Odisha news

ଭଞ୍ଜନଗର : ଅସହାୟଙ୍କୁ ଶହେ ରାସନ କିଟ୍ ବାଣ୍ଟିଲା ଆଦର୍ଶ କିରାଣୀ ବଣିକ ସଂଘ

0

ଭଞ୍ଜନଗର : କରୋନା ମହାମାରୀରେ ଫସିଥିବା ବାହାର ରାଜ୍ୟର ଶ୍ରମଜୀବିଙ୍କୁ ସହାୟତାର ହାତ ବଢାଇଲା ଭଞ୍ଜନଗର ସହରର ଆଦର୍ଶ କିରାଣୀ ବ୍ୟବସାୟୀ ସଂଘ । ସଂଘ ପକ୍ଷରୁ ଏଠାରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ବାହାର ରାଜ୍ୟର ଲୋକଙ୍କୁ ରାସନ ସାମଗ୍ରୀ କିଟ୍ ବଣ୍ଟନ କରାଯାଇଛି । ସଂଘର ସଭାପତି ଏ. ଗୌରୀ ଶଙ୍କର ପାତ୍ର ଏନେଇ ସୂଚନା ପ୍ରଦାନ କରିଛନ୍ତି । ଉପଜିଲ୍ଲାପାଳଙ୍କ ସହ ଏସମ୍ପର୍କରେ ଆଲୋଚନା କରାଯିବାପରେ ତାଙ୍କରି ନିଦେ୍ର୍ଦଶକ୍ରମେ କିରାଣୀ ବ୍ୟବସାୟୀ ସଂଘ ସୋମବାର ଶୁଖିଲା ସାମଗ୍ରୀ ବିଶେଷକରି ଆଳୁ, ପିଆଜ, ଅଟା, ତେଲ, ବିସ୍କୁଟ୍, ସୋୟବିନ୍ ବଡ଼ି, ଲୁଣ ସହ ବିଭିନ୍ନ ମସଲା ସାମଗ୍ରୀ ଥିବା ଶହେଟି କିଟ୍ ପ୍ରସ୍ତୁତ କରି ଏନଏସିକୁ ହସ୍ତାନ୍ତର କରାଯାଇଛି । ଏନଏସି ପକ୍ଷରୁ ନୋଡାଲ ଅଫିସର ଦିଲ୍ଲୀପ କୁମାର ସ୍ୱାଇଁଙ୍କ ସମେତ ଅଶୋକ କୁମାର ଦଳବେହେରା, ଅଶୋକ ମହାପାତ୍ର, ସରୋଜ ପାତ୍ର ସମେତ ବହୁ ବହୁ କର୍ମଚାରୀ ଏହି ରାସନ କିଟ୍କୁ ଗ୍ରହଣ କରି ସହରରେ ଫସି ରହିଥିବା ବାହାର ରାଜ୍ୟ ବିଶେଷକରି ତେଲେଙ୍ଗନା, ଛତିଶଗଡ ଓ ମଧ୍ୟ ପ୍ରଦେଶ ଆଦିର ଶ୍ରମଜୀବିଙ୍କୁ ଏସବୁ ରାସନ ସାମଗ୍ରୀ କିଟ୍ ପ୍ରଦାନ କରାଯିବାକୁ ନିଷ୍ପତି ନିଆଯାଇଛି । ସନ୍ଧ୍ୟାରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ବିଳମ୍ବିତ ରାତି ସୁଦ୍ଧା ଏହା ଶେଷ ହେବ ବୋଲି ନୋଡାଲ ଅଫିସର ସ୍ୱାଇଁ ସୂଚନା ଦେଇଛନ୍ତି । ଏବେ ଏନଏସି ପକ୍ଷରୁ ହେଲ୍ପିଂ ହେଣ୍ଡ ଓ ବିଡେକା ପକ୍ଷରୁ ରନ୍ଧାଖାଦ୍ୟ ସହ ଆହାର କେନ୍ଦ୍ରରୁ ରନ୍ଧାଖାଦ୍ୟ ସଂଗ୍ରହ କରି ସହରର ବହୁ ଅସହାୟ ଗରୀବ ସମେତ ବାହାର ରାଜ୍ୟର ଫସିଥିବା ଲୋକଙ୍କୁ ପ୍ରଦାନ କରାଯାଉଛି । ତେବେ ଅନ୍ୟ ରାଜ୍ୟର ଲୋକଙ୍କ ରୁଟି ପ୍ରଥମ ପସନ୍ଦ ହୋଇଥିବାରୁ ଏନଏସି ପକ୍ଷରୁ ଆଦର୍ଶ ବଣିକ ସଂଘକୁ ଏଥିନେଇ ସୂଚନା ଦିଆଯିବାପରେ ସଂଘ ସଭାପତି ଗୌରୀ ଶଙ୍କର ପାତ୍ର ଅନ୍ୟ ସହଯୋଗୀଙ୍କ ସହ ମିଶି ଏହି ରାସନ୍ କିଟ୍ ପ୍ରସ୍ତୁତ କରି ପ୍ରଦାନ କରିଛନ୍ତି । ଏଭଳି ଉଦ୍ୟମକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

Leave A Reply