ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ରାଷ୍ଟ୍ରୀୟ ସୁରକ୍ଷା ସଲାହକାର ହେବା ପୂର୍ବରୁ ,BIF ର ନିର୍ଦେଶକ ଭାବରେ ଅଜିତ ଡୋଭାଲ ଜୁଲାଇ ୩ ୨୦୧୩ ରେ ପ୍ରକାଶିତ ଚୀନ ଗୁପ୍ତ ଫାର୍ମ ଏ ପାର୍ଟି ଆଉଟ ଫିଟ୍ ସାଇବର ବାରିଆର ନାମକ ଶୀର୍ଷକ ରହିଥିବା ଗୋଟିଏ ସେମିନାର ପେପର ଲେଖିଥିଲେ l
ଏହି ପେପରରେ ଚୀନର ସମସ୍ତ ଚାଲବାଜ ନୀତି ବିଷୟରେ ତଥ୍ୟ ଦିଆ ଯାଇଥିଲା l ପେପରଟିରେ ଚୀନର ଗୁଇନ୍ଦା ବିଭାଗ MSS ଦ୍ୱାରା ଧର୍ମଶାଳାରେ ଡଲାଇଲାମଙ୍କ ଆସିବା ଓ ପାକିସ୍ତାନ ଗୋଇନ୍ଦା ବିଭାଗ ସାହାଯ୍ୟରେ ଭାରତ ବିରୋଧୀ ଉତର ପୂର୍ବ ବିଦ୍ରୋହୀ ସମୂହକୁ ସମର୍ଥନ କରିବାକୁ ନେଇ ବିସ୍ତାର ଭାବରେ ଲେଖା ଯାଇଥିଲା l
ଏହା ବ୍ୟତୀତ ଚୀନ ଏଜେନ୍ସି ଦ୍ୱାରା ତିବ୍ବତରେ ସୀମାକୁ ଲାଗିଥିବା ଭାରତୀୟ ସେନାର ଗତିବିଧି ଉପରେ କଡା ନଜର ରଖିବାକୁ ନେଇ ଆଲୋଚନା ହୋଇଥିଲା l ଡୋଭାଲ ସବୁବେଳେ ଭାରତକୁ ନେଇ ଚୀନ ମନରେ ଚାଲିଥିବା ବିଭିନ୍ନ ଷଡ଼ଯନ୍ତ୍ରକୁ ସମସ୍ତଙ୍କ ଆଗକୁ ଆଣିବା ପାଇଁ ଚେଷ୍ଟା କରିଥିଲେ l ଚୀନ ଯୋଗୁ ଭାରତ ଆଜି ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛି ତାହାକୁ ଡୋଭାଲ ୨୦୧୩ ରୁ ଜାଣି ପାରିଥିଲେ l
ସେହି ପେପରରେ ଦୋଭାଲ କହିଛନ୍ତି ଯେ ୨୦୦୯ ରେ ଟରୋଣ୍ଟ ବିଶ୍ୱ ବିଦ୍ୟାଳୟରେ ଆଲୋଚନା ଚକ୍ରରେ ଏହି ରିପୋର୍ଟକୁ ପ୍ରକାଶିତ କରାଯାଇଥିଲା l ଏଥିରେ ଦର୍ଶାଯାଇ ଥିଲାଯେ ଚୀନର ହ୍ୟାକରଙ୍କ ଦ୍ୱାରା ଭାରତର ସୁରକ୍ଷା ପ୍ରତିଷ୍ଠାନ ଓ ଦଳାଇଲାମଙ୍କ ସଚିବାଳୟ କାର୍ଯ୍ୟକ୍ରମରେ ଅନୁପ୍ରବେଶକୁ ନେଇ ସୂଚନା ଦିଆଯାଇଥିଲା l କିନ୍ତୁ ଚୀନ ପକ୍ଷରୁ ପରେ ଏହି ତଥ୍ୟକୁ ଖାରଜ କରାଯାଇଥିଲା l