ବେତନଟୀ : ଆଜି ବଡସାହିର ଯୁବ ବିଧାୟକ ସନାତନ ବିଜୁଳିଙ୍କୁ ରାଷ୍ଟ୍ରୀୟ ସ୍ୱଂୟ ସେବକ ଗଣବେଶରେ ଦେଖିବାକୁ ମିଳିଛି । ମୁଣ୍ଡରେ ଟୋପି, ଧଳା ସାର୍ଟ, ଖାକି ପ୍ୟାଣ୍ଟ ସହିତ କରୋନା ପାଇଁ ମାସ୍କ ପିନ୍ଧି ସେ ଅନ୍ୟ ସ୍ୱୟଂ ସେବକ ମାନଙ୍କ ସହିତ ମିଶି ବୈଶିଙ୍ଗା ଠାରେ ପ୍ରବାସୀ ମାନଙ୍କୁ ଖାଦ୍ୟ ଓ ପିଇବା ପାଣି ପ୍ରଦାନ କରୁ ଥିବାର ଦେଖା ଯାଇଛି । ପ୍ରବାସୀ ମାନେ ଭୋକ ଉପାସରେ ଯାଉ ଥିବାରୁ ପ୍ରତ୍ୟେକ ଦିନ ବୈଶିଙ୍ଗା ଠାରେ ଖାଦ୍ୟ ପ୍ରଦାନ କରା ଯାଉ ଥିବାର ଜଣା ପଡିଛି ।
ଏହି କାର୍ଯ୍ୟକ୍ରମରେ ବିଧାୟକ ସନାତନ ଦିନ ତମାମ ଉସôର୍ଗ କରିବା ସହିତ ଅନ୍ୟ ଆରଏସଏସ ସଦସ୍ୟ ମାନଙ୍କୁ ମଧ୍ୟ ଉସôାହିତ କରୁ ଥିବାର ଦେଖା ଯାଇଛି । ଏହି କାର୍ଯ୍ୟକ୍ରମରେ ୩୬ ନମ୍ବର ଜିଲ୍ଲ ପରିଷଦ ସଦସ୍ୟ ବ୍ରଜମୋହନ ବେହେରା, କାର୍ଯ୍ୟକ୍ରମର ପ୍ରମୁଖ ରଘୁଚରଣ ପ୍ରଧାନ, ରାଜେନ୍ଦ୍ର ବିନ୍ଧାଣୀ, ଅଶୋକ କୁମାର ବେହେରା, ନିର୍ମଳ ଜେନା, ଗୋବିନ୍ଦଚନ୍ଦ୍ର ମହାନ୍ତ, ନନ୍ଦକିଶୋର ମହାନ୍ତ, ଶରତ ମଲ୍ଲିକ, ଚନ୍ଦ୍ରଶେଖର ବିନ୍ଧାଣୀ, ଉସôର୍ଗ ବେହେରା, ରତନ କୁମାର ସାହାଣୀ, ପ୍ରଶାନ୍ତ ମହାରଣା, ଦେବେନ୍ଦ୍ର ସାହୁ, ଯାମିନୀକାନ୍ତ ଶତପଥୀ ପ୍ରମୁଖ ଯୋଗ ଦେଇ ଥିଲେ ।