Odisha news

ଅମ୍ଫାନ: ଧାମରାରେ ପହଞ୍ଚିଲା ଏନଡିଆରଏଫ ଟିମ୍ , ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ମନା

0

ଭଦ୍ରକ: ଗୋଟିଏ ପଟେ କରୋନାର ଭୟ। ଅନ୍ୟପେଟ ସମ୍ଭାବ୍ୟ ବାତ୍ୟା ଭୟ ଜିଲ୍ଲାବାସୀଙ୍କୁ ଆହୁରି ଭୟଭୀତ କରି ଦେଇଛି। ଏଇ ଦୁଇଟି ଜାତୀୟ ବିପତ୍ତିରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ପ୍ରଶାସନ ବି ଅଣ୍ଟା ଭିଡିଛି। ସାମୁଦ୍ରୀକ ବାତ୍ୟା ଅମ୍ଫାନ ମାଡି ଆସୁଥିବା ବେଳେ ଏହାର ମୁକାବିଲା ନେଇ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ନିର୍ଦ୍ଦେଶରେ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ଏଇ ଅଞ୍ଚଳରେ ସ୍ବତନ୍ତ୍ର ଅଫିସର ମୁତୟନ କରାଯାଇ ସ୍ଥିତି ଅନୁଧ୍ୟାନ କରାଯାଉଛି।

ଆଜି ରାଜ୍ୟ ସରକର ପଠାଇଥିବା ୨ ଟି ଏନଡିଆରଏଫ ଟିମକୁ ଧାମରା ପଠାଇ ଦିଆଯାଇଛି। ଏଇ ଟିମ୍ ଆଜି ଧାମରାରେ ପହଞ୍ଚିଛି। ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ ଟିମ୍ ଓ ସ୍ଥାନୀୟ ଦମକଳ ବାହିନୀଙ୍କୁ ଆଗୁଆ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନଡିଆରଏଫ ଟିମ୍ ଧାମରାର ୮ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛି। ଦିନ ୧୦ ଟା ବେଳେ ଧାମରା, ଚୂଡାଣି ଓ କସିଆ ସମୁଦ୍ର ମୁହାଣରେ ମାଇକ୍ ଯୋଗେନ ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବା ପାଇଁ ମନା କରାଯାଇଛି।

ଏଇ ଘୋଷଣା କରାଯିବା ପରେ ଅନେକ ମତ୍ସ୍ୟଜୀବୀ ସେମାନଙ୍କର ମାଛଧରା ଡଙ୍ଗା, ଭୁଟୁଭୁଟି ସମୁଦ୍ର ଭିତରୁ ମୁହାଣକୁ ଫେରାଇ ଆଣିଛନ୍ତି। ବିଶେଷକରି ବାସୁଦେବପୁରର ଚୂଡାମଣି, କସିଆ ଓ ଧାମରା ମତ୍ସ୍ୟ ପୋଶ୍ରୟ ନିକଟରେ ବୋଟ୍ ଗୁଡିକ ଲଙ୍ଗର ପକାଇ ରହିଗଲେଣି। ଯେଉଁ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ର ଭିତରୁ ମାଛ ମାରିବାକୁ ଆଗୁଆ ପଳାଇ ଯାଇଛନ୍ତି। ସେମାନଙ୍କୁ ଆଜି ସଂଧ୍ୟା ସୁଦ୍ଧା କୂଳକୁ ଫେରି ଆସିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ସମୁଦ୍ର ଉପକୂଳବର୍ତ୍ତୀ ୩ କିମି ଦୂରରେ ଥିବା ଲୋକମାନଙ୍କୁ ଗାଁ ଛାଡି ବାତ୍ୟା ଆଶ୍ରୟସ୍ଥଳରେ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନର ନିର୍ଦ୍ଦେଶ ପାଇବା ପରେ ଧାମରା ୮ ପଞ୍ଚାୟତର ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନେବା ପାଇଁ ଯୋଜନା କରାଯାଉଛି। ଧାମରା ଅଞ୍ଚଳର ଝାଡକାଟି, ଗୁଆଁଳ, ଜାଗୁଳା, ଡିଆଁ ନରସିଂହ ପୁର, ବଳଭଦ୍ରପ୍ରସାଦ, ଦୋସିଙ୍ଗା, ବଳସାହି, ଉଦିତ ନଗର, ଚନ୍ଦନିପାଳ, କନକପ୍ରସାଦ, ବାଂଶଡା, କଇଥକୋଲା, ହୃଦୟ ପ୍ରସାଦ, ଗୌରୀ ପ୍ରସାଦ, କରଂଜମାଳ, ପଞ୍ଚୁଟିକ୍ରୀ, ବଇଁଚା, କରଣପଲ୍ଲୀ, ଚରଦିଆ, ଶଙ୍ଖପଦା, ହରିଶପୁର, ନଳଗୋହିରା ଅଞ୍ଚଳରେ ଥିବା ବାତ୍ୟା ଆଶ୍ରୟସ୍ଥଳଗୁଡିକରେ ଲୋକମାନଙ୍କୁ ରଖିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି।

