ମୁମ୍ବାଇ : କରୋନା ଭାଇରସ କାରଣରୁ ଲାଗୁ ହୋଇଥିବା ଲକ୍ଡାଉନ୍ ଯୋଗୁଁ ଫସି ରହିଥିବା ପ୍ରବାସୀଙ୍କୁ ସାହାଯ୍ୟ କରିବାକୁ ଅନେକ ସେଲିବିଟ୍ରି ଆଗେଇ ଆସିଛନ୍ତି। ବଲିଉଡ୍ ଅଭିନେତା ସୋନୁ ସୂଦଙ୍କ ଠାରୁ ଆରମ୍ଭ କରି ପ୍ରକାଶ ରାଜ, ସ୍ୱରା ଭାସ୍କରଙ୍କ ପରେ ଏବେ ଏହି ତାଲିକାରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ନାମ ଯୋଡ଼ି ହୋଇଯାଇଛି। ଅମିତାଭ ବଚ୍ଚନଙ୍କ ସାହାଯ୍ୟରେ ଏବେ ଅନେକ ପ୍ରବାସୀ ସେମାନଙ୍କ ଘରେ ପହଞ୍ଚି ପାରିଛନ୍ତି।

ମୁମ୍ବାଇରେ ଫସି ରହିଥିବା ଉତ୍ତରପ୍ରଦେଶର ଶ୍ରମିକଙ୍କ ପାଇଁ ଅମିତାଭ ବଚ୍ଚନ ପୁଣି ସାହାଯ୍ୟର ହାତ ବଢ଼ାଇଛନ୍ତି। ପ୍ରବାସୀଙ୍କୁ ଘରକୁ ପଠାଇବା ପାଇଁ ସେ ୬ଟି ଚାର୍ଟାଡ଼ ବିମାନ ବୁକ କରିଛନ୍ତି । ପ୍ରତି ବିମାନରେ ୧୮୦ଜଣ ଲୋକଙ୍କୁ ଉତ୍ତରପ୍ରଦେଶରେ ନେଇ ଛଡ଼ାଯିବ । ୪ଟି ବିମାନ ବୁଧବାର ଯାତ୍ରା କରିଥିବା ବେଳେ ଆଉ ୨ଟି ବିମାନ ଗୁରୁବାର ଦିନ ଯାତ୍ରା କରିବ । ଏହି ବିମାନ ଲକ୍ଷ୍ମୌ, ଗୋରଖପୁର ଓ ବାରଣାସୀ ଅଭିମୁଖେ ଯାତ୍ରା କରିବ। ଦୁଇ ଦିନରେ ୬ଟି ବିମାନରେ ପାଖାପାଖି ୧୦୮୦ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇ ଦିଆଯିବ।
View this post on Instagram
A post shared by Amitabh Bachchan (@amitabhbachchan) on
ଅମିତାଭ ବଚ୍ଚନ ଏହା ପୂର୍ବରୁ ଉତ୍ତରପ୍ରଦେଶର ଶ୍ରମିକଙ୍କ ପାଇଁ ବସର ବ୍ୟବସ୍ଥା ବି କରିଥିଲେ। ମେ ୨୯ ତାରିଖରେ ସେ ମହିମ ଦରଗାହ ଟ୍ରଷ୍ଟ ଓ ହାଜି ଅଲି ଦରଗାହ ଟ୍ରଷ୍ଟ ସହ ମିଶି ୧୦ଟି ବସର ବ୍ୟବସ୍ଥା କରିଥିଲା। ଏହି ବସ୍ ହାଜି ଅଲିରୁ ବାହାରି ଲକ୍ଷ୍ମୌ, ଆଲହାବାଦ, ଗୋରଖପୁର, ଭଦୋଇରୁ ପାଖାପାଖି ୨୫୦ ଶ୍ରମିକଙ୍କୁ ଧରି ଯାତ୍ରା କରିଥିଲା। ବସରେ ପ୍ରବାସୀଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ମେଡିକାଲ କିଟ ମଧ୍ୟ ଉପଲବ୍ଧ କରାଯାଇଥିଲା।