ଭଦ୍ରକ,୧୦ା୦୬(ଜିପ୍ର): ଜିଲ୍ଳା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଡାହାଣିଗଡିଆ ଛକ ଅଞ୍ଚଳରେ ପେଟ୍ରୋଲିଂ ବେଳେ ଚରମ୍ପା ଆଡୁ ବାଇପାସ୍ ଆଡକୁ ଆସୁଥିବା ଏକ ଯାତ୍ରୀବାହୀ ଅଟୋ(ଓଆର ୨୨ଏଫ୍-୯୨୩୭)ରେ ୨ଶହ ଲିଟର ଚୋରା ଦେଶୀ ମଦ ଜବତ ହୋଇଛି ।
ଅବକାରୀ ବିଭାଗ ସୂଚନା ଅନୁଯାୟୀ, ଅଟୋରେ ଥିବା ୨ଶହ ଲିଟର ଦେଶୀ ମଦ ଯାହାର ଆନୁମାନିକ ମୂଲ୍ୟ ୩୦ହଜାର ଟଙ୍କାକୁ ନେଇ ଚୋରା ମଦ ବେପାରୀ କାଁପଡାବିନ୍ଧା ଗାଁର ସୁଦାର ମଲ୍ଲିକକୁ ମଧ୍ୟ ଗିରଫ୍ କରାଯାଇଛି ।
ଜିଲ୍ଲାପାଳ ଡ.ଜ୍ଞାନ ଦାସଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉକୁ ଅବକାରୀ ଅଧୀକ୍ଷକ ଗୌତମ ସାହୁ ଆଦେଶ ମତେ କରାଯାଇଥିଲା । ଅବକାରୀ ଇନ୍ସପେକଫର ଧନେଶ୍ୱର ବରାଡଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଏହି ଚଢାଉ କରିଥିଲେ । ଏଥିରେ ଏଏସଆଇ ପ୍ରହ୍ଲାଦ ସାମଲ ଓ ନନ୍ଦୁ ନାୟକ ପ୍ରମୁଖ ସାମିଲଥିଲେ ।