Odisha news

ମୋକ୍ଷଦା ଏକାଦଶୀ କରିବା ଦ୍ୱାରା : ଦୁରେଇ ଯାଇଥାଏ ଏହି ସବୁ ସମସ୍ୟା

0

ହିନ୍ଦୁ ଧର୍ମରେ ଏକାଦଶୀରେ ବ୍ରତକୁ ବ୍ରତମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି କୁହାଯାଏ l ମାନ୍ୟତା ରହିଛି ଯେ ଭଗବାନ ଶ୍ରୀ କୃଷ୍ଣ ଯୁଧିଷ୍ଠିର ଓ ଅର୍ଜୁନଙ୍କୁ ଏକାଦଶୀ ବ୍ରତର ମାହାତ୍ମ୍ୟ ବିଷୟରେ କହିଥିଲେ l ଚଳିତ ମାର୍ଗଶିର ମାସରେ ମୋକ୍ଷଦା ଏକାଦଶୀକୁ ଗୋଟିଏ ବିଶେଷ ବ୍ରତ ଭାବରେ ଗ୍ରହଣ କରାଯାଇଛି l ମାର୍ଗଶିର ମାସ ଶୁକ୍ଳ ପକ୍ଷରେ ଏକାଦଶୀ ତିଥିକୁ ମୋକ୍ଷଦା ଏକାଦଶୀ କୁହାଯାଇଥାଏ l ଏହି ଏକାଦଶୀ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଇଥାଏ l କାରଣ ମାର୍ଗଶିର ମାସ ମା ଲକ୍ଷ୍ମୀଙ୍କର ପ୍ରିୟ ମାସ ଅଟେ l ଚଳିତ ମୋକ୍ଷଦା ଏକାଦଶୀ ଡିସେମ୍ବର ୨୫ ତାରିଖ ଦିନ ପଡୁଛି l

ମୋକ୍ଷଦା ଏକାଦଶୀ ଦ୍ୱାରା କଣ ଲାଭ ମିଳେ –

ମୋକ୍ଷଦା ଏକାଦଶୀ ବ୍ରତ ରୋଗ ,ଦରିଦ୍ରତା ,ଚିନ୍ତା ଓ କଳହକୁ ନାଶ କରିଥାଏ l ଏହି ବ୍ରତକୁ ବିଧିବଦ୍ଧ ଭାବରେ କରିବା ଦ୍ୱାରା ପିତୃ ପୁରୁଷ ପ୍ରସନ ହୋଇ ଆଶୀର୍ବାଦ ପ୍ରଦାନ କରନ୍ତି l ଅନ୍ୟ ପକ୍ଷରେ ମୁଖ୍ୟ ଦାୟିନୀ ଏକାଦଶୀ ପୁଣ୍ୟ ଫଳ ପ୍ରଦାନ କରିଥାଏ l ଯେଉଁ ବ୍ୟକ୍ତି ମାନେ ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା ଓ ଆରାଧନା କରି ଥାନ୍ତି ସେମାନଙ୍କର ସମସ୍ତ କଷ୍ଟ ଦୂର ହୋଇଥାଏ l ସମସ୍ତ ପାପ ମଧ୍ୟ କ୍ଷୟ ହୁଏ ବୋଲି ପୌରାଣିକ ମତ ରହିଛି ଏବଂ ବ୍ୟକ୍ତି ମୋକ୍ଷ ପ୍ରାପ୍ତ କରିଥାଏ l

ମୋକ୍ଷଦା ଏକାଦଶୀର ପୂଜା ବିଧି –

ଏକାଦଶୀ ବ୍ରତ ସମସ୍ତ ପ୍ରକାରର କଠିନ ବ୍ରତ ମାନଙ୍କ ମଧ୍ୟରୁ ଗୋଟିଏ l ଏକାଦଶୀ ବ୍ରତ ଏକାଦଶୀ ତିଥିରେ ଆରମ୍ଭ ହୋଇଯାଇଥାଏ ଏବଂ ଦ୍ୱାଦଶୀ ତିଥି ପୂର୍ବରୁ ସମାପ୍ତ ହୋଇଥଏ l ଡିସେମ୍ବର ୨୫ ତାରିଖ ଦିନ ଏକାଦଶୀ ପଡୁଥିବା କାରଣରୁ ଏହାକୁ ପାଳନ କରାଯିବ l ସେଥିପାଇଁ ଭଗବାନ ବିଷ୍ଣୁଙ୍କୁ ଗଙ୍ଗା ଜଳରେ ସାନ୍ନ କରାଯାଇ ସ୍ଥାପନ କରିବା ଆବଶ୍ୟକ l ଏହା ପରେ ବିଷ୍ଣୁଙ୍କୁ ଚନ୍ଦନ ,ଅକ୍ଷତ ଏବଂ ହଳଦିଆ ଫୁଲ ଅର୍ପଣ କରିବା ଉଚିତି ତା ସହିତ ତୁଳସୀ ପତ୍ର ଅର୍ପଣ କରିବା ଉଚିତ l ଏହା ପରେ ବିଷ୍ଣୁଙ୍କ ପାଖରେ ଆଳତି କରି ଅର୍ଣ୍ଣ ପ୍ରସାଦ ଚଢ଼ିବା ଆବଶ୍ୟକ l

Leave A Reply