Odisha news

ଅଯୋଧ୍ୟା ରାମମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ନିମନ୍ତ୍ରଣ : ୭୦୦ରୁ ଅଧିକ ଶବବ୍ୟବଚ୍ଛେଦ କରିଥିବା ମହିଳାଙ୍କୁ ଅଯୋଧ୍ୟାରୁ ନିମନ୍ତ୍ରଣ

0

ନୂଆଦିଲ୍ଲୀ: ଛତିଶଗଡ଼ର ବସ୍ତର ସମ୍ଭାଗରେ ରହୁଥିବା ମହିଳାଙ୍କୁ ଅଯୋଧ୍ୟା ରାମମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ଆସିଛି। ଏହି ନିମନ୍ତ୍ରଣ ପାଇବା ପରେ ମହିଳା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଛତିଶଗଡ଼ର ନକ୍ସଲ ଅଞ୍ଚଳର ବସ୍ତର ସମ୍ଭାଗର କାଙ୍କେର ଜିଲ୍ଲାର ଜନପଦ ପଞ୍ଚାୟତ ନରହରପୁରର ଭଗତ ସିଂହ ୱାର୍ଡରେ ସନ୍ତୋଷୀ ଦୁର୍ଗା ନାମକ ମହିଳା ବସବାସ କରନ୍ତି। ନିକଟରେ ସନ୍ତୋଷୀଙ୍କୁ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ଆସିଛି।

ଏହି ନିମନ୍ତ୍ରଣ ପାଇ ସନ୍ତୋଷୀ ଭାବୁକ ‌ହୋଇଯାଇଛନ୍ତି। ସନ୍ତୋଷୀ ନିମନ୍ତ୍ରଣ ପତ୍ର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ସେ କହିଛନ୍ତି,‘ ଶବଗୃହରେ କାମ କରୁଥିବା ମହିଳାଙ୍କୁ ଏତେ ବଡ଼ ସମ୍ମାନ ମିଳିଛି ମୁଁ ବିଶ୍ବାସ କରି ପାରୁନାହିଁ। ମୋର ପ୍ରଭୁ ମୋତେ ତାଙ୍କ ପାଖକୁ ଡାକିଛନ୍ତି ମୁଁ ନିଶ୍ଚୟ ଅଯୋଧ୍ୟା ଯିବି।’

ନରହରପୁର ସ୍ବାସ୍ଥ୍ୟକେନ୍ଦ୍ରରେ ସନ୍ତୋଷୀଙ୍କ ବାପା ଚାକିରି କରୁଥିଲେ। ଶବବ୍ୟବଚ୍ଛେଦ ସମୟରେ ସନ୍ତୋଷୀଙ୍କ ବାପା ସବୁବେଳେ ମଦ ପିଉଥିଲେ। ଯାହାକୁ ଝିଅ ସବୁବେଳେ ବାରଣ କରୁଥିଲେ। ଏହି ସମୟରେ ବାପା ସନ୍ତୋଷୀକୁ କହୁଥିଲେ ମଦ ନପିଇଲେ କୌଣସି ମଣିଷର ବ୍ୟବଚ୍ଛେଦ କରିହେବନାହିଁ। ଏହାକୁ ଚ୍ୟାଲେଞ୍ଜରେ ନେଇ ସନ୍ତୋଷୀ ପ୍ରଶିକ୍ଷକ ପରେ ୨୦୨୫ରେ ପ୍ରଥମଥର ପାଇଁ ୫ଦିନ ତଳର ମୃତଦେହକୁ ବ୍ୟବଚ୍ଛେଦ କରିଥିଲେ। ଏହି ବ୍ୟବଚ୍ଛେଦ ପରେ  ଝିଅ ଠାରୁ ସର୍ତ୍ତ ହାରିବା ପରେ ସନ୍ତୋଷୀଙ୍କ ବାପା ମଦ ଛାଡ଼ି ଦେଇଥିଲେ। କିନ୍ତୁ ଅଳ୍ପଦିନ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସନ୍ତୋଷୀ ଏଯାବତ ୭୦୦ଟି ମଣିଷ ମୃତଦେହର ବ୍ୟବଚ୍ଛେଦ କରି ସାରିଛନ୍ତି। ସନ୍ତୋଷୀଙ୍କ ପରିବାରରେ ସ୍ବାମୀ ରବୀନ୍ଦ୍ର ଦୁର୍ଗାଙ୍କ ସମେତ ୬ଜଣ ସଦସ୍ୟ ଅଛନ୍ତି।

Nalco
Leave A Reply