ଆନନ୍ଦପୁର : ରାଜ୍ୟ ସରକାରଙ୍କ 5t ସଚିବ ଭାବେ ପାଣ୍ଡିଆନଙ୍କର ଦୁଇ ଦିନିଆ କେନ୍ଦୁଝର ଗ୍ରସ୍ତର ଶେଷ ଦିନରେ ଅପରାହ୍ନ ୨-୫୫ମିନିଟ୍ ରେ ଆନନ୍ଦପୁର ବିଏନ୍ ହାଇସ୍କୁଲ ପଡ଼ିଆ ଠାରେ ହେଲିକେପ୍ଟର ଯୋଗେ ଅବତରଣ କରିବା ପରେ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ଓ ବାମ ପାର୍ଶ୍ଵ କେନାଲ କାର୍ଯ୍ୟ ସମୀକ୍ଷା ସହିତ ବ୍ୟାରେଜ ପରିଦର୍ଶନ କରିଥିଲେ। ଆନନ୍ଦପୁର ବ୍ୟାରେଜ ପ୍ରୋଜେକ୍ଟର ମୂଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ଅବିନାଶ ରାଉଳ ଉପସ୍ଥିତ ରହି ନିର୍ମାଣ କାର୍ଯ୍ୟ ବାବଦରେ ଅବଗତ କରାଇଥିଲେ। 5t ସଚିବ ବାମପାର୍ଶ୍ଵ କେନାଲ ପରିଦର୍ଶନ କରି ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ଜଳସେଚନ କାର୍ଯ୍ୟ ଆରମ୍ଭ କରି ଚାଷୀ ମାନଙ୍କୁ ଜଳସେଚନ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ କେନାଲର ସରକାରୀ ଯନ୍ତ୍ରୀ କନିଷ୍ଠ ଯନ୍ତ୍ରୀ ଓ ଅନ୍ୟାନ୍ୟ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ। ସେହି ପରି ହାଟଡିହି ବ୍ଲକ ଢେଙ୍କା ହାଟ ପଡ଼ିଆ ଠାରେ ପହଞ୍ଚି ସେଠାରେ ନିର୍ମିତ ମେଗା ଜଳ ଯୋଗାଣ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିବାପରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ ମିଶନ ଶକ୍ତି ସ୍ୱୟ ସହାୟିକା ଗୋଷ୍ଠୀ ଏମବିକେସିଆରପି ମାନଙ୍କ ସମାବେଶରେ ଯୋଗ ଦେଇଥିଲେ । ସାଧାରଣ ସଭାରେ ଘସିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର, ବିଧାୟକ ଶ୍ରୀ ଭାଗିରଥି ସେଠୀ, ସମବାୟ ବ୍ୟାଙ୍କ ନିଦ୍ଦେର୍ଶକ ଦେବପ୍ରିୟ ପାତ୍ର, ଜିଲ୍ଲା ବିଜେଡି ସଭାପତି ରାକେଶ କୁମାର ରାମ, ମାୟାଧର ଜେନା, ରତିକାନ୍ତ ରାଉତ, ସାବିତ୍ରୀ ସେଠୀ, ରଜନୀ ରାଣୀ ଖଟୁଆ, ବିଶ୍ଵନାଥ ପ୍ରତାପ ଜେନା,ବିମଳ ଜେନା ପ୍ରମୁଖ ଯୋଗ ଦେଇଥିଲେ