ଅଜିତ ଅଗରକର , ପୁରା ନାମ ହେଉଛି ଅଜିତ ଭାଲଚନ୍ଦ୍ର ଅଗରକର…. ଟିମ୍ ଇଣ୍ଡିଆ ର ନବନିଯୁକ୍ତ ଚିଫ ସିଲେକ୍ଟର l ଅଜିତ ଅଗରକର ଙ୍କର ଏକଦିବସୀୟ ମ୍ୟାଚ ର ଗୋଟିଏ ଭଲ ଖେଳାଳୀ ଅଟନ୍ତି l ୨୦୦୭ ରେ ଟି-20 ବିଜୟ ଲାଭ କରିଥିବା ବିଶ୍ୱକପ ଦଳରେ ମଧ୍ୟ ଶାମିଲ ରହିଥିଲେ l ସେହିଭଳି ଟେଷ୍ଟ କ୍ରିକେଟରେ ମଧ୍ୟ ଅନେକ ମହତ୍ଵପୁର୍ଣ ପ୍ରଦର୍ଶନ କରିଛନ୍ତି l ଅଜିତ ଅଗରକର ଙ୍କ ନାମରେ ଏଭଳି ଅନେକ ରେକର୍ଡ ରହିଛି l ବିଶେଷ ଭାବରେ ୫୦ ରନ ଯୋଡିଥିବା ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବରେ ଅଜିତ ଅଗରକର ଙ୍କ ରେକର୍ଡ ରହିଛି l
ଅଜିତ ଅଗରକର ଲର୍ଡସ ରେ ଚିତାକର୍ଷକ ଟେଷ୍ଟ ସେଞ୍ଚୁରି କରିଥିଲେ, ସେହିଭଳି ଲଗାତାର ଶୂନ୍ୟ ବା ଜିରୋ ରେ ଆଉଟ ହେବାର ୱାର୍ଲଡ ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି l ଅଗରକର ୭ କ୍ରିକେଟ ରେ ଲଗାତାର ଭାବରେ ୫ଟି ଇନିଂସ ଜିରୋ ରେ ଆଉଟ ହେବାର ରେକର୍ଡଧାରୀ ବ୍ୟାଟ୍ସମ୍ୟାନ ଅଟନ୍ତି l ଅଜିତ ଅଗରକର ଅଷ୍ଟ୍ରେଲିଆ ବିରୁଦ୍ଧରେ ୧୯୯୯ -୨୦୦୦ ଗସ୍ତରେ ଲଗାତାର ଭାବରେ ୫ଟି ଟେଷ୍ଟ ଇନିଂସ ରେ ଜିରୋ ରେ ପ୍ୟାବିଲିୟାନ ଫେରିଥିଲେ l
ମୁମ୍ବାଇ ରଣଜୀ ଟ୍ରଫି ରେ ମହତ୍ଵପୁର୍ଣ ପ୍ରଦର୍ଶନ କରି ଟିମ ଇଣ୍ଡିଆ ଦଳରେ ମିଶିଥିବା ଅଜିତ ଅଗରକର ଙ୍କ ଏକଦିବସୀୟ କ୍ରିକେଟ ର ପ୍ରାରମ୍ଭିକ ସ୍ଥିତି ଖୁବ ବଢିଆ ଥିଲା l ୧ଅପ୍ରେଲ ୧୯୯୮ ରେ ସେ ଅଷ୍ଟ୍ରେଲିଆ ବିରୁଦ୍ଧରେ କୋଚି ରେ ODI ଖେଳିଥିଲେ l ଅଜିତ ଅଗରକର ଯେତେବେଳେ ନିଜର କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ, ସେତେବେଳେ ସମସ୍ତେ ତାଙ୍କୁ ଜଣେ ସୁଦକ୍ଷ ଖେଳାଳୀ ଭାବରେ ଜାଣି ସାରିଥିଲେ l ଏକଦିବସୀୟ କ୍ରିକେଟ ରେ ଅଜିତ ଅଗରକର ଖେଳିବା ପରେ ଏମିତି ଗୋଟିଏ କୌଣସି ମ୍ୟାଚ ଯାଇନି ଯେଉଁଥିରେ ସେ ଵିକେଟ ନେଇ ନାହାନ୍ତି l ସେ ୫୦ ଵିକେଟ ନେବାର ରେକର୍ଡ କେବଳ ୨୩ ଟି ମ୍ୟାଚରେ କରି ପାରିଥିଲେ l
