Odisha news

ପ୍ରଭୁ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ରେ ଯୋଗ ଦେବେ ଜଟାୟୁ ପକ୍ଷୀ , ରହିଛନ୍ତି ପ୍ରଭୁ ଙ୍କ ସହ ତ୍ରେତେୟା ଯୁଗ ରୁ

0

ଅଯୋଧ୍ୟା ରେ ନିର୍ମାଣ ଚାଲିଛି ଭବ୍ୟ ରାମ ମନ୍ଦିର ….
ସାରା ବିଶ୍ୱର ସମସ୍ତ ସନାତନୀ ହେବେ ଏକାଠି ….
ପ୍ରଭୁ ଶ୍ରୀରାମ ଙ୍କ ର ହେବ ପ୍ରାଣ ପ୍ରତିଷ୍ଠା …

ଜାନୁଆରୀ ୨୨ ତାରିଖ ଅଯୋଧ୍ୟା ରେ ହେବ ପ୍ରଭୁ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ l ତେଣୁ ସମସ୍ତେ ହେବେ ଏକାଠି l ଯେତେବେଳେ ସମସ୍ତେ ଏକାଠି ହେବେ ତେବେ କିପରି ବା ପଛରେ ରହି ଯାଇ ଥାଆନ୍ତେ ପ୍ରଭୁ ଙ୍କ ପ୍ରିୟ ଭକ୍ତ ଜଟାୟୁ l

ଆପଣ ନିଶ୍ଚିନ୍ତ ଭାବୁଥିବେ ଜଟାୟୁ ତ ଥିଲେ ତ୍ରେତେୟା ଯୁଗରେ ଏହି କଳିଯୁଗ ରେ ବା କେଉଁଠୁ ଆସିବେ ? ହଁ ଆଜ୍ଞା ପ୍ରଭୁ ଶ୍ରୀରାମ ଙ୍କ ଦର୍ଶନ କରିବା ପାଇଁ ଅଯୋଧ୍ୟା ରେ ସମାଗମ ହୋଇଛନ୍ତି ଜଟାୟୁ ପକ୍ଷୀ ମାନେ l ଅଂଶ ଗ୍ରହଣ କରିବେ ପ୍ରଭୁ ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ରେ l ଆପଣଙ୍କୁ ଏହା ଶୁଣିବାକୁ ଠିକ ଲାଗୁ ନଥିଲେ ମଧ୍ୟ ସତ୍ୟ ଅଟେ l ସମସ୍ତ ଙ୍କ ମନରେ ଗୋଟିଏ ପ୍ରଶ୍ନ ବିଲୁପ୍ତ ହୋଇ ଯାଇଥିବା ଗିଧ ବା ଜଟାୟୁ ପକ୍ଷୀ ଆସିଲେ ଏତେ ମାତ୍ରାରେ କେଉଁଠୁ l କିନ୍ତୁ ଏହି ପକ୍ଷୀ ମାନଙ୍କ ର ଗୋଟିଏ ଦଳ ବର୍ତମାନ ଅଯୋଧ୍ୟା ରେ ଅପେକ୍ଷା କରି ରହିଛନ୍ତି ପ୍ରଭୁ ଶ୍ରୀରାମ ଙ୍କୁ l

ପ୍ରଭୁ ଙ୍କ ସହିତ ଜଟାୟୁ ପକ୍ଷୀ ର ସମ୍ପର୍କ ରହିଛି ତ୍ରେତେୟା ଯୁଗ ରୁ ରହିଛି l ପ୍ରଭୁ ଶ୍ରୀରାମ ଙ୍କ ବନବାସ ସମୟ ରେ ରାବଣ ଦ୍ୱାରା ମା ସୀତା ଙ୍କ ହରଣ ପରେ ଏହି ଜଟାୟୁ ପକ୍ଷୀ ହିଁ ପ୍ରଭୁ ଶ୍ରୀରାମ ଙ୍କୁ ଦେଇଥିଲା ଏହି ସାମ୍ବାଦ l ମା ସୀତା ଙ୍କୁ ରାବଣ ଠାରୁ ରକ୍ଷା କରିବା ପାଇଁ କଠିନ ପରିଶ୍ରମ କରିଥିଲା ଜଟାୟୁ କିନ୍ତୁ ଅହଂକାରୀ କ୍ରୋଧୀ ରାବଣ ର ପ୍ରହାର ରେ ଆହତ ହୋଇ ଯାଇଥିଲା l ଏବଂ ପ୍ରଭୁ ଶ୍ରୀରାମ ଙ୍କୁ ଏହି ସାମ୍ବାଦ ଦେବା ପରେ ପ୍ରାଣ ତ୍ୟାଗ କରିଥିଲା l

Leave A Reply