ନୂଆଦିଲ୍ଲୀ : ଗତ କିଛି ଦିନରେ ଆମେରିକା ରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ମଧ୍ୟରେ ଗୋଟିଏ ଐତିହାସିକ ସାକ୍ଷାତକାର ହୋଇଥିଲା l ଏହି ସମୟରେ ଉଭୟ ନେତାଙ୍କ ଆତଙ୍କବାଦ ଟିପ୍ପଣୀ କୁ ନେଇ ପାକିସ୍ତାନ ଭଡକୀ ଯାଇଥିଲା ଓ ଷୋମବାର ଦିନ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଥିଲା l ପାକିସ୍ତାନ ଓ ଆମେରିକା ର ରାଜଦୂତ ସୋମବାର ଦିନ ସମ୍ନାସାମ୍ନି ହୋଇଥିଲେ l
ବିଶେଷ ଭାବରେ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ଗତ ସପ୍ତାହରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ବୈଠକ ସମୟରେ ମିଳିତ ବୟାନ କୁ ନେଇ ଆମେରିକା ଦୂତାବାସ ର ଉପ ମୁଖ୍ୟଙ୍କୁ କୁହାଯାଇ ଥିଲା ଯେ ଆମେରିକା ଏଭଳି ବୟାନ କୁ ବିରୋଧ କରିବା ଆବଶ୍ୟକ, ଯାହା ପାକିସ୍ତାନ ବିରୁଦ୍ଧରେ ଭାରତ ଭିତିହୀନ ଆରୋପ ଲଗାଉଛି ଓ ରାଜନୈତିକ ଭାବରେ ପ୍ରେରିତ ଏଜେଣ୍ଡା କୁ ବଢ଼ାବା ଦେଉଛି l ଏହି କଥାକୁ ମଧ୍ୟ ପାକିସ୍ତାନ ଗୁରୁତ୍ୱ ଦେଇଥିଲା ଯେ ଆତଙ୍କବାଦ ବିରୁଦ୍ଧରେ ପାକିସ୍ତାନ ଓ ଆମେରିକା ରର ସହଯୋଗ ଆବଶ୍ୟକ l
ଏହାର ଉତର ରେ ଆମେରିକାର ବିଦେଶ ବିଭାଗ ର ପ୍ରବକ୍ତା ମେଟ ମିଲର କହିଥିଲେ ଯେ ଏହା ସତ୍ୟ ଅଟେ ଯେ ପାକିସ୍ତାନ ଆତଙ୍କବାଦୀ ସମୂହ ଙ୍କ ମୁକାବିଲା କରିବା ପାଇଁ ମହତ୍ଵପୁର୍ଣ ପଦକ୍ଷେପ ଉଠାଉଛି, କିନ୍ତୁ ଏହା ଉଚିତ ପରିମାଣ ର ପଦକ୍ଷେପ ହେଉ ନାହିଁ l ସବୁଠୁ ଜରୁରୀ ହେଉଛି ପାକିସ୍ତାନ ଲସ୍କର -ଏ – ତଇବା , ଜୈସ -ଏ- ମହମ୍ମଦ ଭଳି ଆତଙ୍କବାଦ ସଂଗଠନ କୁ ସମୂଳେ ବିନାଶ କରିବା ଆବଶ୍ୟକ l