Odisha news

ରାଜ୍ୟର ସବୁ ସ୍କୁଲ୍‌ରେ ହେବ ଆଡମିଶନ୍,କୌଣସି ବି ସ୍କୁଲ୍‌ରେ ଆଡ୍‌ମିଶନ୍‌ ବନ୍ଦ ହେବନି : ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା

0

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟର ସବୁ ସ୍କୁଲ୍‌ରେ ହେବ ଆଡମିଶନ୍। କୌଣସି ବି ସ୍କୁଲ୍‌ରେ ଆଡ୍‌ମିଶନ୍‌ ବନ୍ଦ ହେବନି।  ‌ଆଜି ଏ ନେଇ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ଗତ ବର୍ଷ ଯେଉଁ ସବୁ ସ୍କୁଲ୍‌ରେ ଆଡମିଶନ୍ ହୋଇଥିଲା, ଚଳିତ ବର୍ଷ ବି ସେହି ସବୁ ସ୍କୁଲ୍‌ରେ ଆଡମିଶନ୍ କରାଯିବ। ୨୦ରୁ କମ୍ ଉପସ୍ଥାନ ଥିବା ସ୍କୁଲ୍‌କୁ ନିକଟତର ସ୍କୁଲ ସହ ମିଶାଇବା ସହ ଏଗୁଡ଼ିକୁ ବନ୍ଦ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ତେବେ ଏହା ଏବେ ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ସମୀର ଦାଶ।

ଆସନ୍ତା ସୋମବାରଠୁ ଜୁଲାଇ ୧୫ ଯାଏ ଆଡମିଶନ୍ ଚାଲିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply