Odisha news

ଚାଷୀଙ୍କ ଘରୁ ଏକ ଅହିରାଜ ସାପ : ଭୟରେ ଲୋକେ , ହେଲ୍ପ ଲାଇନ ସଦସ୍ୟ ଅହିରାଜ ସାପଟିକୁ ଧରିବାରେ ସକ୍ଷମ

0

ରଣପୁର    ;  ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଦର୍ପନାରାୟଣପୁର ନିକଟସ୍ଥ କାକଲମା ଗ୍ରାମର ଜଣେ ଚାଷୀଙ୍କ ଘରୁ ଏକ ଅହିରାଜ ସାପ ଉଦ୍ଧାର କରାଯାଇଛି  । ତଥ୍ୟ ସଂଗ୍ରହରୁ ଜଣାପଡେ ଯେ ରୋଶେଇ ଘର ମଂଚା  ଉପରେ ସାପଟି ଏକ ଗୋଧିକୁ ଧରି ରହିଥିବାର ଦେଖିଥିଲେ  । ସାପଟିକୁ ଦେଖି ରମେଶ ଓ ତାଙ୍କ ପତ୍ନୀ ଭୟଭୀତ ହୋଇଯାଇଥିଲେ  । ଏହା ପରେ ରମେଶ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅଜୟ କୁମାର ଦାସଙ୍କୁ ଫୋନ କରି ଘଟଣା କରି ଜଣାଇଥିଲେ  ।

ଖବର ପାଇ ଅଜୟ ଓ ତାଙ୍କ ସହଯୋଗୀ ସୁବାଷ ଚନ୍ଦ୍ର ସେଠୀ ସେଠାରେ ପହଂଚପ୍ପ୍ାୟ ୧ ଘଂଟା ପରିଶ୍ରମ ପରେ ସାପଟିକୁ ଧରିବାରେ ସକ୍ଷମ ହୋଇଥିଲେ  । ବିରାଟ ସାପଟିକୁ ଦେଖି ପରିବାର ଲୋକେ ଓ ଗ୍ରାମବାସୀ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ  । ସାପଟିର ଲମ୍ବ ପ୍ରାୟ ୧୦ ଫୁଟ ହେବ ବୋଲି ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅଜୟ କହିଛନ୍ତି  । ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି  । ଅଜୟଙ୍କର ସାପ ଧରିବା ସାହାସ ଗ୍ରାମବାସୀମାନେ ଭୂରି ଭୂରି ପ୍ରଶଂସା କରିଛନ୍ତି  ।

Leave A Reply