Odisha news

ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

0

ବେତନଟୀ : ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମେ ମାସ ୩୧ ତାରିଖରେ ବିଶ୍ଵ ତମାଖୁ ବର୍ଜନ ଦିବସ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସଂଗଠନ ମାନଙ୍କ ଦ୍ଵାରା ପାଳିତ ହୋଇଯାଇଛି। ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟର ବେତନଟୀ ସେବା କେନ୍ଦ୍ର ତରଫରୁ ବିଶ୍ଵ ତମାଖୁ ବର୍ଜନ ଦିବସ ଅନୁଷ୍ଠିତ ହୋଇଯାଇଛି।  ମୟୂରଭଞ୍ଜ ଜିଲ୍ଲାର ମୂଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ସାବିତ୍ରୀ ଭଉଣୀଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଥିବା ଏହି ଦିବସରେ ମୂଖ୍ୟ ଅତିଥି ଭାବେ ସମାଜସେବୀ କୈଳାଶ ଚନ୍ଦ୍ର ଅଗ୍ରୱାଲ ଯୋଗଦାନ କରିଥିଲେ। ସେବା କେନ୍ଦ୍ର ପରିସରରେ ପ୍ରଥମେ ଏକ ଅନୁଷ୍ଠିତ ହୋଇଥିଲା ଏବଂ ସେଥିରେ ତମାଖୁ ବର୍ଜନ ଦିବସର ମୂଖ୍ୟ ଆଭିମୂଖ୍ୟ ବିଷୟରେ ଆଲୋଚନା କରାଯାଇଥିଲା। ଦୈନଦିନ ଭାବେ ତମାଖୁ ଦ୍ୱାରା କବଳିତ ଲୋକମାନଙ୍କର ସଂଖ୍ୟା ବଢି ଚାଲୁଥିବା ବେଳେ ତାହା ଏକ ବିଶ୍ଵସ୍ତରୀୟ ସମସ୍ୟା ଭାବେ ପରିଗଣିତ ହେଉଛି। ତମାଖୁ ବର୍ଜନ କେବଳ ଜନସଚେତନତା ମାଧ୍ୟମରେ ହିଁ ସମ୍ଭବପର ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ବୈଠକ ପରେ  ଜନସଚେତନତା ପାଇଁ ଏକ  ବିଶାଳ ରାଲି କୁ ମୂଖ୍ୟ ଅତିଥି ଓ ବ୍ରହ୍ମା କୁମାରୀଜର ସାବିତ୍ରୀ ଭଉଣୀ , ବନିତା  ଭଉଣୀ , ବରିଷ୍ଠ ଭାଇ ଏବଂ ଭଉଣୀମାନଙ୍କ ଦ୍ୱାରା ଝଣ୍ଡା ଦେଖାଇ ଶୁଭ ଉଦଘାଟନ କରିଥିଲେ।ପରେ ଏହି ରାଲି ସେବାକେନ୍ଦ୍ର ନିକଟରୁ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ବେତନଟୀ ବଜାର ପରିକ୍ରମା କରିଥିଲା। ବିଭିନ୍ନ ସ୍ଳୋଗାନ , ଗୀତ ମାଧ୍ୟମରେ ଉକ୍ତ ଦିବସର ବିଶେଷତା ବିଷୟରେ ସମସ୍ତ ନଗରବାସୀ ଅବଗତ କରାଯାଇଥିଲା। ଉକ୍ତ ରାଲି କାର୍ଯ୍ୟକ୍ରମରେ ବ୍ରହ୍ମା କୁମାରୀଜ ବେତନଟୀ ସେବା କେନ୍ଦ୍ର ଅଧୀନର ସମସ୍ତ ଭାଇ ଏବଂ ଭଉଣୀ, ଗୁରୁକୁଳ ସେବା କେନ୍ଦ୍ରର ସମସ୍ତ ଛାତ୍ରଛାତ୍ରୀ, ରୋଟାରୀ କ୍ଲବର ସଦସ୍ୟ, ମୟୂର ସାହିତ୍ୟ ସଂସଦର ସଦସ୍ୟ, ପଦ୍ମମାଳୀ ମହିଳା ସଙ୍ଗଠନର ସଦସ୍ୟ, କଇଁଫୁଲ ସାହିତ୍ୟ ପରିବାରର ସଦସ୍ୟ ଓ ଅନ୍ୟ ବ୍ୟକ୍ତି ମାନେ ଉକ୍ତ ରାଲିରେ ଯୋଗଦାନ କରିଥିଲେ। ଉକ୍ତ ରାଲି କାର୍ଯ୍ୟକ୍ରମକୁ ବେତନଟୀ ସେବା କେନ୍ଦ୍ରର ପରିଚାଳିକା ବ୍ରହ୍ମା କୁମାରୀ ବନିତା ଭଉଣୀ ସମ୍ପୂର୍ଣ୍ଣ ପରିଚାଳନା କରିଥିବା ବେଳେ ଏଥିରେ ବ୍ରହ୍ମା କୁମାର କୃପାସିନ୍ଧୁ ଭାଇ, ନିତ୍ୟାନନ୍ଦ ଭାଇ, ସରୋଜ ଭାଇ, ପଙ୍କଜ ଭାଇ, ଶରତ ଭାଇ, ସୁବାଶ ଭାଇ ଏବଂ ସମସ୍ତ ଭାଇ ଭଉଣୀ ସହଯୋଗ କରିଥିଲେ। ଉକ୍ତ ରାଲିରେ ବେତନଟୀ ପୁଲିସ ବିଭାଗ ତରଫରୁ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରାଯାଇଥିଲା  ବେତନଟୀ ଉକ୍ତ ରାଲି ବଡସାହି ବ୍ଲକର ବିଭିନ୍ନ ସ୍ଥାନ ପରିକ୍ରମା କରିଥିବା ବେଳେ ଅପରାହ୍ନ ସମୟରେ  ବୈଶିଙ୍ଗା ବଜାର ପରିକ୍ରମା କରି ବୈଶିଙ୍ଗା ସ୍ଥିତ  ବ୍ରହ୍ମା କୁମାରୀଜ ଶାଖା ନିକଟରେ ପହଞ୍ଚିଥିଲା। ସେବାକେନ୍ଦ୍ର ସଞ୍ଚାଳିକା ବ୍ରହ୍ମା କୁମାରୀ ଅନୁପମା ଭଉଣୀ ଏବଂ ସମସ୍ତ ଭାଇ ଭଉଣୀ ବଜାର ପରିକ୍ରମାରେ ସହଯୋଗ କରିଥିଲେ।

Leave A Reply