 

District Administration,Bhadrak@DM_Bhadrak

Boats anchored at Dhamra, Chudamani and Kasia FLCs.

View image on TwitterView image on TwitterView image on TwitterView image on Twitter

District Administration,Bhadrak@DM_Bhadrak


2nd NDRF Unit arrived at Bhadrak.

View image on TwitterView image on TwitterView image on TwitterView image on Twitter
See District Administration,Bhadrak’s other Tweets
ବାସୁଦେବୁପର ଓ ଚାନ୍ଦବାଲି ଅଞ୍ଚଳରେ ଥିବା ସମୁଦ୍ରକୂଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ କୁହାଯାଇଛି। ଜିଲ୍ଲାର ଅନ୍ୟ ବାତ୍ୟା ଆଶ୍ରୟସ୍ଥଳ ଗୁଡିକର ସ୍ଥିତି ଅନୁଧ୍ୟାନ କରାଯାଇଛି। ଏଠାରେ ଥିବା ନଳକୂପ, ଓ ପାନୀୟ ଯୋଗାଣ ପାଇଁ ଥିବା ପାଇପ୍ ଲାଇନ୍, ଶୌଚାଳୟ ଓ ପାଇଖାନାଗୁଡିକର ମରାମତି କରାଯାଉଛି। ବିଦ୍ୟୁତ୍ କରଣ ବ୍ୟବସ୍ଥାର ସୁଧାର କରାଯାଉଛି। ଜିଲ୍ଲାରେ ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ବ ମତ୍ସ୍ୟଜିବୀଙ୍କୁ ଆଜି ସତର୍କ କରାଇ ଦିଆଯାଇଛି। କେହି ଯେଭଳି ସମୁଦ୍ର ଭିତରକୁ ନଯିବେ। ସେ ଦିଗରେ କତ୍ସ୍ୟଜିବୀ ସଂଘ ଗୁଡିକ ସଂଘ ମଧ୍ୟ ପ୍ରଶାସନିକ ଅଧିକାରୀମାନେ ଆଲୋଚନା କରିଛନ୍ତି।

ସ୍ଥାନୀୟ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକର ବିଡିଓ ଓ ତହସିଲଦାରମାନେ ଉପକୂଳ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରି ଜିଲ୍ଲାପାଳଙ୍କୁ ରିପୋର୍ଟ କରିଥିବା ଜଣାପଡିଛି। ବାତ୍ୟା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କୁ ଛୁଟି ବାତିଲ କରାଯାଇଛି। ବିଶେଷକରି ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ୭୨ ପଞ୍ଚାୟତରେ ସତର୍କ ଦୃଷ୍ଟି ଦିଆଯାଇଛି। ଏଇସବୁ ଉପକୂଳ ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳୀକୁ ଛାଡି ଦେଲେ ଜିଲ୍ଲାର ୬୩୦ଟି ସ୍କୁଲରେ ଆଶ୍ରୟସ୍ଥଳୀ କରାଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ ଏଥିପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ସାମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଜିଲ୍ଲା ପ୍ରାଶସନ ପକ୍ଷରୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ବୋଲି ଜିଲ୍ଲାପାଳ ଆଜି ସମ୍ବାଦକୁ ସୂଚନା ଦେଇଛନ୍ତି।

Leave A Reply