ଭୁବନେଶ୍ୱର: ଅମ୍ପନ ପ୍ରଭାବିତ ପଶ୍ଚିମବଙ୍ଗରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସହାୟତା ହାତ ବଢ଼ାଇଲା ଓଡ଼ିଶା। କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନରୁଦ୍ଧାର କାମ ଲାଗି ୩୦୦ ଅଗ୍ନିଶମ କର୍ମଚାରୀ ଓ ୧୦ଟି ଓଡ୍ରାଫ୍ ଟିମ୍ ସହ ୫୦୦ ଜଣ କର୍ମଚାରୀଙ୍କୁ ପଠାଇଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
୨୦ ତାରିଖରେ ଆସିଥିବା ଅମ୍ପନ ବାତ୍ୟା ଯୋଗୁ ପଶ୍ଚିମବଙ୍ଗର କୋଲକାତା, ହାଓଡ଼ା, ଦକ୍ଷିଣ ଚବିଶ ପ୍ରଗଣା ସମେତ ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି। ସେହିପରି ଘରଦ୍ୱାର ନଷ୍ଟ ହୋଇଛି।
ବେଶୀମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି କୋଲକାତା ସହର। ବାତ୍ୟା ପରେ ମରାମତି କାର୍ଯ୍ୟ ସହ ଜନଜୀବନ ସ୍ୱାଭାବିକ କରିବା ଲାଗି ଏନ୍ଡିଆରଏଫ୍ ଯବାନ ମୁତୟନ ଥିବାବେଳେ ଓଡ଼ିଶା ସରକାର ସହାୟତାର ହାତ ବଢ଼ାଇଛନ୍ତି।