୨୦୦୫ -୦୬ ମଧ୍ୟରେ ଅଜିତ ଅଗରକର ଟିମ ଇଣ୍ଡିଆର ସବୁଠୁ ପ୍ରମୁଖ ଓ ଦ୍ରୁତଗାମୀ ବୋଲର ଥିଲେ l ୨୦୦୭ ରେ ରାହୁଲ ଦ୍ରାବିଡ଼ ଙ୍କ ନେତୃତ୍ୱରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇଥିଲା ୱାର୍ଲଡ କପ ଖେଳିବା ପାଇଁ , ଏହି ଦଳରେ ଅଜିତ ଅଗରକର ମଧ୍ୟ ଶାମିଲ ଥିଲେ l ଏହି ସମୟରେ ଭାରତର ପ୍ରଦର୍ଶନ କିଛି ଠିକ ରହି ନଥିଲା l ଯାହାର ପ୍ରଭାବ ଅଗରକର ଙ୍କ ଉପରେ ମଧ୍ୟ ପଡିଥିଲା ଓ ତାଙ୍କୁ ଟିମ ଇଣ୍ଡିଆରୁ ବାହାର କରିଦିଆ ଯାଇଥିଲା l
ଯେତେବେଳେ ରଣଜୀ ଟ୍ରଫି ରେ କରିଥିଲେ ସୁନ୍ଦର ପ୍ରଦର୍ଶନ –
୨୦୧୦ ରେ କର୍ଣ୍ଣାଟକ ବିରୁଦ୍ଧରେ ରଣଜୀ ଟ୍ରଫି ଫାଇନାଲ ରେ ଅଜିତ ଅଗରକର ସୁନ୍ଦର ବୋଲିଂ କରିଥିଲେ l ସେ ୮୧ ରନ ଦେଇ ୫ଟି ଵିକେଟ ନେଇଥିଲେ l ସେ ୨୦୧୨ -୧୩ ରଣଜୀ ଟ୍ରଫି ରେ ମୁମ୍ବାଇ ର ଅଧିନାୟକ ଦାୟିତ୍ୱ ତୁଲାଇ ଥିଲେ l
ଅଜିତ ଅଗରକର ଇଂଲଣ୍ଡ ବିରୁଦ୍ଧରେ ୨୫ ଜୁଲାଇ ୨୦୦୨ ରେ ଲର୍ଡସ ର କ୍ରିକେଟ ଗ୍ରାଉଣ୍ଡ ରେ ଶତକ କରିଥିଲେ l ଲର୍ଡସ ରେ ଏଭଳି କାରନାମା ସଚିନ ତେନ୍ଦୁଲକର ଓ ରିକୀ ପଣ୍ଟିଙ୍ଗ ଙ୍କ ଭଳି ମହାନ ଖେଳାଳି ମଧ୍ୟ କରିପାରି ନାହାନ୍ତି l
ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ୨୦୨୩ ରେ ୱାର୍ଲଡ କପ ପାଇଁ ଟିମ ଇଣ୍ଡିଆ ର ଖେଳାଳି ଚୟନ –
ଅଜିତ ଅଗରକର ଦାୟିତ୍ୱ ବହନ କରିବା ପରେ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଟି-20 ଦଳର ସିଲେକସନ କରିବା ପାଇଁ ଚୟନ ସମିତି ବୈଠକ ରେ ଅଧକ୍ଷତା କରିବେ l ଅନ୍ୟ ପକ୍ଷରେ ତାଙ୍କ ଉପରେ ୨୦୨୩ ର ୱାର୍ଲଡ କପ ପାଇଁ ଖେଳାଳି ଚୟନ ଅନ୍ୟ ଗୋଟିଏ ଗୁରୁ ଦାୟିତ୍ୱ ରହିଛି l ୪୫ ବର୍ଷୀୟ ଅଜିତ ଅଗରକର ନାମ ଏହି ପଦବୀ ପାଇଁ ସବୁଠୁ ଆଗରେ ରହିଥିଲା l ଏହା ପୂର୍ବରୁ ସେ ଦିଲ୍ଲୀ କ୍ୟାପିଟାଲସ ର କୋଚିଂ ଷ୍ଟାଫ ର ସଦସ୍ୟ ଥିଲେ l ଅଜିତ ଅଗରକର ଙ୍କର କାର୍ଯ୍ୟକାଳ ୫ ଜୁଲାଇରୁ ଆରମ୍ଭ ହୋଇଛି l ଏହା ପୂର୍ବରୁ ଚେତନ ଶର୍ମା ଚିଫ ସିଲେକ୍ଟର ପଦବୀ ରେ କାର୍ଯ୍ୟରତ ଥିଲେ, କିନ୍ତୁ ବର୍ଷର ଆରମ୍ଭରେ ତାଙ୍କର ଗୋଟିଏ ଷ୍ଟିଙ୍ଗ ଅପରେସନ ଭିଡିଓ ସାମ୍ନାକୁ ଆସିଥିଲା l ଏହାପରେ ସେ ଟିମ୍ ଇଣ୍ଡିଆ ର ଚିଫ ସିଲେକଟ୍ର ପଦବୀ ରୁ ଇସ୍ତଫା ଦେଇଥିଲେ l ସେବେଠାରୁ ଶିବ ସୁନ୍ଦର ଦାସ କାର୍ଯ୍ୟବାହକ ଚିଫ ସିଲେକ୍ଟର ର ଦାୟିତ୍ୱ ନେଇଥିଲେ l
