ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ବାତୋ ପଞ୍ଚାୟତ ଅତା ସ୍ଥିତ ରଙ୍ଗାଧର ସ୍କୃତି ବିଦ୍ୟାପୀଠ ଠାରେ ଅବସର କାଳିନ ବିଦାୟୀ ସମ୍ଭର୍ଦ୍ଧନା ସଭା ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମୁଖ୍ୟ ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ବିଦ୍ୟାଳୟ ପରିସରକୁ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶଙ୍ଖ ବଜାଇ ପାଛୋଟି ଆଣିଥିଲେ । ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅର୍ଜୁନ ଚରଣ ପାଗଳଙ୍କ ସଭାପତିତ୍ୱରେ ସଭାକାଯ୍ୟ ଆରମ୍ଭ ହୋଇଥିଲା ପ୍ରଥମେ ସମସ୍ତ ଅତିଥିମାନେ ମା ତାରିଣୀ ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟା ଦେବା ସହ ପ୍ରଦିପ ପ୍ରଜ୍ୱଳନ କରିଥିଲେ ।ଏଥିରେ ମୁଖ୍ୟଅତିଥି ଭାବେ ଘସିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ଯୋଗ ଦେଇ କହିଥିଲେ ଯେ ପ୍ରାଥମିକ ଶିକ୍ଷା କ୍ଷତ୍ରରୁ ଶିକ୍ଷକ ମାନେ ଛାତ୍ରଛାତ୍ରୀମାନଙ୍କ ର ଭବିଷ୍ୟତ ନିର୍ମାଣ କରିବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି କରାଇବା ଓ ଅଧିକ ଧ୍ୟାନ ଦେବା ସହିତ ଉପଯୁକ୍ତ ଶିକ୍ଷା ଦାନ କରିଥାନ୍ତି ଶିକ୍ଷା ନୁଷ୍ଟାନର ଲକ୍ଷ ହେଉଛି ରାଜ୍ୟରେ ଏକ ଅଗ୍ରଣୀ କ୍ଷାତି ସମ୍ପର୍ଣ୍ଣ ମଣିଷ ଗଢା କାରଖାନା ରୂପେ ପ୍ରତିଷ୍ଠା ଅର୍ଜନ କରୁ ବୋଲି ଶିକ୍ଷକ ମାନେ ଶଙ୍କଳ୍ପ ବଦ୍ଧ ହୁଅନ୍ତୁ । ପିଲାମାନଙ୍କୁ ଆମ୍ର ନିର୍ଭରଶୀଳ କରିବା ପାଇଁ ଅଭିଭାବକ ମାନେ ଜନ୍ନବଆନ ହେବା ଉଚିତ୍।ମୁଖ୍ୟ ବକ୍ତା ଭାବେ ବରିଷ୍ଠ କବି ତଥା ପୁର୍ବତନ ଆନନ୍ଦପୁର ଶୀକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶରତ କୁମାର ରାଉତଓ ସମ୍ନାନିତ ଅତିଥି ଭାବେ ପ୍ରଭାତ ନଳିନୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଦେବ ସାହୁ, ରଙ୍ଗାଧର ସ୍କୃତି ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ରମାକାନ୍ତ ସାହୁ, ପ୍ରାକ୍ତନ ଶିକ୍ଷକ ମାର୍କଣ୍ଡ ଚନ୍ଦ୍ର ପଣ୍ଡା, ପଣ୍ଡୁଆ ଉଚ୍ଚ ବିଦ୍ୟାଳୟ ପ୍ରାକ୍ତନ ଶିକ୍ଷକ ପ୍ରଦ୍ୟୁମ୍ନ ଚକ୍ର, ବାତୋ ଆଞ୍ଚଳିକ ସାଦନ କେନ୍ଦ୍ର ସଂଯୋଜକ ପ୍ରଦ୍ୟୁମ୍ନ ବାରିକ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେନ୍ଦ୍ର କୁମାର ପାଲ , ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ସମାବାୟ ସମିତି ବାତୋର ସଭାପତିଓ ବହୁ ବ୍ୟକ୍ତି ବିଶେଷ ଯୋଗଦେଇ। ଏହି ପରିପେକ୍ଷରେ ମାନପତ୍ର ପଠନ ପରେ ଅବସରପ୍ରାପ୍ତ ଶିକ୍ଷକ ଜଳଧର ନାଥ, ଭୀମସେନ ନାଥ, ବାସୁଦେବ ପଣ୍ଡା ଓ ଶିକ୍ଷା କର୍ମଚାରୀ ସୁରେନ୍ଦ୍ର କୁମାର ବେହେରାଙ୍କୁ ଅତିଥିମାନେ ମାନପତ୍ର ଓ ଉପଢୋକନ ଦେଇ ସମ୍ଭର୍ଦ୍ଧନା କରିଥିଲେ। ଏନେଇ ଉପସ୍ଥିତ ଅଭିଭାବକ ମାନଙ୍କୁ ଛାତ୍ରଛାତ୍ରୀଙ୍କ ପ୍ରତି ସେମାନଙ୍କର କର୍ତ୍ତବ୍ୟ ସମ୍ବଦ୍ଧରେ ଦିଗଦର୍ଶନ ସମ୍ବଧରେ ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ସହିତ ଶିକ୍ଷକ, ବହୁ ଅଭିଭାବକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ
