ଆଗରପଡ଼ା : ଆଗରପଡ଼ା ନିକଟସ୍ଥ ବେଲଗଢିଆ ଗ୍ରାମର ଅଜୟ ସାହୁଙ୍କର ବାସଗୃହରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ସମେତ ଘରୋଇ ଆସବାବମାନ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି ।
ବାସଗୃହ ସଂଲଗ୍ନ ସ୍ଥାନରେ ବନ୍ଧା ହୋଇଥିବା ୪ ଗୋଟି ଛେଳୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨ଟି ଗାଇ ଓ ୨ଟି ବାଛୁରୀ ପୋଡ଼ି ଯାଇ ଆହତ ହୋଇଛନ୍ତି ।
ଖବର ପାଇ ଆଗରପଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ । ଅଗ୍ନିବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହୋଇଛି ।