Odisha news

ପହଁଲଗାମ ଆକ୍ରମଣ ରେ ମୃତ୍ୟୁ ବରଣ କରିଥିବା ଆଦିଲ ହୁସେନ ସାହା ଙ୍କ ଭାଇ ଙ୍କୁ ନେଇ ଆସିଲା ବଡ଼ ଅପଡେଟ

0

ଅପ୍ରେଲ ୨୨ ତାରିଖରେ ପହଁଲଗାମ ରେ ଵୋଇଥିବା ଆତଙ୍କବାଦୀ ଆକ୍ରମଣ ରେ କାଶ୍ମୀର କାଶ୍ମୀର ର ଜଣେ ଯୁବକ ଆଦିଲ ହୁସେନ ସାହାଙ୍କର ମୃତ୍ୟୁ ହୋଇଯାଇଥିଲା, ସେ ଥିଲେ ସ୍ଥାନୀୟ ଅଂଚଳର ବ୍ୟକ୍ତି, ସେ ଆତଙ୍କବାଦୀ ଙ୍କୁ ପର୍ଯ୍ୟଟକ ଙ୍କୁ ନମାରିବା ପାଇଁ ଅଟକାଉ ଥିବା ସମୟରେ ଆତଙ୍କବାଦୀ ଙ୍କ ଗୁଳି ର ଶିକାର ହୋଇଥିଲେ l ଆଦିଲ ଜଣେ ଘୋଡା ଚାଳକ , ସେ ପର୍ଯ୍ୟଟକ ଙ୍କୁ ନିଜ ଘୋଡା ଉପରେ ବସାଇ ବୁଲାଇଥାଆନ୍ତି l ନିଜ ପରିବାର ରେ ସେ ମାତ୍ର ଜଣେ ରୋଜଗାରିଆ ବ୍ୟକ୍ତି ଥିଲେ,  ମିଳିଥିବା ସୂଚନା ଅନୁସାରେ ଆଦିଲ ହୁସେନ ସାହା ଙ୍କ ଭାଇ ନଜାକତ ଅହମଦ କୁ ଜାମୁ କାଶ୍ମୀର ବକାଫ ବୋର୍ଡ ପକ୍ଷରୁ ନିଯୁକ୍ତି ପତ୍ର ମିଳିଛି l ଜାମୁ କାଶ୍ମୀର ବକଫ ବୋର୍ଡ ଅଧକ୍ଷ ଗଣମାଧ୍ୟମ ରେ କହିଛନ୍ତି ଯେ ଆଦିଲ ଙ୍କ ବଳିଦାନ ସର୍ବଦା ସମ୍ମାନୀୟ, ଆଦିଲ ଙ୍କ ବାହାଦୁରୀ କୁ ସାରା ଦେଶରେ ପ୍ରଶଂସା କରାଯାଉଛି, ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ବିଧାନସଭା ରେ ଆଦିଲ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ l  ଏହାଛଡା ତାଙ୍କ ବାହାଦୁରି ରେ ପ୍ରଭାବିତ ହୋଇ ମହାରାଷ୍ଟ୍ର ଡେପୁଟି ଚିଫ ମିନିଷ୍ଟାର ଏକନାଥ ସିନ୍ଧେ ଆଦିଲ ଙ୍କ ପରିବାର କୁ ୫ଲକ୍ଷ ଟଙ୍କା ସହାୟତା ରାଶି ଦେଇଛନ୍ତି l ଏବଂ ତାଙ୍କ ପରିବାର ପାଇଁ ଗୋଟିଏ ବାସ ଗୃହ ପ୍ରଦାନ କରିବେ ବୋଲି କଥା ଦେଇଛନ୍ତି l ଏହା ସହିତ ଶ୍ରୀଯୁକ୍ତ ସିନ୍ଧେ କହିଛନ୍ତି ଯେ ଆଦିଲ ଙ୍କ ବଳିଦାନ ସାରା ବିଶ୍ୱକୁ ଜଣେଇଦେଲା ଯେ କାଶ୍ମୀର ବାସୀ ନିଜ ଅତିଥି ମାନଙ୍କ ପାଇଁ ଜୀବନ ମଧ୍ୟ ଦେଇପାରନ୍ତି l

Leave A Reply