାନ କରିଥିଲେ। ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ପୁଷ୍ପଲତା ରାମ ଓ ଚିନ୍ମୟୀ ପଣ୍ଡା ମାନପତ୍ର ପାଠ କରିଥିଲେ ପଞ୍ଚାୟତ ସ୍ତରରେ ପଞ୍ଚବିସୟକ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

Leave A Reply