କାକଟପୁର, ଅସ୍ତରଙ୍ଗ ବିଦ୍ୟୁତ ବିଭାଗର ଦୁର୍ବଳ ଭିତ୍ତିଭୂମିକୁ ନେଇ ତେଜୁଛି ଜନଅସନ୍ତୋଷ
ବାଙ୍ଗୁରୀଗାଁରୁ କାକଟପୁରକୁ ବ୍ୟାକପ ୩୩ କେବି ସଂଯୋଗ ପାଇଁ ଦାବୀ,ଗଠନ ହେଲା ବିଦ୍ୟୁତ ଉପୋଭୋକ୍ତା ମହାସଂଘ*
କାକଟପୁର 12/6 ବାହାରେ ଖରା ତାତି । ଅସହ୍ୟ ଗୁଳୁଗୁଳି । ଘରେ ବିଜୁଳିର ଲୁଚକାଳି ଖେଳ । ଖରା କଷ୍ଟକୁ ବଳିଯାଉଛି ଘନ ଘନ ବିଜୁଳି କାଟ । କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ଲାଇନ ରହୁନଥିବା ଅଭିଯୋଗ ହୋଇଛି । କଲବଲ ହେଉଛନ୍ତି ଲୋକ l ବୃଦ୍ଧ ବୃଦ୍ଧା,ଛାତ୍ର ଛାତ୍ରୀ ଏବଂ ମେଡିକାଲରେ ରୋଗୀମାନେ କଲବଲ ହେଉଛନ୍ତି । ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ଅଞ୍ଚଳ ରେ ଦିନରେ ଖରାତରାରେ କାମ ସାରି ରାତିରେ ଶୋଇବା ବେଳକୁ କଟି ଯାଉଛି ବିଜୁଳି । ବର୍ଷା ପବନ ହେଲେ କଥା ସରିଲା ।ବିଜୁଳି କାଟକୁ ନେଇ ତେଜୁଛି ଜନ ଅସନ୍ତୋଷ ।ରାଜ୍ୟରେ ଏବେ ବିଜୁଳି ବିରତଣ ଦାୟିତ୍ୱ ନେଇଛି ଟାଟା ପାୱାର l ଏବେ ପ୍ରଶ୍ନ ଉଠୁଛି, ଘନଘନ ବିଦ୍ୟୁତ କାଟ ଘରୋଇ କମ୍ପାନୀର ରକ୍ଷଣାବେକ୍ଷଣ ଅଭାବରୁ ହେଉଛି କି ? ଭିତ୍ତିଭୂମି ସୁଦୃଢ଼ କରୁ ନାହାନ୍ତି କି ଡିସକମ୍ କମ୍ପାନୀ ? ଯେଉଁଥିପାଇଁ ବିଜୁଳି ସମସ୍ୟା ହେଉଛି । ଖୋଦ ଶକ୍ତିମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପାୱାର ସଟେଜ ନାହିଁ । ଭିତ୍ତିଭୂମି ଅସୁବିଧା ପାଇଁ ସମସ୍ୟା ହେଉଛି ।ଅଞ୍ଚଳରେ ନିରବଛିନ୍ନ ବିଦ୍ୟୁତ ସେବା, ଲୋ ଭୋଲ୍ଟେଜର ସ୍ଥାୟୀ ପ୍ରତିକାର ଏବଂ ଉପଯୁକ୍ତ ଭିତ୍ତିଭୂମିର ସମସ୍ୟା ନେଇ ରବିବାର ଦିନ ସ୍ଥାନୀୟ ଦେଉଳି ମଠ ପରିସରରେ ମା ମଙ୍ଗଳା ବିଦ୍ୟୁତ ମହାସଂଘ ଗଠିତ ହେବାପରେ ଏହାର କର୍ମକର୍ତ୍ତା ବଛା ଯାଇଥିଲା l ଉକ୍ତ କମିଟି ରେ ଶୋଭାକାର ବେହେରା ଆବାହକ ଥିବାବେଳେ ସଭାପତି ଭାବେ ଆଦିତ୍ୟ କୁମାର ରାଉତ, ଉପସଭାପତି ଅମୀୟ କୁମାର ନାୟକ, ପ୍ରଭାସ ପୃଷ୍ଟି, ସୁଶାନ୍ତ କୁମାର ସାହୁ, ଚିନ୍ମୟ ପୋଲେଇ, ରଞ୍ଜନ କୁମାର ନାୟକ, ସାଧାରଣ ସମ୍ପାଦକ ମାନସ କୁମାର ସାମଲ, ଯୁଗ୍ମ ସମ୍ପାଦକ ମହମ୍ମଦ ଜୁନଫୁକାର ଅଲ୍ଲୀ, ନୃସିଂହ ପୋଲେଇ,, ସହ ସମ୍ପାଦକ ରାଜେନ୍ଦ୍ର ମହାନ୍ତି,, ଦେବଦତ୍ତ ବିଶ୍ୱାଳ,କୋଷାଧକ୍ଷ ଭାବେ ଚିତ୍ତରଞ୍ଜନ ମିଶ୍ର ଏବଂ ଉପଦେଷ୍ଟା ଭାବେ ପ୍ରଭାକର ଖୁଣ୍ଟିଆଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା l ଆସନ୍ତା ସୋମବାର ଦିନ ଉପରୋକ୍ତ କମିଟି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଏକ ଦାବିପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ, ଶକ୍ତିମନ୍ତ୍ରୀ, ୫ ଟି ସଚିବ, ବିଭାଗୀୟ ସଚିବ, ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ପ୍ରଶାସନକୁ ପ୍ରଦାନ କରାଯିବ ବୋଲି ଉପସଭାପତି ଚିନ୍ମୟ ପୋଲେଇ ପ୍ରକାଶ କରିଛନ୍ତି l